/odishatv-khabar/media/post_attachments/uploadimage/library/16_9/16_9_0/Taliban_1631716557.jpg)
Taliban
କାବୁଲ୍: କାବୁଲର ବିଚ୍ ରାସ୍ତାରେ ମହିଳାଙ୍କ ଉପରେ ଚାବୁକ୍ ଓ ଲାଠି ବର୍ଷା ଏମିତି ଚିତ୍ରକୁ ଦେଖିଲେ ଲାଗୁଛିକି ବଦଳି ଯାଇଛି ତାଲିବାନ? ନବେ ଦଶକ ଓ ବର୍ତ୍ତମାନର ତାଲିବାନ ଭିତରେ ଜଣାପଡୁନି ଫରକ ? ଯାହା କୁହାଯାଉଛି ତାଲିବାନ ହେଉଛି ତାଲିବାନ, ତାଙ୍କଠୁ ଦୟା ଆଶା କରିବା ବୃଥା। ଆଉ ଆଶଙ୍କାକୁ ସତ ପ୍ରମାଣିତ କରି ପୁଣି କଠୋର ଇସଲାମୀୟ ଆଇନ ସରିଆ ଲାଗୁ ପାଇଁ ନିଷ୍ପତ୍ତି ନେଇଛି ତାଲିବାନ। ୧୯୯୬-୨୦୦୧, ନିଜ ପ୍ରଥମ ପାଳି ଭଳି ଦ୍ୱିତୀୟ ପାଳିରେ ସୃଷ୍ଟି କରାଯାଇଛି ଭର୍ଚୁ ଆଣ୍ଡ ଭାଇସ ଅର୍ଥାତ୍ ପାପ-ପୁଣ୍ୟ ମନ୍ତ୍ରଣାଳୟ। ତେବେ ଉଦବେଗର କଥା ହେଉଛି ଏଥିରେ ଅପରାଧୀଙ୍କ ଲାଗି ରହିଥିବା କଠୋର ଦଣ୍ଡ ବ୍ୟବସ୍ଥା ଦେଖନ୍ତୁ କେଉଁ ଅପରାଧ ପାଇଁ କି ଦଣ୍ଡ ବ୍ୟବସ୍ଥା କରିଛି ତାଲିବାନ।
ଉଦ୍ଦେଶ୍ୟ ରଖି ଯୋଜନାବଦ୍ଧ ହତ୍ୟା ଅଭିଯୁକ୍ତଙ୍କୁ ସିଧାସଳଖ ମିଳିବ ମୃତ୍ୟୁଦଣ୍ଡ ମିଳିବ। ତେବେ ଯଦି ଉଦ୍ଦେଶ୍ୟ ନଥାଇଁ କୌଣସି ହତ୍ୟାକାଣ୍ଡ ଘଟିଥିବା ସେ କ୍ଷେତ୍ରରେ ଅର୍ଥ ଜରିମାନା ଦେଇ ଛାଡ଼ ପାଇପାରିବେ ଅଭିଯୁକ୍ତ। ଏହାସହ ଚୋରି କଲେ ଅଭିଯୁକ୍ତଙ୍କ ଆଂଗୁଠି କାଟି ଦେବ ତାଲିବାନ। ସେହିପରି ବ୍ୟଭିଚାର ବା ଅନୈତିକ ଶାରିରୀକ ସମ୍ବନ୍ଧ ପାଇଁ ରହିଛି ଆହୁରି କଠୋର ଦଣ୍ଡ। ଅଭିଯୁକ୍ତ ମହିଳା ହୁଅନ୍ତୁ ବା ପୁରୁଷ, ଉଭୟଙ୍କ ଖୋଲା ସ୍ଥାନରେ ବସାଇ ମୃତ୍ୟୁ ପର୍ଯ୍ୟନ୍ତ ମାଡ଼ କରାଯିବା ଟେକା ପଥର। ଏଥିପାଇଁ ୪ ସାକ୍ଷୀଙ୍କ ବୟାନ ସମାନ ହେବା ଜରୁରୀ। କାହାରି ଜଣଙ୍କ ସାକ୍ଷ ଯଦି ଭିନ୍ନ ହୁଏ ତେବେ ସେକ୍ଷେତ୍ରରେ ଆଦୌ ଦଣ୍ଡ ମିଳିବ ନାହିଁ। ଆଫଗାନିସ୍ତାନରେ ଶାନ୍ତି ଓ ସମୃଦ୍ଧି ଆଣିବା ଲାଗି ଇସଲାମୀୟ ଆଇନ ଲାଗୁ ହେବା ନିହାତି ଜରୁରୀ ବୋଲି କହିଛନ୍ତି ତାଲିବାନ ଅଧିକାରୀ ମହମ୍ମଦ ୟୁସୁଫ୍।
Also Read
୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ନିଜ ପ୍ରଥମ ପାଳି ଶାସନରେ ଆଫଗାନିସ୍ତାନଙ୍କ ଉପରେ ନିର୍ମମ ଅତ୍ୟାଚାର କରିଥିଲା ତାଲିବାନ। ମହିଳା ବୁର୍ଖା ପିନ୍ଧିବା ବାଧ୍ୟତାମୂଳକ ହୋଇଥିଲା ବିନା ପୁରୁଷରେ ମହିଳା ବାହାରକୁ ବାହାରିବା ଉପରେ ବି ରହିଥିଲା କଟକଣା। ପୁରୁଷଙ୍କ ଲାଗି ଲମ୍ବା ଦାଢି ବଢାଇବା ଅନିବାର୍ଯ୍ୟ କରାଯାଇଥିଲା। ଲୋକଙ୍କ ଆଚରଣ ପରଖିବା ଲାଗି ରାସ୍ତା ଘାଟରେ ତାଲିବାନ ଲଢାକୁଙ୍କୁ ମୁତୟନ କରାଯାଇଥିଲା । ନିୟମ ପାଳନରେ ଟିକିଏ ଏପଟେ ସେପଟେ ହେଲେ ଚାବୁକ, ଲାଠି ଓ ବନ୍ଧୁକ ପଛରେ ନିସ୍ତୁକ ମାଡ଼ ମାରୁଥିଲା ତାଲିବାନ। ମଧ୍ୟମ ଧରଣର ଅପରାଧ ପାଇଁ ଅଭିଯୁକ୍ତଙ୍କ ଗୋଡ଼ ହାତ କାଟି ଦିଆଯାଉଥିଲା। ତେବେ ଅପରାଧ ଗୁରୁତର ହୋଇଥିଲେ ଅଭିଯୁକ୍ତଙ୍କୁ ସର୍ବସାଧାରଣରେ ଗୁଳି ମାରି ଦିଆଯାଉଥିଲା ନଚେତ୍ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉଥିଲା। ତାଲିବାନର ଏଭଳି ବର୍ବରଶାସନକୁ ନେଇ ଦୁର୍ବିସହ ହୋଇ ପଡିଥିଲା ଆଫଗାନବାସୀଙ୍କ ଜୀବନ। ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକେ ଆଫଗାନିସ୍ତାନ ଛାଡ଼ ଅନ୍ୟତ୍ର ପଳାଇଥିଲେ। ଏପଟେ ତାଲିବାନ ନୂଆ ଇସଲାମୀୟ ଆଇନ ଆଣିବାକୁ ଘୋଷଣା କରିବା ପରେ ଭୟ ଓ ଆତଙ୍କରେ ଆଫଗାନିସ୍ତାନବାସୀଙ୍କ ମୁହଁରୁ ସତେ ଯେମିତି ହସ ଉଡିଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)