• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଭ୍ୟାକ୍ସିନର ଉଭୟ ଡୋଜ ନେଇଥିଲେ ହିଁ ମିଳିବ ଏଣ୍ଟ୍ରି

  • ୧୬ ବର୍ଷରୁ କମ୍ ପିଲାଙ୍କ ଉପରେ ଏହି ନିୟମ ଲାଗୁ ହେବ ନାହିଁ

ନୂଆଦିଲ୍ଲୀ : କରୋନା କଟକଣା କୋହଳ କଲା ୟୁଏଇ । ଟିକାର ଉଭୟ ଡୋଜ ନେଇଥିଲେ ଦେଶକୁ ପ୍ରବେଶ କରିବାରେ କୌଣସି ଅସୁବିଧା ନାହିଁ । ୟୁଏଇର ଏହି ନିଷ୍ପତ୍ତି ଯୋଗୁଁ ଭାରତ, ପାକିସ୍ଥାନ, ବାଂଲାଦେଶ ଏବଂ ନେପାଳ ସମେତ ୧୫ ଟି ଦେଶର ଯାତ୍ରୀଙ୍କୁ ଆଶ୍ୱସ୍ତି ମିଳିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଟିକା ନେବା ସହ ୟୁଏଇରେ ପ୍ରବେଶ ପାଇଁ କରୋନା ଆରଟିପିସିଆର ନେଗେଟିଭ୍ ରିପୋର୍ଟ ମଧ୍ୟ ଦେଖାଇବା ବାଧ୍ୟତାମୂଳକ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁମୋଦିତ COVID-19 ଟିକା ନେଇଥିବା ୧୫ ଟି ଦେଶର ଲୋକ ସେପ୍ଟେମ୍ବର ୧୨ ରୁ ବୈଧ ଭିସା ନେଇ ୟୁଏଇକୁ ଫେରିପାରିବେ ବୋଲି କହିଛି ସଂଯୁକ୍ତ ଆରବ ଅମିରାତ୍‌ (ୟୁଏଇ) । ଜାତୀୟ ଜରୁରୀକାଳୀନ ସଙ୍କଟ ଏବଂ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NCEMA) ଟ୍ୱିଟ୍‌ ଯୋଗେ ଏହା ସ୍ପଷ୍ଟ କରିଛନ୍ତି । ତେବେ ୬ ମାସରୁ ଅଧିକ ସମୟ ବିଦେଶରେ ରହିଥିବା ଲୋକମାନେ ଦେଶକୁ ଫେରିପାରିବେ ବୋଲି କୁହାଯାଇଛି ।

ଟ୍ୱିଟ ଅନୁସାରେ" WHO- ସ୍ୱୀକୃତିପ୍ରାପ୍ତ COVID-19 ଟିକା ନେଇଥିବା ଲୋକେ ସେପ୍ଟେମ୍ବର ୧୨,୨୦୨୧ ରୁ ଭାଲିଡ୍‌ ଭିସା ୟୁଏଇ ଫେରିପାରିବେ । ତେବେ ୟୁଏଇର ଏହି ନିଷ୍ପତ୍ତି ଦ୍ୱାରା ଭାରତ, ପାକିସ୍ଥାନ, ବାଂଲାଦେଶ, ନେପାଳ, ଶ୍ରୀଲଙ୍କା, ଭିଏତନାମ, ନାମିବିଆ, ଜାମ୍ବିଆ, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ଉଗାଣ୍ଡା, ସିଆରପିଏଫ୍, ଲାଇବେରିଆ, ଦକ୍ଷିଣ ଆଫ୍ରିକା, ନାଇଜେରିଆ ଏବଂ ଆଫଗାନିସ୍ତାନ ଯାତ୍ରୀଙ୍କୁ ଆଶ୍ୱସ୍ତି ମିଳିବ।

ସେହିପରି ଯାତ୍ରା ବିଷୟରେ ଆଗୁଆ ସବିଶେଷ ସୂଚନା ଦେବାକୁ ପଡ଼ିବ । ଯାତ୍ରୀମାନେ ଫେଡେରାଲ୍ ଆଇଡେଣ୍ଟିଫିକେସନ୍ ଆଣ୍ଡ ସିଟିଜେନସିପ୍ ଅଥରିଟି (ଆଇସିଏ)ର ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ ବୋଲି ୟୁଏଇ ପକ୍ଷରୁ କୁହାଯାଇଛି । ସେହିପରି ୟୁଏଇରେ ପହଞ୍ଚିବା ପରେ ଯାତ୍ରୀମାନଙ୍କୁ RT-PCR ଟେଷ୍ଟ ନେଗେଟିଭ ରିପୋର୍ଟ ମଧ୍ୟ ଦେଖେଇବାକୁ ପଡିବ । ରିପୋର୍ଟ ଆସିବାର ୪୮ ଘଣ୍ଟା ମଧ୍ୟରେ ହିଁ କିପରି ଯାତ୍ରୀମାନେ ଉଡାଣ ଭରିବେ, ତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ୧୬ ବର୍ଷରୁ କମ୍ ପିଲାଙ୍କ ଉପରେ ଏହି ନିୟମ ଲାଗୁ ହେବ ନାହିଁ ।