• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

BIJULI
ଏକ କୋଟିରୁ ଅଧିକ ଗ୍ରାହକ ଆଦୌ ଦେଇ ନାହାନ୍ତି ବିଜୁଳି ବିଲ୍

ଲକ୍ଷ୍ନୌ: ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ବିଜୁଳି ଯୋଗାଇ ଦେବାକୁ ଉତ୍ତରପ୍ରଦେଶ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଉତ୍ତମ ଇଲେକ୍ଟ୍ରିକ ସେବା ଯୋଗାଇ ଦେବାକୁ ପୂର୍ବାଞ୍ଚଳ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକୁ ଘରୋଇକରଣ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଦ୍ୟୁତ୍ ସଂଯୋଗ ନେଇଥିବା ୩୮ ପ୍ରତିଶତ ଲୋକ କନେକ୍ସନ୍‌ ନେବା ପୂର୍ବରୁ ଏପର୍ଯ୍ୟନ୍ତ ଟଙ୍କାଟିଏ ବି ବିଦ୍ୟୁତ୍ ବିଲ୍ ଦେଇ ନାହାନ୍ତି। ମାଗଣାରେ ବିଦ୍ୟୁତ୍ ଜାଳୁଛନ୍ତି। ୟୁପି ପାୱାର କରପୋରେସନ ଲିମିଟେଡ୍‌ର […]

  • Friday, 02 July 2021
republic
ରିପବ୍ଲିକ ଟିଭିର ୧୦୦୦ କର୍ମଚାରୀଙ୍କ ନାଁରେ ଏତଲା

ମୁମ୍ବାଇ: ସୀମା ଟପିଲା ମୁମ୍ବାଇ ପୋଲିସ୍‌ର ଅସହିଷ୍ଣୁ। ରିପବ୍ଲିକ ଟିଭିର ସମସ୍ତ କର୍ମଚାରୀଙ୍କ ନାଁରେ ପୋଲିସ୍ ଏତଲା କରିବା ସହ ରିପବ୍ଲିକ ଟିଭି ସାମ୍ବାଦିକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ। ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଓ ବଲିଉଡ୍ ଡ୍ରଗ୍ସ ମାମଲାରେ ମୁମ୍ବାଇ ପୋଲିସ୍ ଓ ରିପ୍ଲବିକ୍‌ ଟିଭି ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ‌ଅନେକ ସମୟରେ ପୋଲିସ୍ ହଇରାଣ କରୁଥିବାର ରିପ୍ଲବିକ୍ ଟିଭି ପକ୍ଷରୁ ଅଭିଯୋଗ କରାଯାଇଥିଲା। ଆଉ ଶେଷରେ ସୀମା ଟପିଲା ମୁମ୍ବାଇ […]

  • Friday, 02 July 2021
missail
ନୌସେନାର ମିଶାଇଲ୍‌ ମାଡ଼ରେ ସମୁଦ୍ରରେ ବୁଡ଼ିଗଲା ଜାହାଜ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ସଠିକ୍ ନିଶାନା। ଗୋଟିଏ ମିଶାଇଲ୍‌ର ଆଟାକ୍‌ରେ ବୁଡ଼ିଗଲା ଯୁଦ୍ଧପୋତ। ଭାରତୀୟ ନୌସେନା ପକ୍ଷରୁ ଏକ ଯୁଦ୍ଧାଭ୍ୟାସ ବେଳର ଏକ ଭିଡିଓ ଶେୟାର କରାଯାଇଛି। ଏହି ସମୟରେ ନୌସେନା ପକ୍ଷରୁ ଏକ ଆଣ୍ଟି-ସିପ୍‌ ମିଶାଇଲ ପରୀକ୍ଷଣ କରାଯାଇଥିଲା। #IndianNavy Guided Missile Destroyer #INSChennai fired #BrahMos supersonic AShM during ongoing #WesternFleet exercises. Target engaged at max range, with destructive effect.#AtmaNirbharBharat @SpokespersonMoD @DefenceMinIndia @PMOIndia @DRDO_India pic.twitter.com/i0rErDkibz […]

  • Friday, 02 July 2021
nu-anga
ମଣିଷ ଶରୀରରେ ନୂଆ ଅଙ୍ଗ ଠାବ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ମଣିଷ ଶରୀରରେ ଏକ ନୂଆ ଅଙ୍ଗ ଠାବ କରିଛନ୍ତି। ଯାହା ବିଷୟରେ ପୂର୍ବରୁ କୌଣସି ସୂଚନା ନଥିଲା। ନେଦରଲ୍ୟାଣ୍ଡର ବୈଜ୍ଞାନିକମାନେ ଏକ ନୂଆ କ୍ୟାନ୍‌ସର ସ୍କେନ୍‌ ଯାଞ୍ଚ କରୁଥିବା ବେଳେ ଗଳାରେ ଏକ ନୂଆ ଅଙ୍ଗ ବିଷୟରେ ଜାଣିବାକୁ ପାଇଥିଲେ। ଗବେଷଣାରୁ ଜଣାପଡ଼ିଲା ଯେ ମଣିଷ ଗଳାର ଉପରିଭାଗରେ ଗ୍ରନ୍ଥୀଗୁଡ଼ିକର ଏକ ଗ୍ରୁପ ରହିଛି। ବୈଜ୍ଞାନିକମାନେ ଏହି ଗ୍ରନ୍ଥୀର ନାମ Tubarial salivary glands ରଖିବା ସହିତ ଏହା ନାକର ଲୁବ୍ରିକେସନ୍‌ରେ ସାହାଯ୍ୟ କରିଥାଏ […]

  • Friday, 02 July 2021
5
ଦକ୍ଷ ଖେଳାଳିଙ୍କ ପରି କୁକୁର ଖେଳୁଛି ବିଲିୟାର୍ଡ !

କୁକୁର ଏମିତି ଏକ ପ୍ରାଣୀ ଯିଏକି ମଣିଷ ସହ ଖେଳିବା ଠାରୁ ଆରମ୍ଭ କରି ଚୋର ଧରିବା ପର୍ଯ୍ୟନ୍ତ କାମ କରିଥାଏ। ସମସ୍ତ ଗୃହ ପାଳିତ ପଶୁମାନଙ୍କ ମଧ୍ୟରୁ ସେ ଅଧିକ ଚତୁର। ପୂର୍ବରୁ ଆପଣ ଅନେକ ଭିଡିଓ ଦେଖିଥିବେ, ଯେଉଁଥିରେ କୁକୁର ଅନେକ ଅସାଧାରଣ କାର୍ଯ୍ୟ କରିଥିବାର। କିନ୍ତୁ କେବେ ଦେଖିଛନ୍ତି କୁକୁର ବିଲିୟାର୍ଡ ଖେଳିବାର ସେ ପୁଣି ଦକ୍ଷତାର ସହ। ଆଶ୍ଚର୍ଯ୍ୟ ହୋଇଗଲେକି ! ହଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟା ସତ। Timeline […]

  • Friday, 02 July 2021
pakistan
ପୁଣି ଗ୍ରେ ଲିଷ୍ଟ୍‌ରେ ପାକିସ୍ତାନ

ଇସ୍‌ଲାମବାଦ: ପୁଣି ପାକିସ୍ତାନକୁ FATF ଝଟକା। ଆସନ୍ତା ଫେବ୍ରୁଆରୀ ୨୦୨୧ ପର୍ଯ୍ୟନ୍ତ ପାକିସ୍ତାନ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସର ଗ୍ରେ ଲିଷ୍ଟରରେ ରହିବ। ବିଶ୍ୱ ଟେରର ଫଣ୍ଡିଂ ଉପରେ ନଜର ରଖୁଥିବା ସଂସ୍ଥା FATF ଏଭଳି ନିଷ୍ପତ୍ତି ନେଇଛି। ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ FATF ଦେଇଥିବା ୨୭ ସର୍ତ୍ତ ମଧ୍ୟରୁ ପାକିସ୍ତାନ ୬ଟି ପୂରଣ କରିନପାରିବାରୁ ପୁଣି ଥରେ ଏହାକୁ ଗ୍ରେ ଲିଷ୍ଟରେ ରଖାଯାଇଛି। ଯଦି ଫେବ୍ରୁଆରୀ ମଧ୍ୟରେ ପାକିସ୍ତାନ ସମସ୍ତ ସର୍ତ୍ତ ପୂରଣ ନକରେ। ତେବେ […]

  • Friday, 02 July 2021
plane-crash-1
ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ

ଆଲାବାମା: ଆଲାବାମାରେ ଆମେରିକା ନୌସେନାର ଏକ ବିମାନ କ୍ରାଶ୍‌ ହେବା ଯୋଗୁ ୨ଜଣ ଏୟାର୍‌କ୍ରିୟୁଙ୍କ ମୃତ୍ୟୁ ଘଟିଛି। ଏହି ୨ଜଣ ଏୟାର୍‌କ୍ରିୟୁ T-6B Texan II ନାମକ ଏହି ଟ୍ରେନିଂ ବିମାନରେ ଥିବାବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଠାକାର ସ୍ଥାନୀୟ ସମୟ ଅନୁସାରେ, ଗତକାଲି ଅପରାହ୍ଣ ୫ଟା ସମୟରେ ଆଲାବାମାର ଫୋଲେ ସହରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂଚନା ଅନୁସାରେ, ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଜନବସତି ଅଞ୍ଚଳରେ ଖସି ପଡ଼ିଥିଲା। ଫଳରେ ଗୋଟିଏ ଘର ଓ କିଛି […]

  • Friday, 02 July 2021
pm modi
ଗୁଜରାଟକୁ ମୋଦି ଦେଲେ ୩ ଉପହାର

ସୁରତ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟ ପାଇଁ ତିନୋଟି ପ୍ରମୁଖ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ୩ଟି ପ୍ରକଳ୍ପ ହେଲା- ୟୁ.ଏନ୍‌ ମେହଟା ଇନଷ୍ଟିଚ୍ୟୁଟ ଅଫ୍‌ କାର୍ଡିଓଲୋଜି ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟର ଠାରେ ଶିଶୁ ହୃଦ୍‌ରୋଗ ହସ୍ପିଟାଲ୍‌, ଗୁଜରାଟର କୃଷକମାନଙ୍କ ପାଇଁ ‘କିସାନ ସୂର୍ଯ୍ୟୋଦୟ ଯୋଜନା’  ଓ  ଗିରନାରଠାରେ ୨,୩୨୦ ମିଟର ଲମ୍ବା ବିଶିଷ୍ଟ ରୋପ୍‌ୱେର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କିସାନ ସୂର୍ଯ୍ୟୋଦୟ ଯୋଜନା…. ଜଳସେଚନ ପାଇଁ ଦୈନିକ ବିଦ୍ୟୁତ […]

  • Friday, 02 July 2021
1
ଟାଂଡା ଦୁଷ୍କର୍ମ ଘଟଣାକୁ ନେଇ ରାହୁଲଙ୍କ ଉପରେ ବର୍ଷିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ବିହାରର ଜଣେ ଦଳିତ ଶିଶୁକୁ ପଞ୍ଜାବରେ ଦୁଷ୍କର୍ମ ଏବଂ ଜାଳିଦେବା ଘଟଣାକୁ ନେଇ କଂଗ୍ରେସ ଉପରେ ଭାରତୀୟ ଜନତା ପାର୍ଟି ବର୍ଷିଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନୀରବତାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଶ୍ନ ଉଠାଇଛନ୍ତି। ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ବହୁର୍ଚ୍ଚିତ ଗଣ ଦୁଷ୍କର୍ମ ମାମଲାକୁ ନେଇ ରାହୁଲ ଗାନ୍ଧି ତତ୍ପରତା ଦେଖାଇଥିଲେ। ରାହୁଲ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ହାଥରସ ଯାଇ ପୀଡ଼ିତାଙ୍କ […]

  • Friday, 02 July 2021
3
ପୁଣିଥରେ ବଢ଼ିଲା ଆୟକର ରିଟର୍ଣ୍ଣ ଅବଧି

ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷର ଆୟକର ରିଟର୍ଣ୍ଣ ଫାଇଲ୍ ଅବଧିକୁ କେନ୍ଦ୍ର ସରକାର ବଢ଼ାଇ ଦେଇଛନ୍ତି। ତେବେ ଏହି ଅବଧିକୁ ୩୧ ଡିସେମ୍ୱର ୨୦୨୦କୁ ବୃଦ୍ଧି କରାଯାଇଛି। ଏହା ସହ ଯେଉଁ କରଦାତା ବା କମ୍ପାନୀ ଗୁଡ଼ିକର ଆକାଉଣ୍ଟକୁ ଅଡିଟ୍‌ କରିବା ଜରୁରୀ ସେମାନଙ୍କ ପାଇଁ ଏହି ଅବଧି ଦୁଇ ମାସ ବଢ଼ାଯାଇ ୩୧ ଜାନୁଆରି ୨୦୨୧ ପର୍ଯ୍ୟନ୍ତ କରାଯାଇଛି। ପୂର୍ବରୁ ମେ ମାସରେ ଏହି ଅବଧିକୁ ଜୁଲାଇ ୩୧ରୁ ନଭେମ୍ୱର ୩୦ ପର୍ଯ୍ୟନ୍ତ ସରକାର ବଢ଼ାଇ […]

  • Friday, 02 July 2021
4
କରୋନା ଉତ୍ପତ୍ତି ସ୍ଥଳକୁ ଉଡ଼ିବ ବିମାନ

ନୂଆଦିଲ୍ଲୀ: ଦିଲ୍ଲୀରୁ ଉହାନ୍‌କୁ ଯିବ ଏୟାର ଇଣ୍ଡିଆ ବିମାନ। କରୋନା ମହାମାରୀ ପରେ ପ୍ରଥମ ଥର ପାଇଁ ବିମାନ ଚଳାଚଳ ହେବ। ବନ୍ଦେ ଭାରତ ମିଶନ୍‌ରେ ଆସନ୍ତା ୩୦ ତାରିଖରେ ଏହି ବିମାନ ପ୍ରଥମ ଥର ପାଇଁ ଚୀନ ଯିବ। ତାହା ପୁଣି କରୋନାର ଉତ୍ପତ୍ତି ସ୍ଥଳି ଉହାନ୍‌କୁ। ଦିଲ୍ଲୀରୁ ବିମାନରେ ଚୀନର ନାଗରିକଙ୍କୁ ଫେରାଇ ନିଆଯିବ। ସେହିପରି ଚୀନରେ ଥିବା ଭାରତୀୟମାନେ ଏହି ବିମାନ ଜରିଆରେ ସ୍ୱଦେଶକୁ ଫେରିବେ। ଏନେଇ ବେଜିଂରେ ଅବସ୍ଥାପିତ ଭାରତୀୟ ଦୂତାବାସ […]

  • Friday, 02 July 2021
rahul-gandhi
ଦେଶର ଆର୍ଥିକ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ରାହୁଲ‌

ନୂଆଦିଲ୍ଲୀ: ସତ ଠାରୁ କିପରି ପଳାୟନ କରିହେବ ତାହା ପ୍ରଧାନନ୍ତ୍ରୀଙ୍କ ଶିଖାନ୍ତି ବୋଲି କହି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଏକ ଇଂରାଜୀ ଖବର କାଗଜରେ ଭାରତର ଜିଡିପି ସମ୍ପର୍କରେ ପ୍ରକାଶିତ ଏକ ଖବରକୁ ନେଇ ଏପରି ଟ୍ୱିଟ୍‌ କରିଛନ୍ତି ରାହୁଲ। ରାହୁଲ ଟ୍ୱିଟ କରିଥିବା ଇଂରାଜୀ ଖବର କାଗଡରେ ଭାରତ ତାର ଜିଡିପି ଗ୍ରୋଥ ଫେରିବା ପାଇଁ ବର୍ଷ ବର୍ଷ ସମୟ ଲାଗିବ ବୋଲି ଏକ ଶିରୋନାମା ରହିଛି। ଏହାକୁ ନେଇ […]

  • Friday, 02 July 2021
5
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିହାର ନିର୍ବାଚନର ବିଜେପିର ଦାୟିତ୍ୱ ନେଇଥିବା ଦେବେନ୍ଦ୍ର ଫଡ୍‌ନାଭିସ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ହେବା ପରେ ଆଇସୋଲେସନ୍‌ରେ ରହିଛନ୍ତି ଫଡ଼ନାଭିସ। ଏଥିସହିତ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କୋଭିଡ୍‌ ଟେଷ୍ଟ କରାଇନେବାକୁ ପରାମର୍ଶ ଦେଇଛନ୍ତି ଫଡ଼ନାଭିସ। ଏ ନେଇ ଫଡ଼ନାଭିସ ଟ୍ୱିଟ୍ କରି ଲେଖିଛନ୍ତି “ଲକ୍‌ଡାଉନ ପରଠାରୁ ମୁଁ ପ୍ରତ୍ୟେକ ଦିନ କାର୍ଯ୍ୟ କରିଆସୁଛି। କିନ୍ତୁ ବର୍ତ୍ତମାନ […]

  • Friday, 02 July 2021
army-cantenn
ଆର୍ମି କ୍ୟାଣ୍ଟିନରେ ମିଳିବ ନାହିଁ ବିଦେଶୀ ସାମଗ୍ରୀ

ନୂଆଦିଲ୍ଲୀ: ଆର୍ମି କ୍ୟାଣ୍ଟିନରେ ମିଳିବ ନାହିଁ ବିଦେଶୀ ସାମଗ୍ରୀ। ଆମଦାନୀ ହେଉଥିବା ବିଦେଶୀ ସାମଗ୍ରୀ ଆଉ ନ କିଣିବା ଲାଗି ଦେଶର ୪ ହଜାର କ୍ୟାଣ୍ଟିନକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଡିଆଗୋ ଓ ପେରନଡ୍ ରିକାର୍ଡ ଭଳି କଂପାନୀର ବିଦେଶୀ ମଦ ଆଉ ଆର୍ମି କ୍ୟାଣ୍ଟିନରେ ମିଳିବ ନାହିଁ। ଦେଶର ସାମଗ୍ରୀକୁ ପ୍ରୋତ୍ସାହନ ଦେବାକୁ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। କ୍ୟାଣ୍ଟିନଗୁଡ଼ିକରେ ମଦ, ଇଲେକ୍ଟ୍ରୋନିକ୍ସ ଆଇଟମ୍ ଓ ଅନ୍ୟାନ୍ୟ ସାମଗ୍ରୀ ରିହାତି ଦରର ବିକ୍ରି ହୋଇଥାଏ।  […]

  • Friday, 02 July 2021
gun
ଜନତା ଦଳ ରାଷ୍ଟ୍ରବାଦୀ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା

ପାଟନା: ଜନତା ଦଳ ରାଷ୍ଟ୍ରବାଦୀ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏନେଇ ଜାତୀୟ ଗଣମାଧ୍ୟ ଏନ୍‌ଆଇରେ ଖବର ପ୍ରକାଶ ପାଇଛି। ଜନତା ଦଳ ରାଷ୍ଟ୍ରବାଦୀ ପାର୍ଟିର ନେତା ନାରାୟଣ ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ଘଟଣାରେ ଦୁଇଜଣଙ୍କ ଗିରଫ କରିଛି ପୋଲିସ। ବିହାରରେ ନିର୍ବାଚନ ହାୱା ବୋହୁଥିବା ବେଳେ ଗୁଳି ଫୁଟିଛି। ଦୁର୍ବୃତ୍ତମାନେ ଜଣେ ରାଜନେତାଙ୍କୁ ହତ୍ୟା କରିଛନ୍ତି। ତେବେ କାହିଁକି ନାରାୟଣ ସିଂହଙ୍କୁ ହତ୍ୟା କରାଗଲା […]

  • Friday, 02 July 2021
rahul
ପଞ୍ଜାବ ଦୁଷ୍କର୍ମ ଘଟଣାରେ ବିଜେପିକୁ ରାହୁଲଙ୍କ ଜବାବ

ନୂଆଦିଲ୍ଲୀ: ବିହାରର ଜଣେ ଦଳିତ ଶିଶୁକୁ ପଞ୍ଜାବରେ ଦୁଷ୍କର୍ମ ଏବଂ ଜାଳିଦେବା ଘଟଣାକୁ ନେଇ କଂଗ୍ରେସ ଉପରେ ବର୍ଷିଥିଲା ବିଜେପି। ହାଥରସ ଘଟଣା ଯେମିତି କଂଗ୍ରେସ ତତ୍ପରତା ଦେଖାଇଥିଲା ସେହିଭଳି ପଞ୍ଜାବରେ ଘଟିଥିବା ଘଟଣାକୁ ନେଇ କଂଗ୍ରେସ କାହିଁକି ନୀରବ ଅଛି ବୋଲି ବିଜେପି ପ୍ରଶ୍ନ ଉଠାଇଥିଲା। ଏବେ ଏହାର ଜବାବ ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ବେଜେପିକୁ ପ୍ରତିଜବାବ ଦେଇ ରାହୁଲ କହିଛନ୍ତି “ ୟୁପି ଭଳି ପଞ୍ଜାବ ଓ ରାଜସ୍ଥାନ ସରକାର ଝିଅ […]

  • Friday, 02 July 2021
samsung chairman
ପରଲୋକରେ ସାମ୍‌ସଙ୍ଗ୍‌ ଇଲେକ୍ଟ୍ରୋନିକ୍ସ ଚେୟାରମ୍ୟାନ୍

ସିଓଲ: ସାମ୍‌ସଙ୍ଗ୍‌ ଇଲେକ୍ଟ୍ରୋନିକ୍ସର ଅଧ୍ୟକ୍ଷ(ଚେୟାରମ୍ୟାନ୍‌) ଲି କୁନ୍‌-ହିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଏ ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ରବିବାର ଦିନ ତାଙ୍କର ଦେହାନ୍ତ ହୋଇଛି। ତେବେ ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡ଼ିନାହିଁ। ୨୦୧୪ ମସିହାରେ ଦୃଦ୍‌ଘାତ ହେବାପରେ ତାଙ୍କର ସର୍ଜରୀ ହୋଇଥିଲା। ଲି କୁନ୍ ଥିଲେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଯିଏକି ସାମ୍‌ସଙ୍ଗ୍‌କୁ ଏକ ସ୍ଥାନୀୟ ବ୍ୟବସାୟରୁ ବିଶ୍ୱର ଅଗ୍ରଣୀ ଉଦ୍ଭାବକ ତଥା […]

  • Friday, 02 July 2021
pm-modi
ମନ କି ବାତ୍‌: ଯବାନଙ୍କ ପାଇଁ ଦୀପ ଜାଳିବାକୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ବିଜୟା ଦଶମୀ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତା ସହିତ କରୋନା ସମୟରେ ସମସ୍ତେ ସୀମା ଭିତରେ ରହି କାମ କରିବା ଉଚିତ ବୋଲି ମୋଦି କହିଛନ୍ତି। ଏଥିସହିତ କୃଷି କ୍ଷେତ୍ରରେ ଯୁବକ ଯୋଗଦାନକୁ ପ୍ରଶଂସା କରିଛନ୍ତି ପ୍ରଧାମନ୍ତ୍ରୀ। କୃଷି କ୍ଷେତ୍ରରେ ଯୁବପିଢ଼ିଙ୍କ ଯୋଗଦାନ ଏକ ନୂଆ ସମ୍ଭାବନା ସୃଷ୍ଟି କରୁଛି ବୋଲି ମୋଦି କହିଛନ୍ତି। କୃଷି କ୍ଷେତ୍ରରେ ମଧ୍ୟପ୍ରଦେଶର ଅତୁଲ ପଟ୍ଟିଦାର ଡିଜିଟାଲ୍‌ […]

  • Friday, 02 July 2021
rajnath-singh
ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ନୂଆଦିଲ୍ଲୀ: ବିଜୟା ଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଗୁଆ ଘାଟିକୁ ଯାଇ ଯବାନ ମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ.ଏମ. ନରୱାଣେ ଦାର୍ଜିଲିଂ ସ୍ଥିତ ସୁଖନା ଯୁଦ୍ଧ ସ୍ମାରକୀରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ବୀର ଯବାନମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇଥିଲେ। ଏଥିସହ ରାଜନାଥ ଦାର୍ଜିଂଲିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ପୂଜାର୍ଚ୍ଚନା କରିଛନ୍ତି। ଉପସ୍ଥିତ ସେନା ଅଧିକାରୀମାନଙ୍କ ଠାରୁ ଶସ୍ତ୍ରଚାଳନା […]

  • Friday, 02 July 2021
mohan-bhagabt
'ଭାରତର କଡ଼ା ଜବାବରେ ଭୟଭୀତ ଚାଇନା'

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ସହିତ ଅନ୍ତର୍ଜାତୀୟ ସ୍ତରରେ ଉତ୍ତମ ସମ୍ପର୍କ ରଖିବା ଓ ଏହାର ସୁରକ୍ଷା କରିବା ହିଁ ଚାଇନାର ବିସ୍ତାରବାଦନୀ ନୀତିକୁ ଦମନ କରିପାରିବ। ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଘର ବିଜୟାଦଶମୀ ଉତ୍ସବରେ ଯୋଗ ଦେଇ ରବିବାର ଏପରି କହିଛନ୍ତି ସଂଘର ମୁଖ୍ୟ ମୋହନ ଭାଗବତ। ଭାରତର କଡ଼ା ଜବାବ ଚାଇନାକୁ ଭୟଭୀତ କରିଦେଇଛି ବୋଲି ସେ କହିଛନ୍ତି। ପଡ଼ୋଶୀ ରାଷ୍ଟ୍ର ସହିତ ଉତ୍ତମ ସମ୍ପର୍କ ବିଷୟରେ ଭାଗବତ କହିଛନ୍ତି “ ଶ୍ରୀଲଙ୍କା, ବାଂଲାଦେଶ, ନେପାଳ […]

  • Friday, 02 July 2021
political-leader-1
ଜେଡିଆର୍‌ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା ଘଟଣାରେ ବଡ଼ ଖୁଲାସା

ପାଟନା: ନିର୍ବାଚନ ପ୍ରଚାର ସମୟରେ ଜନତା ଦଳ ରାଷ୍ଟ୍ରବାଦୀ(JDR) ପାର୍ଟିର ପ୍ରାର୍ଥୀ ଶ୍ରୀନାରାୟଣ ସିଂକୁ ଗୁଳି କରି ହତ୍ୟା ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। ବିହାର ବିଧାନସଭା ନିର୍ବାଚନର ପ୍ରଚାର ସମୟରେ ଶନିବାର ଦିନ ଶିହୋର ଜିଲ୍ଲା ହଥସାର ଗାଁରେ ଶ୍ରୀନାରାୟଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସୂଚନା ଅନୁସାରେ, ଶ୍ରୀନାରାୟଣଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତି ଦଳର କାର୍ଯ୍ୟକର୍ତ୍ତା ହୋଇ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ। ଏପରିକି ସେ ପ୍ରଚାର ସମୟରେ ଶ୍ରୀନାରାୟଣଙ୍କ ସପକ୍ଷରେ […]

  • Friday, 02 July 2021
husband kills wife
ଏପଟେ ପୂଜା ସେପଟେ ପତ୍ନୀଙ୍କୁ ହତ୍ୟା ! ପୂଜା ଘର ଭିତରୁ ମିଳିଲା ମୃତଦେହ

ରାଇପୁର: ନବରାତ୍ରରେ ୮ ଦିନ ଯାଏ ଉପବାସ ରଖିଥିବା ଜଣେ ବ୍ୟକ୍ତି ପତ୍ନୀଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ସମ୍ପୃକ୍ତ ମହିଳାଙ୍କ ମୃତଦେହ ନବରାତ୍ରର ୮ମ ଦିନ ରାତିରେ ପୂଜା ଘର ଭିତରୁ ମିଳିଥିବା ଜଣାପଡ଼ିଛି। ମୃତଦେହ ଉଦ୍ଧାର ହୋଇଥିବା ପାରିପାର୍ଶ୍ୱିକ ସ୍ଥିତି ଦେଖି ପୋଲିସ୍‌ ଆଶଙ୍କା କରୁଛି ଯେ ବ୍ୟକ୍ତି ଜଣକ ତାଙ୍କ ପତ୍ନୀଙ୍କୁ ନରବଳି ଦେଇଛନ୍ତି। ହେଲେ ପ୍ରକୃତରେ କାହିଁକି ସେ ତାଙ୍କ ପତ୍ନୀଙ୍କୁ ହତ୍ୟା କଲେ ତାହାର କାରଣ ସ୍ପଷ୍ଟ ହୋଇନାହିଁ। ଛତିଶଗଡ଼ର […]

  • Friday, 02 July 2021
covid-care-coach
ରେଳବାଇର କୋଭିଡ୍‌ କେୟାର କୋଚ୍‌ରେ ମହାରାଷ୍ଟ୍ରର ଜଣେ ବି ରୋଗୀ ଆଡ୍‌ମିଶନ ହୋଇ ନାହାନ୍ତି

ମୁମ୍ବାଇ: ଦେଶରେ ହୁହୁ ହୋଇ କରୋନା ପଜିଟିଭ୍ ସଂଖ୍ୟା ବଢ଼ିବାରୁ ଡାକ୍ତରଖାନାରେ ବେଡ୍‌ ଅଭାବ ହେଲା। ଏହାପରେ ଆଇସୋଲେନସ ଓ ଚିକିତ୍ସା ପାଇଁ ରେଳ ଡବାକୁ କରୋନା ବେଡ୍‌ରେ ପରିଣତ କରିଥିଲେ କେନ୍ଦ୍ର ସରକାର। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହୋଇଥିଲା। କିନ୍ତୁ ଦେଶର ସବୁଠାରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଥିବା ରାଜ୍ୟ ମହାରାଷ୍ଟ୍ରରରେ କୌଣସି ରୋଗୀ ରେଳ କୋଚ୍‌ରେ ଆଇସୋଲେସନ ୟୁନିଟ୍‌ରେ ଆଡ୍‌ମିଶନ ହୋଇ ନଥିବା ଜଣାପଡ଼ିଛି। ରାଜ୍ୟରେ ୯୦୦ ନନ୍‌ ଏସି […]

  • Friday, 02 July 2021
tejaswi
ବିହାର ଲୋକେ ନୀତୀଶଙ୍କ ଉପରେ କେବଳ ରାଗୁ ନାହାନ୍ତି, ତାଙ୍କୁ ଘୃଣା ବି କରୁଛନ୍ତି; ତେଜସ୍ୱୀ ଯାଦବ

ପାଟନା: ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢ଼ୁଛି। ନିର୍ବାଚନୀ ମଇଦାନରେ ବିଭିନ୍ନ ଦଳ ବିରୋଧୀଙ୍କ ଉପରେ କଡ଼ା ଟିପ୍ପଣୀ କରିବା ସହିତ ନିର୍ବାଚନୀ ପ୍ରତିଶ୍ରୁତିକୁ ନେଇ ମଧ୍ୟ ସମାଲୋଚନା କରାଯାଉଛି। ରବିବାର ନିର୍ବଚନୀ ପ୍ରଚାରରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆର୍‌ଜେଡି ନେତା ତେଜସ୍ୱୀ ଯାଦବ। ନୀତୀଶ କ୍ଲାନ୍ତ ହୋଇଯାଇଛନ୍ତି ବୋଲି କହିବା ସହିତ ବିହାର ଜନତା ତାଙ୍କୁ ଏବେ ଘୃଣା କରୁଛନ୍ତି ବୋଲି ତେଜସ୍ୱୀ କହିଛନ୍ତି। […]

  • Friday, 02 July 2021
dig
ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ପୋଲିସ ଡିଆଇଜି ଚନ୍ଦ୍ର ପ୍ରକାଶଙ୍କ ପତ୍ନୀ ପୁଷ୍ପା ପ୍ରକାଶ ଆତ୍ମହତ୍ୟା କରିଛନ୍ତି। ଉତ୍ତର ପ୍ରଦେଶ ହାଥରସ ବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଚନ୍ଦ୍ର ପ୍ରକାଶ ଏସଆଇଟିର ଜଣେ ସଦସ୍ୟ ଥିଲେ। ରାଜ୍ୟ ସରକାର ତାଙ୍କୁ ଜଣେ ତଦନ୍ତକାରୀ ଅଧିକାରୀ ଭାବେ ଏହି ଟିମରେ ରଖିଥିଲେ। ସେ ଏବେ ଉନ୍ନାଓରେ ପୋଲିସ ଟ୍ରେନିଂ ଡିଆଇଜି ଭାବେ କାମ କରୁଛନ୍ତି । ତାଙ୍କ ପତ୍ନୀ ପୁଷ୍ପା ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ତାଙ୍କ […]

  • Friday, 02 July 2021