• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମୁଲ୍ଲା ବରାଦରଙ୍କ ପାସପୋର୍ଟରୁ ବଡ଼ ଖୁଲାସା

  • ବରାଦରଙ୍କ ପାକିସ୍ତାନୀ ପାସପୋର୍ଟ ନମ୍ବର ହେଉଛି GF680121

କାବୁଲ : ସତ ବାହାର କଲା ପାସପୋର୍ଟ । ଆଖିରେ ଧୂଳି ଦେଇ ପାରିଲାନି ମିଛ ପରିଚୟ ପତ୍ର । ଆଫଗାନ୍‌ରେ ତାଲିବାନୀ ଶାସନ ଚାହୁଁଥିଲା ପାକିସ୍ତାନ ! ଆଫଗାନିସ୍ତାନରେ ତାଲିବାନ ଶାସନ ଗଠନ ପଛରେ ପାକିସ୍ତାନର ହାତ ଥିବା ତଥ୍ୟ ସାମ୍ନାକୁ ଆସିଛି । ତାଲିବାନ୍‌ ଗଠିତ ନୂତନ ସରକାରଙ୍କ ପାକିସ୍ତାନୀ ପାସପୋର୍ଟ ଏବଂ ପରିଚୟ ପତ୍ର ମିଳିଛି । ଉଭୟ ଦଲିଲରେ ନାମ ମହମ୍ମଦ ଆରିଫ ଆଗା ବୋଲି ଉଲ୍ଲେଖ କରାଯାଇଛି, ହେଲେ ଫଟୋ ଆଉ କିଛି କହୁଛି । ଆଫଗାନିସ୍ତାନରେ ତାଲିବାନଙ୍କ ସମ୍ପୂର୍ଣ୍ଣ କବଜା ପଛରେ ପାକିସ୍ତାନୀ ଆଇଏସଆଇର ରହିଛି ବୋଲି ପାସପୋର୍ଟ ଦେଖିବା ପରେ ସ୍ପଷ୍ଟ ହୋଇଛି । ଆଇଏସଆଇ ଏମ ନାଜିର ଆଗାଙ୍କ ପୁତ୍ର ମହମ୍ମଦ ଆରିଫ ଆଗାଙ୍କ ନାମରେ ବରାଦରଙ୍କ ଜାତୀୟ ପରିଚୟ ପତ୍ର ପ୍ରଦାନ କରିଥିଲା ପାକିସ୍ତାନ୍ ।

ଏହାପୂର୍ବରୁ ମଧ୍ୟ ଆଫଗାନିସ୍ତାନ ପ୍ରତିରକ୍ଷା ବାହିନୀ ବିରୋଧରେ ପାକିସ୍ତାନ ତାଲିବାନୀ ସଂଗଠନକୁ ସାମରିକ, ଅର୍ଥନୈତି ଏବଂ ଗୁପ୍ତଚର ସହାୟତା ଯୋଗାଇ ଦେଉଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଏହି ଅଭିଯୋଗକୁ ଇସଲାମାବାଦ ବାରମ୍ବାର ଖଣ୍ଡନ୍ କରିବା ସହ ଭିତ୍ତିହୀନ ବୋଲି ବର୍ଣ୍ଣନା କରିଆସିଛି । ହେଲେ ପାସପୋର୍ଟ ମିଳିବା ପରେ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଛି ।

ବରାଦରଙ୍କ ପାକିସ୍ତାନୀ ପାସପୋର୍ଟ ନମ୍ବର GF680121

୧୦ ଜୁଲାଇ ୨୦୧୪ ସିରିଏଲ୍ ନମ୍ବର 42201-5292460-5K ସହ ମୁଲ୍ଲା ବରାଦରଙ୍କ ପରିଚୟପତ୍ର ଜାରି ହୋଇଥିଲା । ଏଥିରେ ବରଦରଙ୍କ ଜନ୍ମ ତାରିଖ 1୧୯୬୩ ଭାବରେ ଉଲ୍ଲେଖ କରାଯାଇଛି । ନ୍ୟାସନାଲ ଆଇଡେଣ୍ଟିଟି କାର୍ଡରେ ପାକିସ୍ତାନର ରେଜିଷ୍ଟ୍ରାର ଜେନେରାଲଙ୍କ ଦ୍ୱାରା ବିଧିବଧ ଦସ୍ତଖତ କରାଯାଇଛି । ବାରଦାରଙ୍କ ପାକିସ୍ତାନୀ ପାସପୋର୍ଟ ନମ୍ବର ହେଉଛି GF680121 । ଆଉ ସବୁଠାରୁ ବଡ଼ କଥା ହେଲା ପାସପୋର୍ଟ ଏବଂ ଜାତୀୟ ପରିଚୟ ପତ୍ର ପ୍ରଦାନ ତାରିଖ ସମାନ ରହିଛି ।

କାବୁଲରେ ନଜର ରଖୁଥିବା ବ୍ୟକ୍ତିଙ୍କ ଅନୁସାରେ, ମୁଲ୍ଲା ଓମାରଙ୍କ ସହ ତାଲିବାନର ସହ-ପ୍ରତିଷ୍ଠାତା ମୁଲ୍ଲା ବାରଦର ପାକିସ୍ତାନର କ୍ୱେଟାରେ ରହୁଥିଲେ ଏବଂ ଇସଲାମ ବାହିନୀର ନେତୃତ୍ୱ ପରିଷଦ କିମ୍ବା ଶୁରାର ଭାଗିଦାର ଥିଲେ । ଆଉ ସେଠାରେ ମହମ୍ମଦ ଆରିଫ ଆଗା ନାମରେ ପରିଚିତ ଥିଲେ ମୁଲ୍ଲା ବରାଦର ।