• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆମରିକାର କଟା ଘା’ରେ ଚୁନ ସେକ ଦେବନି ତାଲିବାନ୍

  • ୯/୧୧ ବାର୍ଷିକୀରେ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ସ୍ଥଗିତ

କାବୁଲ : ତାଲିବାନ୍ ସରକାର ଉପରେ ଚାପ୍ ନା ଭୟ ? ପୁରୁଣା ଘା’କୁ ଅଧିକ ଖତାକ୍ତ କରିବା ବିପଦକୁ ଖୋଲାଖୋଲି ଆମନ୍ନଣ କରିବା ସହ ସମାନ୍ । ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେବା ପରେ ନିଜର ସବୁଠାରୁ ବଡ ଶତ୍ରୁ ତଥା ଆମେରିକାର ପୁରୁଣା ଘା’ରେ ଚୂନ ସେକ ଦେକାକୁ ଚାହୁଁନି ତାଲିବାନ୍ । ସହଯୋଗୀଙ୍କ ଚାପରେ ହେଉ କିମ୍ବା ଭୟରେ ହେଉ ଆଜି ତାଲିବାନ୍ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ହେବନାହିଁ । ୯/୧୧ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀରେ ଆଫଗାନିସ୍ତାନରେ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହକୁ ବାତିଲ କରିଛନ୍ତି ତାଲିବନ୍ ସରକାର । ସହଯୋଗୀଙ୍କ ଚାପ ପରେ ଆଫଗାନିସ୍ତାନରେ ନୂତନ ଭାବେ ଗଠିତ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଶପଥ ଗ୍ରହଣ ସମାରୋହକୁ ବାତିଲ କରାଯାଇଛି ବୋଲି ରିପୋର୍ଟରେ କୁହାଯାଇଛି ।

ଆଫଗାନିସ୍ତାନ ସରକାରଙ୍କ ସାଂସ୍କୃତିକ ଆୟୋଗର ସଦସ୍ୟ ଇନାମୁଲ୍ଲା ସମାଙ୍ଗାନି ଟ୍ୱିଟରରେ କହିଛନ୍ତି, କିଛି ଦିନ ପୂର୍ବରୁ ହିଁ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହକୁ ବାତିଲ କରାଯାଇଛି । ଲୋକମାନଙ୍କୁ ଅଧିକ ଦ୍ୱନ୍ଦ୍ୱରେ ନରଖିବା ପାଇଁ ଇସଲାମିକ୍ ଏମିରେଟର ନେତୃତ୍ୱ କ୍ୟାବିନେଟ୍ ଘୋଷଣା କରିଥିଲେ । ବର୍ତ୍ତମାନ ଏ ଦିଗରେ କାର୍ଯ୍ୟ ଆରମ୍ଭ ହୋଇସାରିଛି ।

ତାଲିବାନ୍‌ଙ୍କ ଶପଥ ଗ୍ରହଣ ସମାରୋହରେ ଭାଗ ନେବାକୁ ମନା କରିଦେଇଥିଲା ଋଷ୍

ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ଋଷ, ଇରାନ, ଚୀନ୍, କତାର ଏବଂ ପାକିସ୍ଥାନକୁ ଆମନ୍ତ୍ରିତ କରିଛି ତାଲିବାନ୍ । ତେବେ ୯/୧୧ ବାର୍ଷିକୀରେ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ସମାରୋହ ଆୟୋଜନ ହେଲେ ଯୋଗଦେବାକୁ ସଫା ସଫା ମନା କରାଇଦେଇଥିଲା ଋଷ୍ । ସେପଟେ ତାଲିବାନଙ୍କ ଏହି ସମାରୋହକୁ ସମ୍ପୂର୍ଣ୍ଣ ରୂପେ ବର୍ଜନ କରିବା ପାଇଁ କତାର ସରକାରଙ୍କ ଉପରେ ଚାପ ପକାଇଛି ଆମେରିକା ଏବଂ ଏହାର ନାଟୋ ସହଯୋଗୀ । ସ୍ୱତନ୍ତ୍ର ଭାବେ ଏହି ଦିନରେ ଶବଥ ଗ୍ରହଣ କରିବା ଅମାନବୀୟ ପଦକ୍ଷେପ କହି ସମାରୋହରେ ଯୋଗ ନଦେବାକୁ ପରାମର୍ଶ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି ।

ଗତ ମଙ୍ଗଳବାର ଦିନ ଆଫଗାନିସ୍ତାନରେ ମଧ୍ୟବର୍ତ୍ତୀକାଳୀନ ସରକାର ଘୋଷଣା କରିଛି ତାଲିବାନ୍, ଯେଉଁଥିରେ ପ୍ରମୁଖ ମନ୍ତ୍ରୀ ପଦବୀ ସାମିଲ ରହିଛି । ନୂତନ କ୍ୟାବିନେଟ୍ ସମ୍ପୂର୍ଣ୍ଣ ରୂପେ କଠୋରପନ୍ଥୀ ହେବା ସହ ଶରିୟା ଆଇନ ଅନୁସାରେ ଚାଲିବ ବୋଲି ପୂର୍ବରୁ ଅବଗତ କରେଇଛନ୍ତି ।

ତାଲିବାନ ୩୩ ମନ୍ତ୍ରୀଙ୍କ ସରକାରରେ ୧୪ ଆତଙ୍କବାଦୀ

ତାଲିବାନର ୩୩ ମନ୍ତ୍ରୀ ସରକାରରେ ୧୪ ଜଣ ଆତଙ୍କବାଦୀ ଥିବା ରିପୋର୍ଟରୁ ଜଣାପଡ଼ିଛି । ଏଥିରେ ଅନେକ ଉପମନ୍ତ୍ରୀ ଏବଂ ରାଜ୍ୟପାଳ ମଧ୍ୟ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ, ତାଙ୍କର ଦୁଇ ଉପମୁଖ୍ୟମନ୍ତ୍ରୀ ମୁଲ୍ଲା ଅବଦୁଲ ଘନି ବାରାଦର ଏବଂ ମୌଲବି ଅବଦୁଲ ସଲାମ ହାନଫି ପରି ଅନେକ ନାମ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା କଳା ତାଲିକାଭୁକ୍ତ ଅଛନ୍ତି । ଏଥି ସହିତ,ସେମାନଙ୍କ ନାମ ଆମେରିକୀୟ ପୁରସ୍କାର ତାଲିକାରେ ମଧ୍ୟ ରହିଛି । ଆତଙ୍କବାଦୀଙ୍କ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ମୁଲ୍ଲା ୟାକୁବ, ବୈ ଦେଶିକ ମନ୍ତ୍ରୀ ମଲ୍ଲିକ ଆମୀର ଖାନ ମୁତ୍ତକି ଏବଂ ଡେପୁଟି ଶେର ମହମ୍ମଦ ଅବ୍ବାସ ମଧ୍ୟ ଆତଙ୍କବାଦୀ ତାଲିକାରେ ଅଛନ୍ତି ।