• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାଇ ପରି କ୍ରୁର ଭଉଣୀ । ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ କିମ ୟୋ ଜୋଙ୍ଗଙ୍କ ଖୋଲା ଚ୍ୟାଲେଞ୍ଜ । ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନଙ୍କ ଭଉଣୀ ବୁଧବାର ଦିନ ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କୁ ଆଲୋଚନା କରିବା ପରେ ସିଧାସଳଖ ଧମକ ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସମ୍ପୂର୍ଣ୍ଣ ଶେଷ କରିଦେବାକୁ ସେ ଚେତାବନୀ ଦେଇଛନ୍ତି । ଉଭୟ ଦେଶ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାର କିଛି ଘଣ୍ଟା ପରେ କିମ ଜୋଙ୍ଗ ଉନଙ୍କ ଭଉଣୀ କିମ ୟୋ ଜୋଙ୍ଗ ଏପରି ବୟାନ୍ ଦେଇଛନ୍ତି ।

କ୍ଷେପଣାସ୍ତ୍ରର ପରୀକ୍ଷଣ ପୁଣିଥରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ହେବାର କାରଣ ହୋଇପାରେ ବୋଲି କୁହାଯାଉଛି । ଉତ୍ତର କୋରିଆ ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିବା ପରେ ଉତ୍ତେଜନା ବୃଦ୍ଧି ପାଇଛି । ସମୁଦ୍ରରେ ଉତ୍ତର କୋରିଆ ପକ୍ଷରୁ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିବା ସ୍ପଷ୍ଟ କରିଛନ୍ତି ଉଭୟ ଦକ୍ଷିଣ କୋରିଆ ଏବଂ ଜାପାନର ସୈନ୍ୟ ନ୍ୟବାହିନୀ । ତେବେ ଏହାର କିଛି ଘଣ୍ଟା ପରେ ଦକ୍ଷିଣ କୋରିଆ ପକ୍ଷରୁ ମଧ୍ୟ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲେ ।

ସରକାରୀ ଗଣମାଧ୍ୟମ ଦ୍ୱାରା ଜାରି ବିବୃତ୍ତି ଅନୁସାରେ କିମ ୟୋ ଜୋଙ୍ଗ ଉତ୍ତର କୋରିଆ ରାଷ୍ଟ୍ରପତି ମୁନଙ୍କୁ ସମାଲୋଚନା କରିଛନ୍ତି । ଉତ୍ତର କୋରିଆ ସମ୍ପର୍କରେ ଏପରି ମନ୍ତବ୍ୟ ଦେବା ଜାରି ରଖିଲେ ଦକ୍ଷିଣ କୋରିଆ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଦକ୍ଷିଣ କୋରିଆର ବୃଦ୍ଧି ପାଉଥିବ କ୍ଷେପଣାସ୍ତ୍ର କ୍ଷମତା ନିଶ୍ଚିତ ଭାବରେ ଉତ୍ତର କୋରିଆ ଉତ୍ତେଜନା ବିରୁଦ୍ଧରେ କାମ କରିବ ବୋଲି କହିଥିଲେ ମୁନ । ଆଉ ଏହି ବୟାନରେ କିମ୍ ୟୋ ଜୋଙ୍ଗଙ୍କ ମନରେ ନିଆଁ ଲଗେଇ ଦେଇଥିଲେ । ଉତ୍ତର କୋରିଆ କୌଣସି ଦେଶକୁ ଟାର୍ଗେଟ ନକରି ଆତ୍ମରକ୍ଷା ପାଇଁ ସାମରିକ ଦକ୍ଷତା ବୃଦ୍ଧି କରୁଛି । ଦକ୍ଷିଣ କୋରିଆ ମଧ୍ୟ ତାହାର ସାମର୍ଥ୍ୟ ବୃଦ୍ଧି କରୁଛି । ହେଲେ ରାଷ୍ଟ୍ରପତି ମୁନ୍ ଆମ ବିରୁଦ୍ଧରେ ଏହିପରି ଭାବ ବୟାନବାଜୀ ରଖିଲେ ପ୍ରତିଶୋଧ ନିଆଯିବ । ଉତ୍ତର-ଦକ୍ଷିଣ କୋରିଆ ସମ୍ପର୍କ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯିବ । ହେଲେ ଆମେ ସେପରି କିଛି କରିବାକୁ ଚାହୁଁ ନାହୁଁ ବୋଲି ସେ କହିଛନ୍ତି ।

ଏହାପୂର୍ବରୁ ଦକ୍ଷିଣ କୋରିଆ ଏବଂ ଜାପାନର ସେନ୍ୟବାହିନୀ କହିଥିଲେ, ଉତ୍ତର କୋରିଆ ଦୁଇଟି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ଜାପାନର ବିଶେଷ ଆର୍ଥିକ କ୍ଷେତ୍ରରେ ଏହାକୁ ନିକ୍ଷେପ କରାଯାଇଥିଲା, ହେଲେ ତାହା ଜାପାନର ଆଞ୍ଚଳିକ ଜଳକୁ ପ୍ରବେଶ କରିନଥିଲା । ଏହାପୂର୍ବରୁ ଅକ୍ଟୋବର ୨୦୧୯ରେ ଉତ୍ତର କୋରିଆର କ୍ଷେପଣାସ୍ତ୍ର ଜାପାନର ସାମୁଦ୍ରିକ ସୀମାରେ ପଡିଥିଲା ।