• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆମେରିକୀୟ ଯୁଦ୍ଧ ବିମାନ ଏବେ ତାଲିବାନଙ୍କ ପାଇଁ ଖେଳନା ସଦୃତ

  • ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

କାବୁଲ : ତାଲିବାନୀଙ୍କ ପାଇଁ ମନୋରଞ୍ଜନର ସାମଗ୍ରୀ ପାଲଟିଛି ଆମେରିକୀୟ ଯୁଦ୍ଧ ବିମାନ । ଆଫଗାନିସ୍ତାନ ବିଜୟ ପରେ ହସ ଖେଳ କରି ମଉଜ ମଜଲିସ କରୁଛନ୍ତି । ଆମେରିକାକୁ ଉପହାସ କରି ଯୁଦ୍ଧ ବିମାନର ପଙ୍ଖାରେ ରଶି ବାନ୍ଧି ଦୋଳି ଖେଳିଛନ୍ତି ତାଲିବାନୀ । ଯାହାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗୁଛି । ତେବେ ଏହି ଭିଡିଓକୁ ଚୀନ୍ ପକ୍ଷରୁ ସେୟାର କରାଯାଇଛି, ଯେଉଁଥିରେ ଏଭଳି ବେଢଙ୍ଗୀ ଦୃଶ୍ୟ ଦେଖିବାକୁ ମିଳୁଛି । ଭିଡିଓ ସେୟାର କରିବା ସହ ଆମେରିକା ଉଦ୍ଦେଶ୍ୟରେ ତେରଛା ତୀର ମାରିଛି ଚୀନ୍ ।

ଆମେରିକୀୟ ସୈନିକମାନେ ଆଫଗାନିସ୍ତାନ ଛାଡିବାର ୧୦ ଦିନରୁ ଅଧିକ ସମୟ ବିତିଗଲାଣି । ହେଲେ ସେମାନେ ତରତରରେ ନିଜ ବିମାନ, ଫାଇଟର ଜେଟ୍‌, ସଶସ୍ତ୍ର ଯାନ ଓ ହାଇଟେକ୍ ରକେଟ୍ ଡିଫେନ୍ସ ସିଷ୍ଟମ ଆଦିକୁ ନେଇପାରି ନାହାନ୍ତି । ଆଫଗାନିସ୍ତାନ ଛାଡ଼ିବା ପୂର୍ବରୁ ଆମେରିକାର ଯବାନମାନେ କିଛି ବିମାନ ଗୁଡିକୁ ନିସ୍କ୍ରିୟ କରି ଦେଇଛନ୍ତି । ଯଦ୍ୱାରା ସେଗୁଡିକୁ ତାଲିବାନ୍ ବ୍ୟବହାର କରିପାରୁ ନାହାନ୍ତି । କୌଣସି କାମରେ ନଆସିବାରୁ ବିମାନଗୁଡିକୁ ନିଜ ଖେଲଣା ବନାଇ ଦେଇଛନ୍ତି ତାଲିବାନୀ ।

 

ଚାଇନାର ଜଣେ ସରକାରୀ ଅଧିକାରୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଠାରେ ଆମେରିକାର ସେନା ବିମାନ ଉପରେ ବସି ମଜା କରୁଛନ୍ତି ତାଲିବାନୀ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରାୟ ୫୦ ସେକେଣ୍ଡର ଏହି ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି, ଆମେରିକାର ଅନେକ ଯୁଦ୍ଧ ବିମାନଗୁଡିକ ଅଚଳ ଅବସ୍ଥାରେ ପଡି ରହିଛି । ତାଲିବାନୀ ଏହି ବିମାନ ଗୁଡ଼ିକର ପଙ୍ଖାରେ ଏକ ଦଉଡି ବାନ୍ଧି ଦୋଳିରେ ପରିଣତ କରିଛନ୍ତି । ଭିଡିଓରେ ତିନି-ଚାରି ଜଣ ତାଲିବାନୀ ସଦସ୍ୟ ଯୁଦ୍ଧବିମାନ ଦୋଳିରେ ଝୁଲୁଥିବାର ଦେଖିବାକୁ ମିଳିଛି । ଏହା ସହିତ ସେମାନେ ଜୋରଜୋରରେ ହସୁଥିବା ମଧ୍ୟ ଦେଖିବାକୁ ମିଳୁଛି ।

ଅଗଷ୍ଟ ୩୧ ରେ ଆମେରିକୀୟ ସୈନିକମାନେ ଆଫଗାନିସ୍ତାନରୁ ଶେଷ ବିମାନ ଉଡ଼ାଣ ଭରିଥିଲେ । ଆଉ ସେତେବେଳେ ଅନେକ ଭିଡିଓ ସାମ୍ନାକୁ ଆସିଥିଲା । ଆମେରିକୀୟ ସୈନିକମାନେ ଯିବାପୂର୍ବରୁ ଅସ୍ତ୍ରଶସ୍ତ୍ର ଏବଂ ବିମାନ ନଷ୍ଟ କରୁଥିବା ଦେଖିବାକୁ ମିଳିଥିଲା । ତେବେ ଏହା ପରେ ମଧ୍ୟ ଏକ ଖବର ଆସିଥିଲା ଆଫଗାନିସ୍ତାନର ଜଣେ ପୂର୍ବତନ ଇଞ୍ଜିନିୟରଙ୍କ ସାହାଯ୍ୟରେ ଆମେରିକାର ବିମାନର ମରାମତି କରୁଛନ୍ତି ତାଲିବାନୀ । ମରାମତି ପରେ ବିମାନ ଗୁଡ଼ିକ କାର୍ଯ୍ୟକ୍ଷମ ହୋଇଥିବା ନେଇ ମଧ୍ୟ ଖବର ଆସିଥିଲା ।