• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସାଟେଲାଇଟ୍ ଚିତ୍ର ବଖାଣୁଛି ଆଫଗାନ୍ ନାଗରିକଙ୍କ ଦୁର୍ଦ୍ଦଶା

  • ପାକିସ୍ତାନ ସୀମାରେ ନାହିଁ ନଥିବା ଭିଡ଼

କାବୁଲ : ସାଟେଲାଇଟ୍ ଚିତ୍ର ବଖାଣୁଛି ଆଫଗାନ୍ ନାଗରିକଙ୍କ ଦୁର୍ଦ୍ଦଶା । ତାଲିବାନୀ ଶାସନ ଭୟ, କୌଣସି ମତେ ଦେଶ ଛାଡ଼ିବାକୁ ଚାହୁଁଛନ୍ତି ଆଫଗାନ୍ ନାଗରିକ । ତାଲିବାନ୍ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ ଜାରି ରହିଛି ଦେଶ ଛାଡ଼ିବା ଅଭିଯାନ । ଏବେ ବି ଶହ ଶହ ଲୋକେ ଆଫଗାନିସ୍ତାନ ଛାଡ଼ିବାକୁ ପ୍ରତିଦିନ ପାକିସ୍ତାନ ସୀମାରେ ପହଞ୍ଚୁଛନ୍ତି । ଏହାର ଏକ ସାଟେଲାଇଟ୍ ଚିତ୍ର ସାମ୍ନାକୁ ଆସିଛି । ନିଜ ପରିବାର, ସ୍ତ୍ରୀ ପିଲା ଛୁଆାଙ୍କୁ ଧରି ଆଫଗାନିସ୍ତାନ ନାଗରିକ ପାକିସ୍ତାନ ସୀମାରେ ଦିନ ଦିନ ଧରି ଅପେକ୍ଷା କରି ରହିଛନ୍ତି । କିଛି କିଛି ଲୋକେ ୧୫ରୁ ୨୦ ଘଣ୍ଟା କାଳ ଅପେକ୍ଷା କରି ରହିବାକୁ ପଡ଼ୁଛି । କାବୁଲଙ୍କୁ କୌଣସି ମତେ ଛାଡ଼ି ଇସଲାମାବାଦରେ ଶରଣାର୍ଥୀ ହେବାକୁ ପସନ୍ଦ କରୁଛନ୍ତି । ୧୦ ହଜାରରୁ ଅଧିକ ଏବେ ସ୍ଥଳ ପଥରେ ପାକିସ୍ତାନକୁ ଆସିଥିବା ଜଣାପଡ଼ିଛି ।

ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ସ୍ପିନ୍ ବୋଲ୍ଡକ୍ ର ଚମନ ସୀମାର ଏକ ସାଟେଲଇଟ୍ ଫଟୋ ଏବେ ସାମ୍ନାକୁ ଆସିଛି । ସୀମାରେ ଠୁଳ ହୋଇଥିବା ଲୋକଙ୍କ ଅସମ୍ଭାଳ ଭିଡ଼ ଚିତ୍ରରେ ସ୍ପଷ୍ଟ ଦେଖିବାକୁ ମିଳୁଛି । ସ୍ପିନ୍ ବୋଲ୍ଡକ୍ ବ୍ୟତୀତ ଆଫଗାନିସ୍ତାନର ବଡର କ୍ରସିଂର ତାଜାକିସ୍ତାନର ସହ ସଂଲଗ୍ନ ଶୀର ଖାନ୍ ଓ ଇରାନ୍ ସୀମାରେ ଲୋକଙ୍କ ଭିଡି ଜମିଛି । ସେପ୍ଟେମ୍ବର ୬ରେ ଜାରି ହୋଇଥିବା ଏହି ସାଟେଲାଇଟ୍ ଚିତ୍ରରେ ଆଫଗାନିସ୍ତାନର ସୀମାରେ ଲୋକଙ୍କ ଭିଡ଼ ଦେ‍ଖିବାକୁ ମିଳୁଛି । ନିକଟରେ ପାକିସ୍ତାନ ଚମନ ସୀମା ପୋଷ୍ଟକୁ ବନ୍ଦ କରିଦେଇଥିଲା ।

ତାଲିବାନୀଙ୍କ କ୍ରୁର ମନୋଭାବ ଓ ଆତଙ୍କୀ ବ୍ୟବହାରରେ ଭୟଭୀତ ଲୋକେ ଅନ୍ୟ କୌଣସି ଦେଶରେ ସ୍ଥାନ ନପାଇ ପାକିସ୍ତାନ ଯିବାକୁ ବାଧ୍ୟ ହୋଇଛନ୍ତି । ଆକାଶ ପଥରେ ଏବେ ଆଫଗାନିସ୍ତାନରୁ ରେସ୍କ୍ୟୁ ଅପରେସନ୍ ବନ୍ଦ ଥିବାରୁ ୮ରୁ ୯ ଘଣ୍ଟା ସଡ଼କ ପଥରେ ଆସିବା ପରେ ପାକ୍ ସୀମାରେ ପହଞ୍ଚୁଛନ୍ତି ଆଫଗାନ ନାଗରିକ ।

ସୂଚନାଯୋଗ୍ୟ ଆଫଗାନିସ୍ତାନକୁ ପୁନର୍ବାର କବଜା କରିଛି ତାଲିବାନ୍ । ତାଲିବାନୀ ଶାସନ ଭୟରେ ଏବେ ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଛନ୍ତି ଆଫଗାନୀ ନାଗରିତ। ଗତ ମାସରେ ତାଲିବାନ ଦେଶକୁ କବଜା କରିବା ପରଠାରୁ ବହୁ ସଂଖ୍ୟକ ଆଫଗାନିସ୍ତାନ ଦେଶ ଛାଡି ଚାଲି ଯାଉଛନ୍ତି । ତେବେ ୨୦ ବର୍ଷ ପୂର୍ବେ ସେମାନଙ୍କ ନିର୍ଦ୍ଦୟ ଶାସନ ଅପେକ୍ଷା ତାଲିବାନ ଏଥର ଉଦାରବାଦୀ ଶାସନ ଦାବି କରିଥିଲା । ହେଲେ ମହିଳା ଅଧିକାରର ସୁରକ୍ଷା ପାଇଁ କରିଥିବା ଦାବି ବାସ୍ତବତାଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ପ୍ରମାଣିତ ହୋଇଛି।