• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଇଣ୍ଡୋନେସିଆ, ଫିଲିପାଇନ୍ସ, ସିଙ୍ଗାପୁର, ମାଲେସିଆ, ଥାଇଲ୍ୟାଣ୍ଡ ଏବଂ ମିଆଁମାରରେ ଆତ୍ମଘାତୀ ଆକ୍ରମଣ ଆଶଙ୍କା ?

  • ନାଗରିକଙ୍କୁ ଏହି ସବୁ ଦେଶକୁ ଯିବାପାଇଁ ମନା କଲା ଜାପାନ୍

ଟୋକିଓ : ଦକ୍ଷିଣ ଏସିଆର ୬ଟି ଦେଶକୁ ଆତ୍ମଘାତୀ ଆକ୍ରମଣ ଆଶଙ୍କା । ଜାପାନର ବୈଦେଶିକ ମନ୍ତ୍ରଣାଳୟ ସୋମବାର ଦିନ ନିଜ ନାଗରିକମାନଙ୍କୁ ଦକ୍ଷିଣ ଏସିଆର ୬ଟି ଦେଶରେ ଧାର୍ମିକ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛି । ଏହି ସ୍ଥାନରେ ଆତ୍ମଘାତୀ ଆକ୍ରମଣ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି । ଇଣ୍ଡୋନେସିଆ, ଫିଲିପାଇନ୍ସ, ସିଙ୍ଗାପୁର, ମାଲେସିଆ, ଥାଇଲ୍ୟାଣ୍ଡ ଏବଂ ମିଆଁମାର ଭ୍ରମଣ ପାଇଁ ଯାଉଥିବା ଜାପାନ୍ ନାଗରିକଙ୍କ ମାନଙ୍କ ପାଇଁ ଏହି ଆଲର୍ଟ ଜାରି କରାଯାଇଛି।

ନାଗରିକଙ୍କୁ ଏପରି ପରାମର୍ଶ ଦେବାପରେ ଅନ୍ୟ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଗୁଆ ବିପଦ ବିଷୟରେ କେହି ଜାଣି ନଥିବା ବେଳେ ଜାପାନ କେଉଁଠାରୁ ଏହି ସୂଚନା ମିଳିଲା , ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ଥାଇଲ୍ୟାଣ୍ଡର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ତାନି ସାଙ୍ଗ୍ରାଟ ଏପରି ସୂଚନା ପଛରେ ସୂତ୍ର ବିଷୟରେ ଜାଣିନଥିବା କହିଛନ୍ତି । ଜାପାନ ଦୂତାବାସ ଦ୍ୱାରା ଦିଆଯାଇଥିବା ବିବରଣୀ କେତେ ଠିକ୍ କେତେ ଭୁଲ ତାହା କହି ହେବ ନାହିଁ । ହେଲେ ଏହା କେବଳ ଥାଇଲ୍ୟାଣ୍ଡ ପାଇଁ ନୁହେଁ ବୋଲି ସେ କହିଛନ୍ତି । ଏହାସହ ଏଭଳି କୌଣସି ଧମକ ସମ୍ପର୍କରେ ଥାଇଲାଣ୍ଡ ପୋଲିସ ମଧ୍ୟ ମନା କରିଦେଇଛି । ସେହିଭଳି ଫିଲିପାଇନ୍ସର ବୈଦେଶିକ ମନ୍ତ୍ରଣାଳୟ ଏହା ମଧ୍ୟ ଜାଣି ନାହିଁ ବୋଲି ସ୍ପଷ୍ଟ କରିଛି ।

ଜାପାନରେ ୫୦ ପ୍ରତିଶତରୁ ଅଧିକ ଜନସଂଖ୍ୟାକକୁ ଟିକାକରଣ

ଦେଶର ୫୦ ପ୍ରତିଶତରୁ ଅଧିକ ଜନସଂଖ୍ୟା ଉଭୟ କୋଭିଡ ଟିକା ନେଇସାରିଥିବା କହିଛନ୍ତି ଜାପାନ ସରକାର । ଫେବୃଆରୀ ମଧ୍ୟଭାଗରେ ଜାପାନରେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା ଏବଂ ଏହାର ଅନେକ କିଛି ମାସ ପରେ ବହୁ ସମୃଦ୍ଧ ଦେଶରେ ଆରମ୍ଭ ହୋଇଥିଲା ଟିକାକରଣ ଅଭିଯାନ । ଦୀର୍ଘ କ୍ଲିନିକାଲ୍ ପରୀକ୍ଷା ଏବଂ ଅନୁମୋଦନ ପ୍ରକ୍ରିୟା ହେତୁ ଏହାର ଅଭିଯାନ ବିଳମ୍ବ ହେଲା । ସେହିପରି ବୟସ୍କଙ୍କୁ ଟିକାକରଣ ଏପ୍ରିଲରୁ ଆରମ୍ଭ ହୋଇଥିଲା, କିନ୍ତୁ ଆମଦାନୀ ହୋଇଥିବା ଟିକା ଯୋଗାଣ ଅଭାବରୁ ପ୍ରକ୍ରିୟା ମନ୍ଥର ହୋଇ ଯାଇଥିଲା । ମେ ମାସ ଶେଷରେ ଏହା ବୃଦ୍ଧି ପାଇଲା ଏବଂ ସେହି ଦିନଠାରୁ ପ୍ରତିଦିନ ୧ ମିଲିୟନ ଲୋକଙ୍କୁ ଟିକା ଦିଆଯାଉଛି ବୋଲି ସରକାର କହିଛନ୍ତି ।