ଆଫଗାନିସ୍ତାନର ପୂର୍ବତନ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ବଡ଼ ଭାଇ ରୋହୁଲ୍ଲା ଅଜିଜିଙ୍କୁ ତାଲିବାନ ଆତଙ୍କୀ ପଞ୍ଜଶିରରେ ହତ୍ୟା କରିଥିବା ସୂଚନା ମିଳିଛି। ଏନେଇ ଅମରୁଲ୍ଲା ସାଲେହଙ୍କ ଭଣଜା ସ୍ପଷ୍ଟ କରିଛନ୍ତି।
ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ହେବାର ଦିନକ ପରେ ଦେଶର ବିଭିନ୍ନ ସ୍ଥାନରେ ତାଲିବାନ ଓ ଏହାର ସମର୍ଥକମାନେ ଉତ୍ସବ ମନାଇଛନ୍ତି । ଦୀର୍ଘ ୨୦ ବର୍ଷ ପରେ ଆଫଗାନ ଆମେରିକା ସେନା କବଳରୁ ମୁକ୍ତ ହୋଇଥିବା ନେଇ ତାଲିବାନ ଓ ସମର୍ଥକ ଖୁସି ମନାଇଛନ୍ତି ।
ଗତ ଅଗଷ୍ଟ ୧୫ରେ ଆଫଗାନିସ୍ତାନକୁ ଦଖଲ କରିନେଲା ତାଲିବାନ । ଏହା ସାରା ବିଶ୍ୱ ଦେଖିଲା । ହେଲେ ୧୫ ତରିଖ ପୂର୍ବରୁ ପାଖାପାଖି ୧୦ରୁ ୧୫ ହଜାର ପାକିସ୍ତାନୀ ଆତଙ୍କବାଦୀ ଆଫ୍ଗାନିସ୍ତାନରେ ପ୍ରବେଶ କରିଥିବା ନେଇ ଏବେ ଖବର ସାମ୍ନାକୁ ଆସୁଛି ।