• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Father stole Money
ପୁଅ ପାଇଁ ଥିଲା ଲକ୍ଷାଧିକ ଟଙ୍କା; ନିଶା ଖାଇ ଉଡେଇଦେଲା ବାପା

ବାପା-ମା’ମାନେ ସେମାନଙ୍କ ପିଲାମାନଙ୍କର ଭବିଷ୍ୟତ ତିଆରି କରିବା ଏବଂ ଏହାକୁ ସୁରକ୍ଷିତ ରଖିବା ପାଇଁ ଅର୍ଥ ସଂଗ୍ରହ କରନ୍ତି। ଏହି ସଞ୍ଚିତ ଅର୍ଥ ପିଲାମାନେ ସେମାନଙ୍କର ଉନ୍ନତି ପାଇଁ ବ୍ୟବହାର କରିପାରିବେ। ଜଣେ ନାବାଳକର ମା’ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଟଙ୍କା ସଂଚୟ କରିଥିଲେ। ଦିନେ ଏହି ସମ୍ପତ୍ତି ବାପାର ହାତରେ ପଡିଗଲା। ସେ ନାବାଳକ ପୁଅର ଭବିଷ୍ୟତ ପାଇଁ ରଖାଯାଇଥିବା ସବୁ ଟଙ୍କା ଏମିତି ହିଁ ଉଡେଇଦେଲେ।

Marburg Virus
ଆସିଲା ନୂଆ ବିପଦ : ମାରାତ୍ମକ ହେଉଛି ମାରବର୍ଗ ଭାଇରସ

ଦୁନିଆରେ କରୋନା ଭାଇରସକୁ ନେଇ ଆତଙ୍କ ରହିଛି। ଏହାରି ଭିତରେ ଆଉ ଏକ ନୂଆ ବିପଦ ସାମ୍ନାକୁ ଆସିଲାଣି। ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରେ ମାରାତ୍ମକ ମାରବର୍ଗ ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଏହା ନିଶ୍ଚିତ କରିଛି। ଏହି ଭାଇରସକୁ ଇବୋଲା ଏବଂ କରୋନା ଅପେକ୍ଷା ଅଧିକ ବିପଜ୍ଜନକ ବୋଲି ବିବେଚନା କରାଯାଉଛି। ଏହା ପଶୁମାନଙ୍କଠାରୁ ମଣିଷ ପର୍ଯ୍ୟନ୍ତ ମଧ୍ୟ ବ୍ୟାପିପାରେ। ଏଭଳି ପରିସ୍ଥିତିରେ ଗିନିର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

smallest new born baby
ବିଶ୍ୱର କ୍ଷୁଦ୍ରତମ ନବଜାତ ଶିଶୁ: ସେଓ ସହ ସମାନ ଯାହାର ଓଜନ

ବିଶ୍ୱର ସବୁଠୁ କ୍ଷୁଦ୍ରତମ ନବଜାତ ଶିଶୁ,  ଜନ୍ମବେଳେ ଯାହାର ଓଜନ ମାତ୍ର ଗୋଟିଏ ସେଓର ଓଜନ ସହ ସମାନ ଥିଲା। ଏହି କ୍ଷୁତ୍ରତମ ଶିଶୁ ୧୩ ମାସ ପରେ ମେଡିକାଲରୁ ଫେରିଛି ନିଜ ଘରକୁ  ା ଏହାକୁ ଲୋକେ କୌଣସି ଦୈବୀ ଚମତ୍କାରଠୁ କମ୍ ଭାବୁ ନାହାନ୍ତି।

ଶତ୍ରୁ ଦେଶରେ ପ୍ରଭୁ ଜୟ ଶ୍ରୀରାମଙ୍କ ନାରା
ପାକିସ୍ତାନରେ ’ଜୟ ଶ୍ରୀରାମ-ହର ହର ମହାଦେବ ନାରା’ : ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ କରାଚିରେ ବିକ୍ଷୋଭ ପ୍ରଦର୍ଶନ

ରବିବାର ଦିନ କରାଚିରେ ଥିବା ପ୍ରେସ କ୍ଲବ ବାହାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଏହି ବିକ୍ଷୋଭରେ ଭାଗ ନେଇଥିଲେ । ହିନ୍ଦୁ ସମ୍ପ୍ରଦାୟ ବ୍ୟତୀତ ଶିଖ, ପାର୍ସି, ଖ୍ରୀଷ୍ଟିଆନ ଏବଂ ଅନ୍ୟାନ୍ୟ ଲୋକ ମଧ୍ୟ ଏହି ବିକ୍ଷୋଭରେ ସାମିଲ ଥିଲେ । ନିକଟରେ ମନ୍ଦିରରେ ଭଙ୍ଗାରୁଜା ଘଟଣାକୁ ନିନ୍ଦା କରିବା ସହ ସଂଖ୍ୟାଲଘୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ

Taliban
ଟାଇଟ୍ ପୋଷାକ ପିନ୍ଧିବାରୁ ଯୁବତୀଙ୍କୁ ଗୁଳିକରି ହତ୍ୟା

ଆଫଗାନିସ୍ତାନରେ ତାଲିବାନର ଦଖଲ ସହିତ ତା’ର ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି। ବାଲ୍ଖ ପ୍ରଦେଶରେ ଜଣେ ୨୧ ବର୍ଷର ଯୁବତୀଙ୍କୁ ତାଲିବାନ ହତ୍ୟା କରିଛି। ଏହି ଯୁବତୀଙ୍କ ଏକମାତ୍ର ଦୋଷ ହେଲା ଯେ ସେ କିଛି ଟାଇଟ୍ ପୋଷାକ ପିନ୍ଧିଥିଲେ ଏବଂ ସେ ବିନା ପୁରୁଷରେ ଏକୁଟିଆ ବାହାରକୁ ଯାଇଥିଲେ। ପ୍ରକାଶଥାଉ ଯେ ତାଲିବାନରେ ଏକୁଟିଆ ମହିଳା ଘର ଛାଡି ବାହାରକୁ ଯିବା ନେଇ ନିଷେଧାଦେଶ ରହିଛି।

Agalega Island in Mauritius
ହିନ୍ଦ୍‌ ମହାସାଗରର ଏହି ଦ୍ୱୀପରେ ଭାରତ ନିର୍ମାଣ କରୁଛି କି ସୈନ୍ୟ ଆଡ୍ଡା?

ଗତ କିଛି ମାସ ଧରି ହିନ୍ଦ୍‌ ମହାସାଗରର ମରିସସ୍‌ରେ ଅବସ୍ଥିତ ଅଗ୍‌ଲେଗା ଦ୍ୱୀପ ଚର୍ଚ୍ଚାରେ ରହିଛି। ଅନେକ ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟରେ ଅଗଲେଗା ଦ୍ୱୀପକୁ ଭାରତର ସାମରିକ ଆଧାର ଭାବରେ ବର୍ଣ୍ଣନା କରାଯାଇଛି। ଏହା ସତ୍ୟ ଯେ ମରିସସ୍‌ର ଅଗଲେଗା ଦ୍ୱୀପକୁ ଭାରତ ବିକାଶ କରିବାରେ ଲାଗିଛି। କିଛି ଦିନ ପୂର୍ବରୁ ଏହି ଦ୍ୱୀପରେ ଥିବା ଏୟାରଷ୍ଟ୍ରିପ୍‌କୁ ସମ୍ପ୍ରସାରିତ କରାଯାଇଥିଲା, କିନ୍ତୁ ଭାରତ ଏଠାରେ ସାମରିକ ବେସ୍‌ ନିର୍ମାଣ କରୁଛି କି ନାହିଁ ସେନେଇ ଭାରତୀୟ ସେନା ଏବଂ ସରକାର କୌଣସି ସରକାରୀ ବିବୃତ୍ତି ଦେଇ ନାହାଁନ୍ତି।

American Army
ତାଲିବାନର ପିଛା ଛାଡ଼ୁନି ଆମେରିକା, ଏୟାର ଷ୍ଟ୍ରାଇକ୍‌ରେ ୨୦୦ରୁ ଅଧିକ ନିପାତ୍‌

ଆଫ୍‌ଗାନିସ୍ତାନରୁ ଆମେରିକା ନିଜ ସୈନ୍ୟମାନଙ୍କୁ ପ୍ରତ୍ୟାହାର କରିନେଇଛି । ଏହା ସମସ୍ତେ ଜାଣନ୍ତି । ଏହାପରେ ଅନେକ ଆଲୋଚନା ଆଉ ସମାଲୋଚନା ମଧ୍ୟ ହୋଇଥିଲା ।

Smallest River
ବିଶ୍ୱର ସବୁଠାରୁ ଛୋଟ ନଦୀ; ଗ୍ରୀଷ୍ମରେ ଥଣ୍ଡା, ଶୀତରେ ଗରମ ପାଣି

ଆପଣ ଏପରି ନଦୀ ବିଷୟରେ ଶୁଣିଛନ୍ତି କି, ଯାହା ମାତ୍ର ୪/୫ ଘର ଦେଇ ପ୍ରବାହିତ ହୁଏ। ଆମେ ଯେଉଁ ନଦୀ ବିଷୟରେ କହିବାକୁ ଯାଉଛୁ ତାହାର ଲମ୍ବ ଠିକ୍ ଏତିକି। ଏଠାରେ ନିଶ୍ଚିତ ପ୍ରଶ୍ନ ଉଠିପାରେ ନଦୀ କିପରି ଏତେ ଛୋଟ ହୋଇପାରେ? ତେଣୁ ଏହାର ଉତ୍ତର ହଁ ହିଁ ହେବ। ଏପରି ଏକ ନଦୀ ଅଛି ଯାହାର ଲମ୍ବ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଏହି ନଦୀର ନାମ ହେଉଛି ରୋ ନଦୀ। ଏହା ମୋଣ୍ଟାନା ଆମେରିକାରେ ପ୍ରବାହିତ ହୁଏ, ତା’ପରେ କିଛି ମିଟର ପରେ ଏହା ମିସୁରୀ ନଦୀରେ ଯୋଗ ହୋଇଛି। ଦୁନିଆର ଏହି କ୍ଷୁଦ୍ର ନଦୀର ଦୈର୍ଘ୍ୟ ମାତ୍ର ୨୦୧ ଫୁଟ ଅର୍ଥାତ୍ ୬୧ ମିଟର। ଦେଖିବାକୁ ଗଲେ ଏହା ଏକ ମଲ୍ କିମ୍ବା ୪/୫ଟି ଘରର ଓସାର ଭଳି।

Pakistan temple vandalism
ମନ୍ଦିର ଆକ୍ରମଣ ମାମଲାରେ ୨୦ ଗିରଫ

ପାକିସ୍ତାନ ପଞ୍ଜାବର ସୁଦୂରବର୍ତ୍ତୀ ସହରରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣରେ ୨୦ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୧୫୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସର କାର୍ଯ୍ୟାନୁଷ୍ଠାନ ଏପରି ଏକ ସମୟରେ ସାମ୍ନାନୁ ଆସିଛି ଯେତେବେଳେ ଦେଶର ସୁପ୍ରିମକୋର୍ଟ ଏଭଳି ଆକ୍ରମଣକୁ ରୋକିବାରେ ବିଫଳ ହେବାରୁ ଅଧିକାରୀମାନଙ୍କୁ ଟାଣି ଅପରାଧୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କହିଛନ୍ତି ଯେ ଏଭଳି ଘଟଣା ବିଶ୍ୱରେ ଦେଶର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଛି।

Lottery
ବିମାନ ବାତିଲ ହେବାରୁ ଭାଗ୍ୟ ଖୋଲିଲା; ୭ କୋଟିର ମାଲିକ

ଆମେରିକାର ମିସୌରୀରେ ବିମାନ ବାତିଲ ହେବା ପରେ ଜଣେ ମହିଳାଙ୍କ ଭାଗ୍ୟ ଖୋଲିଗଲା। ସୂଚନା ମୁତାବକ ଏହି ମହିଳା ନୂଆ ବିମାନକୁ ଅପେକ୍ଷା କରିଥିବାବେଳେ କିଛି ଲଟେରୀ ଟିକେଟ୍ କିଣିଥିଲେ। ଏହି ଟିକେଟ୍ ମଧ୍ୟରୁ ଗୋଟିଏରେ ତାଙ୍କୁ ୧୦ ଲକ୍ଷ ଡଲାର (୭କୋଟି ୪୧ ଲକ୍ଷ ୫୫ ହଜାର ୬୫୦) ପୁରସ୍କାର ମିଳିଛି। ତେବେ ସେ ଟାଇମ୍ ପାସ୍ କରିବାକୁ କିଣିଥିବା ଲଟେରୀ ଟିକେଟ୍ ଯେ ତାଙ୍କ ପାଇଁ ଅର୍ଥ ଭଣ୍ଡାର ଖୋଲିଦେବ ତାହା ସେ ଜଣି ନ ଥିଲେ। ଏହି ଖବର ବର୍ତ୍ତମାନ ଅଧିକ ଭାଇରାଲ ହେବାରେ ଲାଗିଛି।

Plane Crash
ବିମାନ ଦୁର୍ଘଟଣା; ପାଇଲଟ୍ ସମେତ ୬ ମୃତ

ଆମେରିକାର ଆଲାସ୍କାରେ ଖରାପ ପାଗ ଯୋଗୁଁ ଏକ ବିମାନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ଯାତ୍ରୀ ଥିବାବେଳେ ଜଣେ ପାଇଲଟ୍‌ ଅଛନ୍ତି। ଆମେରିକାର କୋଷ୍ଟଗାର୍ଡ ଅନୁଯାୟୀ, ଗୁରୁବାର ଦକ୍ଷିଣ ଆଲାସ୍କାରେ ଏକ ସାଇଟ୍‌ସିଙ୍ଗ ବିମାନ MH-60 ଜେହକ୍ ପର୍ଯ୍ୟଟକଙ୍କୁ ଦର୍ଶନୀୟ ସ୍ଥଳୀକୁ ନେଇ ଯାଉଥିଲା। ବିମାନଟି ଆକଶମାର୍ଗରେ ଥିବାବେଳେ ପାଗ ହଠାତ ଖରାପ ହୋଇଯାଇଥିଲା।

Pak PMs House
ଭଡ଼ାରେ ଲାଗିବ ପାକ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ

ଭଡ଼ାରେ ଲାଗିବ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବାସଭବନ । ମେଳା, ମହୋତ୍ସବ, ବିବାହ ଓ ସମ୍ମିଳନୀ ସାଙ୍ଗକୁ ଅନୁଷ୍ଠିତ ହେବ ଫ୍ୟାସନ ସୋ ଏବଂ ଶିକ୍ଷା ସଂପର୍କିତ କାର୍ଯ୍ୟକ୍ରମ। 

woman gave birth birth four kids in a year
ବର୍ଷକ ଭିତରେ ୨ ଥର ପ୍ରସବ, ୪ ସନ୍ତାନର ମା’ ହେଲେ ମହିଳା

ଦେଢବର୍ଷ ଧରି କରୋନା ମହାମାରୀ ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ବିପର୍ଯ୍ୟସ୍ତ କରି ଦେଇଛି। ଅନେକ ଦୁଃଖ ଦେଇଛି, ଅନେକ ଯନ୍ତ୍ରଣା ଦେଇଛି। କାହାର ଆର୍ଥିକ ସ୍ଥିତି ଉଜାଡି ଦେଇଛି ତ କାହାର ପରିବାର ଶୂନ୍ୟ କରି ଦେଇଛି। ହେଲେ ଏମିତି କିଛି ଲୋକ ଅଛନ୍ତି, ଯାହାଙ୍କୁ କରୋନା ଅନେକ ଖୁସି ଆଣି ଦେଇଛି।

Covid-19
ରେଷ୍ଟୁରାଣ୍ଟ-ଜିମ୍ ଯିବାକୁ ହେଲେ ଟିକାକରଣ ଜରୁରୀ

ଆଜିକାଲି କରୋନା ଭାଇରସ୍ ସଂକ୍ରମଣକୁ ନେଇ ସାରା ବିଶ୍ୱରେ ସଚେତନତା ବୃଦ୍ଧି ପାଇଛି। ପ୍ରତ୍ୟେକ ଦେଶ ନୂଆ ନିୟମ ଲାଗୁ କରୁଛନ୍ତି। ଏହି ସମୟରେ, ନ୍ୟୁୟର୍କ ମଙ୍ଗଳବାର ଘୋଷଣା କରିଛି ଯେ କରୋନା ଭାଇରସର ଡେଲ୍‌ଟା ଭାରିଆଣ୍ଟର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ କର୍ମଚାରୀ ଏବଂ ଗ୍ରାହକଙ୍କୁ ଇନ୍‌ଡୋର୍‌ ଡାଇନିଂ କିମ୍ବା ରେଷ୍ଟୁରାଣ୍ଟ, ଫିଟ୍‌ନେସ୍ ଏବଂ ମନୋରଞ୍ଜନ ସୁବିଧା ପାଇଁ ଟିକାକରଣ କରିବା ଜରୁରୀ।

Covid-19
ଉହାନରେ ପୁଣି କରୋନାର ନୂଆ ମାମଲା

ଏକ ବର୍ଷ ପରେ ଚୀନ୍‌ର ଉହାନରେ କରୋନା ଭାଇରସ୍ ସଂକ୍ରମଣର ନୂଆ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ପ୍ରଶାସନ ସମଗ୍ର ଜନସଂଖ୍ୟାର କୋଭିଡ -୧୯ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛି। ଉହାନ ହେଉଛି ଚୀନ୍‌ର ସେହି ସହର ଯେଉଁଠାରେ ପ୍ରଥମ ଥର କରୋନା ଭାଇରସ୍ ସଂକ୍ରମଣ ବ୍ୟାପିଥିଲା ​​ଏବଂ ବର୍ତ୍ତମାନ ପ୍ରାୟ ଏକ ବର୍ଷ ପରେ ଉହାନ ସହରରେ ସ୍ଥାନୀୟ କରୋନା ମାମଲା ସାମ୍ନାକୁ ଆସିଥିବା ଜଣାପଡିଛି।

brightest students in world
ନତାଶା ହେଲେ ବିଶ୍ୱର ଶ୍ରେଷ୍ଠ ମେଧାବୀ ଛାତ୍ରୀ

ବିଶ୍ୱର ସବୁଠାରୁ ବିଜ୍ଞ, ମେଧାବୀ ଛାତ୍ର କିଏ ଜାଣନ୍ତି ? ଜାଣିଲେ ଖୁସି ହେବେ, ସେ ହେଉଛନ୍ତି ଜଣେ ଭାରତୀୟ ମୂଳ ଛାତ୍ରୀ ।

lottery made millionaire
ଲଟେରୀ ବଦଳେଇ ଦେଲା ଭାଗ୍ୟ ; ଘରେ ବସି କୋଟିପତି

ଦୁନିଆରେ କିଏ ବା ସ୍ୱପ୍ନ ନ ଦେଖେ ଘରେ ବସି ବହୁ ବିଳାସପୂର୍ଣ୍ଣ ଜୀବନଯାପନ କରିବା ପାଇଁ। କିନ୍ତୁ ଏହି ସ୍ୱପ୍ନ ପୂରଣ ହେବା ଅସମ୍ଭବ, କାରଣ ସମସ୍ତଙ୍କ ଭାଗ୍ୟ ଉତ୍ତର କାରୋଲିନାର ଡିୟୁ କ୍ରୁମ୍‌ଙ୍କ ପରି ନୁହେଁ। ତାଙ୍କ ଭାଗ୍ୟକୁ ବଦଳେଇ ଦେଇଛି ଲଟେରୀ ଟିକେଟ୍। ଡିୟୁ କ୍ରୁମ୍ ଗୋଟିଏ ନୁହେଁ ଦୁଇ ଦୁ‍ଇଟି ଲଟେରୀ ଜିତିଛନ୍ତି ଏବଂ ଘରେ ବସି କୋଟିପତି ହୋଇପାରିଛନ୍ତି।

Corona New Variant
କରୋନା ଭାଇରସ୍ ହେବ ଆହୁରି ଘାତକ ; ୩ ଜଣରେ ଜଣକୁ ନେବ

କରୋନା ଭାଇରସ୍ ସଂକ୍ରମଣ ସାରା ବିଶ୍ୱରେ ଚିନ୍ତାର କାରଣ ପାଲଟିଯାଇଛି। ଅନେକ ଦେଶରେ ଏହାର ନୂତନ ଭାରିଆଣ୍ଟ୍‌ (ରୋନାଭାଇରସ୍ ଭାରିଆଣ୍ଟସ୍) ଅଧିକ କ୍ଷତି ଘଟାଉଛି। ଏହି ସମୟରେ, ବ୍ରିଟିଶ ବୈଜ୍ଞାନିକମାନେ ସେମାନଙ୍କ ଅନୁସନ୍ଧାନରେ ଦାବି କରିଛନ୍ତି ଯେ କରୋନା ଜୀବାଣୁର ପରବର୍ତ୍ତୀ ଭାରିଆଣ୍ଟ୍‌ ଅଧିକ ମାରାତ୍ମକ ହୋଇପାରେ।

Sunjeev Sahota
ବୁକର୍ ପୁରସ୍କାର ଦୌଡରେ ଭାରତୀୟ ବଂଶୋଦ୍ଭବ ସଞ୍ଜୀବ ସହୋଟା

ଭାରତୀୟ ମୂଳ ବ୍ରିଟିଶ ଔପନ୍ୟାସିକ ସଞ୍ଜୀବ ସହୋଟା ୧୩ ଜଣ ଲେଖକଙ୍କ ମଧ୍ୟରେ ସାମିଲ ଅଛନ୍ତି, ଯାହାଙ୍କ ପୁସ୍ତକ 'ଚାଇନା ରୁମ୍' ଚଳିତ ବର୍ଷର ବୁକର୍ ପୁରସ୍କାର ଦାବିଦାର ତାଲିକାରେ ସ୍ଥାନ ପାଇଛି। ୪୦ ବର୍ଷୀୟ ସହୋଟାଙ୍କ ଜେଜେବାପା ୧୯୬୦ ଦଶକରେ ପଞ୍ଜାବରୁ ଏଠାକୁ ଯାଇଥିଲେ।

Chin
ବିବାଦୀୟ ସ୍ଥାନରେ ଚୀନ୍ ସେନା

ପୂର୍ବ ଲଦାଖରେ ଚାଲିଥିବା ବିବାଦ ମଧ୍ୟରେ ଚୀନ୍ ପାଙ୍ଗୋଙ୍ଗ ହ୍ରଦ ନିକଟରେ ନିଜର ସୈନ୍ୟବଳ ମୁତୟନ କରିଛି। ଛଅ ମାସ ପୂର୍ବେ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବା ଏବଂ ଗସ୍ତ ନ କରିବା ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଏହା ପରେ ଚୀନ୍ ପାଙ୍ଗୋଙ୍ଗ ହ୍ରଦ ନିକଟରୁ ନିଜର ସୈନ୍ୟବାହିନୀକୁ ପଛକୁ ହଟେଇବା ଏବଂ ଗସ୍ତ ନ କରିବା ନେଇ ସହମତି ପ୍ରକାଶ କରିଥିଲା।

Pink River
କେମିକାଲ୍ ସଂସ୍ପର୍ଶରେ ଆସି ଗୋଲାପୀ ହେଲା ନଦୀ ଜଳ

ଆର୍ଜେଣ୍ଟିନାର ଦକ୍ଷିଣ ପାଟାଗୋନିଆ ଅଞ୍ଚଳରେ ଏକ ବିରାଟ ହ୍ରଦର ପାଣି ସମ୍ପୂର୍ଣ୍ଣ ଗୋଲାପୀ ହୋଇଯାଇଛି। ବିଶେଷଜ୍ଞ ତଥା ପରିବେଶ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ ଏହି ହ୍ରଦ ଗୋଲାପୀ ରଙ୍ଗର ହେବାର କାରଣ ହେଉଛି ଏକ ରାସାୟନିକ ପଦାର୍ଥ, ଯାହା ଚିଙ୍ଗୁଡି ରପ୍ତାନି ବେଳେ ବ୍ୟବହୃତ ହୁଏ।

sand storm in china
ହଠାତ୍‌ ମାଡି ଆସିଲା ୩୦୦ଫୁଟ୍ ଉଚ୍ଚର ଧୂଳିଝଡ

ଉତ୍ତର-ପଶ୍ଚିମ ଚୀନର ଡୁନ ହୁଆଙ୍ଗ ପ୍ରଦେଶରେ ଦେଖାଦେଇଛି ଭୟଙ୍କର ବାଲିଝଡ । ପ୍ରାୟ ୩ଶହ ଫୁଟ ଉଚ୍ଚର ଏହି ବାଲି ଝଡ ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏପରିକି ୨୦ ଫୁଟରୁ ଅଧିକ ଦୂରରେ ଥିବା ଜିନିଷକୁ ଦେଖିବା କଷ୍ଟକର ହୋଇପଡିଥିଲା। 

Sand Storm
ଧୂଳି ଝଡ ଯୋଗୁଁ ୨୦ ଗାଡି ପିଟାପିଟି, ୭ ମୃତ

ଆମେରିକାର ୟୁଟାରେ ଧୂଳି ଝଡ କାରଣରୁ ୨୦ଟି ଗାଡି ପରସ୍ପର ସହିତ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୭ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀ ସୂତ୍ର ମୁତାବକ ଧୂଳି ଝଡ ଯୋଗୁଁ ଲୋକମାନଙ୍କୁ ଦେଖିବାରେ ଅସୁବିଧା ହୋଇଥିଲା। ଫଳରେ ରାସ୍ତାରେ ଚାଲୁଥିବା କାର୍‌ଗୁଡିକ ପରସ୍ପର ଧକ୍କା ହୋଇଥିଲେ।

Flood in china
ଚୀନରେ ପ୍ରଳୟଙ୍କରୀ ବନ୍ୟା: ମୁଣ୍ଡରେ ହାତ ଦେଲେଣି ଜିନ୍‌ପିଙ୍ଗ୍ !

୨୪ ଘଣ୍ଟାରେ ଝେଙ୍ଗଜୋ ପ୍ରଦେଶରେ ୫୫୨.୫ ମିଲିମିଟର ବର୍ଷା ହୋଇଛି। ଏଠାରେ ବର୍ଷକୁ ଯେତେ ବୃଷ୍ଟିପାତ ହୁଏ। ଏହା ତାର ୮୭ ପ୍ରତିଶତ। କାର ଓ ଅନ୍ୟ ଯାନବାହାନ ପାଣିରେ ଭାସୁଥିବା ବେଳେ ଘରଗୁଡିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

Bom Blast
ବୋମା ବିସ୍ଫୋରଣରେ ୩୫ ମୃତ

ଇରାକର ସଦର ସହରରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥିରେ ପ୍ରାୟ ୩୫ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଭାବେ ୬୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି।