• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

aajtak
ୟୁପି ବଲିଆ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ; ଉତ୍ତର ପ୍ରଦେଶ ବଲିଆ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଧୀରେନ୍ଦ୍ର ସିଂହ ଗିରଫ ହୋଇଛି। ଲକ୍ଷ୍ନୌର ଜନେଶ୍ୱର ମିଶ୍ର ପାର୍କ ନିକଟରେ ଧୀରେନ୍ଦ୍ରକୁ ଗିରଫ କରିଛି ୟୁପି ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ। ଧୀରେନ୍ଦ୍ରଙ୍କ ସହିତ ତାଙ୍କର ଅନ୍ୟ ସହଯୋଗୀ ସନ୍ତୋଷ ଯାଦବ ଓ ମର୍‌ଜୀତ ଯାଦବ ଗିରଫ ହୋଇଛନ୍ତି। ଏମାନଙ୍କଠାରୁ ମାରଣାସ୍ତ୍ର ଜବତ କରାଯାଇଥିବା ଜଣେ ପୋଲିସ ଅଫିସର ସୂଚନା ଦେଇଛନ୍ତି। ଖବର ସରବରାହ ସଂସ୍ଥା ଏଏନ୍‌ଆଇ ଅନୁସାରେ, ଧୀରେନ୍ଦ୍ର ଓ ସାଥି ଗିରଫ ହେବା […]

  • Friday, 02 July 2021
ajad-loan
ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସହିତ ତୁଳନା କଲେ ଜାମ୍ମୁ ଓ କାଶ୍ମୀର ନେତା

ନୂଆଦିଲ୍ଲୀ: ଆଉ ଜଣେ କାଶ୍ମୀର ନେତାଙ୍କ ବିବାଦୀୟ ବୟାନ। ଜାମ୍ମୁ ଓ କାଶ୍ମୀର ପିପୁଲ୍ସ କନଫରେନ୍ସର ଅଧ୍ୟକ୍ଷ ସାଜଦ ଲୋନ୍‌ ଧାରା ୩୭୦ ଉଚ୍ଛେଦକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସଂକ୍ରମଣ ସହିତ ତୁଳନା କରିଛନ୍ତି ସାଜଦ। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷତାକାର ଦେଇ ସାଜଦ କହିଛନ୍ତି,  ଯେମିତି କୋଭିଡ୍‌-୧୯ ପାଞ୍ଚଦିନ ପରେ ଲକ୍ଷଣ ଦେଖାଉଛି, ଠିକ୍ ସେମିତି ଯାହା ସେମାନେ କରିଛନ୍ତି ଏହାର ପ୍ରତିକ୍ରିୟା ହୁଏତ ପାଞ୍ଚ ବର୍ଷ […]

  • Friday, 02 July 2021
women
ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିବା ଦେଖି କାର୍‌ର ପିଛା କଲେ ଲୋକେ, ତା ପରେ...

ଅମୃତସର: ଅସଦାଚରଣରୁ ବର୍ତ୍ତିବା ପାଇଁ ଚଳନ୍ତା କାର୍‌ରୁ ଡେଇଁପଡ଼ିଲେ ଦୁଇ ମହିଳା। ଏଭଳି ଘଟଣା ଘଟିଛି ପଞ୍ଜାବର ଅମୃତସରରେ। ଦୁଇ ମହିଳାଙ୍କ ମଧ୍ୟରୁ ଜଣଙ୍କୁ କାର୍ ଡ୍ରାଇଭର ଅସଦାଚରଣ କରିବାକୁ ଉଦ୍ୟମ କରୁଥିବା ବେଳେ ଭୟରେ ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିଥିଲେ। ଏନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି। ତେବେ ଦୁଇ ମହିଳାଙ୍କ ବ୍ୟତୀତ କ୍ୟାବ୍‌ରେ ଅନ୍ୟ ଜଣେ ମହିଳା ବି ଥିଲେ। ଯାହାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ପ୍ରଥମେ ଦୁଇ ମହିଳା କାର୍‌ […]

  • Friday, 02 July 2021
aphganstan
ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

କାବୁଲ: ଆଫଗାନିସ୍ତାନ ଘୋରର ପଶ୍ଚିମ ପ୍ରାନ୍ତରେ ରବିବାର ଏକ ଆତ୍ମଘାତୀ କାର ବିସ୍ଫୋରଣରେ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିରେ ୧୨୦ ଲୋକ ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ଘୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ଚିକିତ୍ସା କରୁଥିବା ଡାକ୍ତର ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଗୃହ ମନ୍ତ୍ରାଳୟର କହିବା ଅନୁଯାୟୀ, ଏହି ଆତ୍ମଘାତୀ ଆକ୍ରମଣ ପ୍ରାନ୍ତୀୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପ୍ରବେଶ ଦ୍ୱାରରେ ହୋଇଥିଲା। ଏହି ଆକ୍ରମଣ ପାଇଁ କେହି ନିଜକୁ […]

  • Friday, 02 July 2021
tiktok star
ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ...

ଇସଲାମାବାଦ: ପାକିସ୍ତାନର ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର୍‌ ଜନ୍ନତ ମିର୍ଜା ପାକିସ୍ତାନ ଛାଡ଼ି ଜାପାନ ଶିଫ୍ଟ ହୋଇଯାଇଛନ୍ତି। ଦେଶ ଛାଡ଼ି ଯିବା ନିଷ୍ପତ୍ତିକୁ ନେଇ ତାଙ୍କର ଫ୍ୟାନ୍ସମାନେ ଅଧିକ ଚିନ୍ତିତ ହୋଇପଡ଼ିଛନ୍ତି। ସେ ଜାପାନରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି। ଯେତେବେଳେ ପାକିସ୍ତାନରେ ଟିକ୍‌ଟକ୍‌ ବ୍ୟାନ୍‌ ହେଲା ସେତେବେଳେ ଜନ୍ନତ ଜାପାନରେ ଥିଲେ। ଏହି ୨୨ ବର୍ଷୀୟ ପାକିସ୍ତାନ ଟିକ୍‌ଟକ୍‌ ଷ୍ଟାରଙ୍କ ଟିକ୍‌ଟକ୍‌ରେ ୧୦ ମିଲିୟନରୁ ଅଧିକ ଫଲୋଅର୍ସ ଥିଲେ।   View this post on Instagram   […]

  • Friday, 02 July 2021
1
'ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼'

ୱାଶିଂଟନ୍‌: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି। ଏ ନେଇ ଡୋନାଲ୍ଡଙ୍କ ପୁଅ ଟ୍ରମ୍ପ ଜୁନିୟର ଏକ ଗଣମାଧ୍ୟମକୁ କହିଛନ୍ତି।  ଟ୍ରମ୍ପ ଜୁନିୟର ତାଙ୍କ ୭୪ ବର୍ଷୀୟ ପିତାଙ୍କର ନିର୍ବାଚନ ଅଭିଯାନକୁ ସମ୍ଭାଳୁଛନ୍ତି। #WATCH New York: Donald Trump Jr says, "I think the relationship of my father President Donald Trump & PM Modi is incredible…It has […]

  • Friday, 02 July 2021
3
କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

ଆସାମ: ଦୀର୍ଘ ୯ ମାସରୁ ଅଧିକ ସମୟ କରୋନା କାରଣରୁ ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ତେବେ କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ କଥା ତ ଥରେ ଭାବନ୍ତୁ ସେମାନେ କେମିତି ସାଧାରଣ ଜୀବନ ଠାରୁ ଅଲଗା ହୋଇ ବିରକ୍ତି ଅନୁଭବ କରୁଥିବେ। କିନ୍ତୁ ବିଭିନ୍ନ ସମୟରେ ଆପଣ ଦେଖିଥିବେ ଡାକ୍ତର ବା ସ୍ୱାସ୍ଥ୍ୟ କର୍ମଚାରୀ ଗୀତ ଗାଇ ବା ଗୀତର ତାଳେତାଳେ ଡ୍ୟାନ୍ସ କରି କରୋନା ରୋଗୀଙ୍କ  ମନୋରଞ୍ଜନ କରିବା । ସେହିଭଳି […]

  • Friday, 02 July 2021
rahul
କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

ମାଲାପୁରମ୍‌: କଥା ଦେଇ କଥା ରଖିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ବର୍ଷକ ଭିତରେ ନୂଆ ଘର ତିଆରି କରି ବାସହୀନ ୨ ଭଉଣୀଙ୍କୁ ଥଇଥାନ କରିଛନ୍ତି। ନିଜ ନିର୍ବାଚନମଣ୍ଡଳୀ କେରଳର ୱାୟନାଡା ଗସ୍ତ ଅବସରରେ ରାହୁଲ ଗାନ୍ଧି ଗତକାଲି କେ. କାବ୍ୟା (୨୦ ବର୍ଷ) ଓ କାର୍ତ୍ତିକା(୨୨ ବର୍ଷ) ଙ୍କୁ ନୂଆ ଘରର ଚାବି କାଠି ହସ୍ତାନ୍ତର କରିଛନ୍ତି । ଗତବର୍ଷ ଅଗଷ୍ଟ ୭ରେ ହୋଇଥିବା ଭୂସ୍ଖଳନରେ କେରଳ ମାଲ୍ଲାପୁରମର କାବଲାପାରାରେ ଗୋଟିଏ ଗାଁ […]

  • Friday, 02 July 2021
s
ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରି ସୁଦ୍ଧା ଦେଶର ୫୦ ପ୍ରତିଶତ ଲୋକ କରୋନା ଆକ୍ରାନ୍ତ ହୋଇ ସାରିଥିବେ । ଦେଶରେ ଏବେ ପ୍ରାୟ ୭୫ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହୋଇ ସାରିଛନ୍ତି । ଅସଂକ୍ରମଣ ଦୃଷ୍ଟିରୁ ଆମେରିକା ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଗତ ମାସରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବା ପରେ ଏବେ ସାମାନ୍ୟ ହ୍ରାସ ପାଇଛି।  ଏଣୁ ଫେବ୍ରୁଆରିି ସୁଦ୍ଧା ଦେଶରେ ୫୦ ପ୍ରତିଶତ  ଲୋକ କରୋନା ସଂକ୍ରମିତ […]

  • Friday, 02 July 2021
pm-modi
ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୬ଟା ବେଳେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି “ ଆଜି ସନ୍ଧ୍ୟା ୬ଟା ବେଳେ ଦେଶବାସୀଙ୍କ ପାଇଁ କିଛି ଖବର ଶୁଣାଇବି। ଆପଣ ନିଶ୍ଚୟ ସାମିଲ୍‌ ହୁଅନ୍ତୁ” ପ୍ରଧାନମନ୍ତ୍ରୀଙ୍କର ଏହି ଟ୍ୱିଟ୍‌କୁ ନେଇ ନାନା ଚର୍ଚ୍ଚା ଲାଗି ରହିଛି। ଦେଶରେ ଅର୍ଥନୀତି ଦୁର୍ବଳ ହୋଇପଡ଼ିଛି। ଏପଟେ କରୋନା ଭ୍ୟାକ୍ସିନ୍ ପାଇଁ ପରୀକ୍ଷଣ ଚାଲିଛି। ଅନ୍ୟପଟେ […]

  • Friday, 02 July 2021
1
ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ବେଜିଙ୍ଗ: ଚୀନ୍‌ କମ୍ପାନୀ ସିନୋଭାକ୍ ବାୟୋଟେକ୍‌ ଦ୍ୱାରା ବିକଶିତ ପରୀକ୍ଷଣାତ୍ମକ କରୋନା ଭ୍ୟାକ୍ସିନକୁ ବ୍ରାଜିଲ୍ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛି। ବ୍ରାଜିଲ୍‌ର ସାଓ ପାଉଲୋର ବଟାଣ୍ଟାନ୍ ଇନଷ୍ଟିଚ୍ୟୁଟ୍‌ରେ କରାଯାଇଥିବା କ୍ଲିନିକାଲ ଟ୍ରାଏଲ୍‌ରେ ଏହା କୁହାଯାଇଛି। ସାଓ ପାଉଲୋର ବଟାଣ୍ଟାନ୍ ଇନଷ୍ଟିଚ୍ୟୁଟ୍ ବ୍ରାଜିଲର ଏକ ଅଗ୍ରଣୀ ବାୟୋମେଟିକାଲ୍ ଗବେଷଣା କେନ୍ଦ୍ର। ଯେଉଁଠାରେ ଔଷଧଗୁଡ଼ିକର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଥାଏ। ଗତ ସୋମବାର ଦିନ ଏଠାରେ ଚୀନ ଦ୍ୱାରା ବିକଶିତ କରୋନାଭାକ୍‌ର ପରୀକ୍ଷଣ କରାଯାଇଥିଲା। ଏହାର ଫଳାଫଳରୁ କରୋନାଭାକ୍‌ର ଦୁଇ […]

  • Friday, 02 July 2021
Chandrakant-Kavlekar
ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଗୋଆ: ଗୋଆ ଉପମୁଖ୍ୟମନ୍ତ୍ରୀ ଚନ୍ଦ୍ରକାନ୍ତ କାଭ୍‌ଲେକରଙ୍କ ମୋବାଇଲ୍‌ ଫୋନ୍‌ ହ୍ୟାକ୍‌ ହୋଇଛି। ହ୍ୟାକର୍‌ ଚନ୍ଦ୍ରକାନ୍ତଙ୍କ ମୋବାଇଲ୍ ହ୍ୟାକ୍ କରି ସେ ସଦସ୍ୟ ଥିବା ଏକ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ରେ ଆପତ୍ତିଜନକ ଭିଡିଓ ମଧ୍ୟ ଶେୟାର କରାଯାଇଛି। ଏନେଇ ଚନ୍ଦ୍ରକାନ୍ତ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଶୋଇଥିବା ବେଳେ ତାଙ୍କ ମୋବାଇଲ୍‌କୁ ହ୍ୟାକ୍ କରି ହ୍ୱାଟ୍ସଆପ୍‌ ଗ୍ରୁପ୍‌କୁ ମେସେଜ୍ ପଠାଯାଇଛି। ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ସାଇବର […]

  • Friday, 02 July 2021
Sandalwood-drug-case
ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

କର୍ଣାଟକ: ସାଣ୍ଡାଲ୍‌ଉଡ୍‌ ଡ୍ରଗ୍ସ ମାମଲାର ଶୁଣାଣି କରୁଥିବା NDPS(Narcotic Drugs and Psychotropic Substances )ର ଜଣେ ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମା ଆକ୍ରମଣରେ ଧମକ ମିଳିଛି। ଡ୍ରଗ୍ସ ରାକେଟ୍‌ରେ ଗିରଫ ହୋଇଥିବା ଦୁଇ ହିରୋଇନ୍‌ଙ୍କୁ ବେଲ୍‌ ନମିଳିଲେ ବୋମା ମାଡ଼ ହେବ ବୋଲି ଦୁର୍ବୃତ୍ତମାନେ ଧମକ ଦେଇଛନ୍ତି। କର୍ଣ୍ଣାଟକାର ଟୁମ୍‌କୁର ଜିଲ୍ଲାରୁ ଆସିଛି ଏଭଳି ଧମକପୂର୍ଣ୍ଣ ଚିଠି। ଏହି ଅଭିଯୋଗରେ ପୋଲିସ ଦୁଇଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ସେମାନଙ୍କୁ ଟୁମକୁରରୁ ବେଙ୍ଗାଲୁରୁକୁ ନିଆଯିବ ବୋଲି ଜଣେ ବରିଷ୍ଟ […]

  • Friday, 02 July 2021
jammus-kashmir
୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ପୁଲୱାମା: ଆତଙ୍କବାଦୀଙ୍କୁ ପୁଣି ଏନ୍‌କାଉଣ୍ଟର କଲା ସେନା। ଜାମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରେ ଆଜି ଦୁଇ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିଛନ୍ତି ଯବାନ। ଦକ୍ଷିଣ କାଶ୍ମୀର ହକ୍ରିପୋରାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିୟ ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ହକ୍ରିପୋରା ଠାରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଜାମ୍ମୁ ଓ କାଶ୍ମୀର ପୋଲିସ ଓ ସିଆର୍‌ପିଏଫ୍‌ ଯବାନଙ୍କର ଏକ ସ୍ୱତନ୍ତ୍ର ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। ଉକ୍ତ ସ୍ଥାନକୁ କର୍ଡୋନ୍ କରିବା […]

  • Friday, 02 July 2021
goa-deputycm
ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

ପାନାଜୀ: ମୋବାଇଲ୍‌ ହ୍ୟାକ ହୋଇଥିବା ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଗୋଆ ଉପମୁଖ୍ୟମନ୍ତ୍ରୀ ଚନ୍ଦ୍ରକାନ୍ତ କାଭ୍‌ଲେକର। ତାଙ୍କ ମୋବାଇଲ୍‌ରୁ ସେ ସଦସ୍ୟ ଥିବା ଏକ ହ୍ୱାଟ୍ସଆପ୍‌ ଗ୍ରୁପ୍‌କୁ ଆପତ୍ତିଜନକ ଭିଡିଓ ପଠାଯାଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଏହାପରେ ଗୋଆରେ ବିଜେପିର ଅଡ଼ୁଆ କିନ୍ତୁ ବଢ଼ିଯାଇଛି। କାରଣ ଘଟଣାକୁ ନେଇ ବିରୋଧୀ ବିଜେପି ଉପରେ ରାଜନୈତିକ ଆକ୍ରମଣ କରିଛି। ରିପୋର୍ଟ ଅନୁସାରେ, ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ ‘ଭିଲେଜ୍‌ ଅଫ୍‌ ଗୋଆ’ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌କୁ ଏକ ପର୍ଣ୍ଣୋଗ୍ରାଫିକ୍‌ ଭିଡିଓ […]

  • Friday, 02 July 2021
modi-addresing
'ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ'

ନୂଆଦିଲ୍ଲୀ: ପୂର୍ବ ସୂଚନା ମୁତାବକ ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିର ସମ୍ବୋଧନରେ ଦେଶବାସୀଙ୍କୁ କରୋନା ସମ୍ପର୍କରେ ସଚେତନ କରାଇଛନ୍ତି ପ୍ରଧାନମନ୍ତ୍ରୀ। ଏ ନେଇ ସେ କହିଛନ୍ତି ଯେ ପାପ, ଭୁଲ ଓ ବେମାରୀକୁ ଆଦୌ ଛୋଟ ଭାବିବା ଉଚିତ ନୁହେଁ। ଆମ ଭିତରେ ଅଧିକାଂଶ ଲୋକ ଜୀବିକା ପାଇଁ ଦୈନିକ ଘରୁ ବାହାରୁଛନ୍ତି। ଆମେ ଏକଥା ଭୁଲିବାନି ଯେ ଲକ୍ଉଡାଉନ ଯାଇଥିଲେ ବି ଭାଇରସ ଯାଇନି। ସମ୍ଭାଳି ଯାଇଥିବା ସ୍ଥିତିକୁ […]

  • Friday, 02 July 2021
pakistan
ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

ଫିରୋଜପୁର: ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଧରିଲା ସେନା। ପଞ୍ଜାବର ଫିରୋଜପୁର ସୀମା ଦେଇ ଭାରତ ଭିତରକୁ ପ୍ରବେଶ କରିଆସିଥିବା ଏକ ପାକିସ୍ତାନ ନାଗରିକଙ୍କୁ ସେନା ଅଟକ ରଖିଛି। ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଜଣେ ପାକିସ୍ତାନୀ ନାଗରିକ ପଞ୍ଜାବର ଫିରୋଜପୁର ଠାରେ ଥିବା ଇଣ୍ଡୋ-ପାକ୍ ବୋର୍ଡର ତାର ଦେଇ ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିଲା। ନାଗରିକ ଜଣକ ପାଖାପାଖି ୨୦୦ ମିଟର ପର୍ଯ୍ୟନ୍ତ ପଶି ଆସିଥିଲା। ବିଏସ୍‌ଏଫ୍ ଯବାନ ଜାଣିବା ପରେ ବ୍ୟକ୍ତିକୁ ଧରିଥିଲେ। ଏହାପରେ ତା’ […]

  • Friday, 02 July 2021
6
ଦେଶରେ ସବୁଠାରୁ କମ୍‌ ସୁଧରେ ମିଳୁଛି ଏହି ଲୋନ୍‌, ପଢ଼ନ୍ତୁ କିଏ ଦେଉଛି

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁ ଚାଲିଛି। ଏହି ଫେଷ୍ଟିଭାଲ୍‌ ସିଜିନ୍‌ରେ ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ଘର କିମ୍ୱା ଅଟୋ ଲୋନ୍‌ ପାଇଁ ବିଭିନ୍ନ ଅଫର ଦେଉଛନ୍ତି। ସେ ପୁଣି ପୁରୁଣା ସୁଧହାର ଠାରୁ କମ୍‌ ଦରରେ। ଯଦି ଆପଣ ଘର କିମ୍ୱା ଗାଡ଼ି ଲୋନ୍‌ରେ କିଣିବା ପାଇଁ  ଯୋଜନା କରୁଛନ୍ତି ତେବେ ଏହା ଠାରୁ ଭଲ ସମୟ ହୁଏତ ଆଉ ଆସି ନପାରେ। କାରଣ ଏହି ଫେଷ୍ଟିଭ୍ ସିଜିନ୍‌ରେ ଋଣ ପ୍ରଦାନକାରୀ ବ୍ୟାଙ୍କ ବା କମ୍ପାନୀଗୁଡ଼ିକ […]

  • Friday, 02 July 2021
china-1
ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ନୂଆଦିଲ୍ଲୀ/ ବେଜିଂ:ଭାତର-ଚୀନ ସୀମାରେ ଦୀର୍ଘମାସ ଧରି ଲାଗି ରହିଥିବା ଉତ୍ତେଜନା ଲାଗି ରହଛି । ଏହା ସତ୍ତ୍ୱେ ଭାରତୀୟ ସେନା ତାଙ୍କର ମହନୀୟତା ଭୁଲି ନାହାନ୍ତି। ସୀମା ନିକଟରେ ଧରାପଡ଼ିଥିବା ଜଣେ ଚୀନୀ ଯବାନଙ୍କୁ ଭାରତୀୟ ସେନା ଫେରାଇ ଦେଇଛି। ଚୀନର ପିପୁଲ୍ସ ଲିବରେଶନ ଆର୍ମି (PLA) ଏକ ବୟାନ ଜାରି କରି ଯବାନଙ୍କୁ ଫେରାଇ ଦେବାକୁ ଅନୁରୋଧ କରିଥିଲା। ଚୀନ ସେନାଙ୍କ କହିବା ଅନୁଯାୟୀ, ଏହି ଯବାନ ଜଣକ କିଛି ଗୋପାଳକଙ୍କୁ ରାସ୍ତା ବତାଉ ବତାଉ […]

  • Friday, 02 July 2021
hathrus
ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ଗାଜିଆବାଦ: ଗାଜିଆବାଦ ହାଥରସ୍‌ ଘଟଣାରେ ମର୍ମାହତ ବାଲ୍ମିକୀ ସମାଜର ୫୦ ପରିବାର ଧର୍ମ ପରିବର୍ତ୍ତନ କରିଛନ୍ତି। ପରିବାରର ପ୍ରାୟ ୨୩୬ ଜଣ ସଦସ୍ୟ ବୌଦ୍ଧ ଧର୍ମ ଗ୍ରହଣ କରି ନେଇଛନ୍ତି। ଏହି ଘଟଣା ଗାଜିଆବାଦର କରହେଡ଼ା ଇଲାକାରେ ଘଟିଛି। ବାବା ସାହେବ ଆମ୍ବେଦକର ନାତି (Great-grandson) ଉପସ୍ଥିତିରେ ସେମାନେ ଏହି ଧର୍ମ ପରିବର୍ତ୍ତନ କରିଛନ୍ତି। ଏହି ପରିବାର ଲୋକେ ଅଭିଯୋଗ କରିଛନ୍ତି, ସମାନେ ହାଥରସ ଘଟଣାରେ ସେ ଅତ୍ୟନ୍ତ ମର୍ମାହତ। ଏହା ସହିତ ସେମାନେ ଅଭିଯୋଗ କରିଛନ୍ତି, […]

  • Friday, 02 July 2021
Untitled-1
ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଇସ୍‌ଲାମବାଦ: ପାକିସ୍ତାନ କରାଚୀରେ ଆଜି ଏକ ବଡ ଧରଣର ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି। ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୁଲଶନ ଇ ଇକବାଲର ଏକ ବସ୍‌ଷ୍ଟପ୍‌ ନିକଟରେ ଥିବା ଦୁଇ ମହଲା କୋଠାରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଆଖପାଖ କୋଠା କ୍ଷତିଗ୍ରସ୍ତ ହୋଇଥିବା ପାକିସ୍ତାନ ମିଡିଆ ସୂତ୍ରରୁ ଜଣାଯାଇଛି। ଆହତ ଓ ମୃତକଙ୍କୁ ପଟେଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।  ତେବେ ବିସ୍ଫୋରଣର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ସ୍ଥାନୀୟ […]

  • Friday, 02 July 2021
date bill
୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ବେଜିଂ: ଯୁବକ ଜଣକ ଗର୍ଲଫ୍ରେଣ୍ଡକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ । ସମୟ ଗଡ଼ି ଚାଲିଲା। ଉତ୍କଣ୍ଠା ବି ବଢିଲା। ଶେଷରେ ଗର୍ଲଫ୍ରେଣ୍ଡ ଆସିଲେ କିଛି ବନ୍ଧୁଙ୍କ ସହ। ସମସ୍ତ ମିଶି ଖାଇଲେ। ବହୁତ ମସ୍ତି କଲେ। ଏବେ ବିଲ୍‌ ଦେବାର ପାଳି। ଗର୍ଲଫ୍ରେଣ୍ଡକୁ ନେଇ ରେଷ୍ଟୁରାଣ୍ଟକୁ ଯାଇଛ ମାନେ ବିଲ୍‌ଟା ପ୍ରେମିକଙ୍କୁ ହିଁ ତ ଭରିବାକୁ ପଡ଼ିବ ନା ! ହେଲେ ବନ୍ଧୁମାନଙ୍କ ଖାଇବା ପ୍ଲେଟକୁ ଦେଖି ଅଧା ଖାଇବାରୁ ରେଷ୍ଟୁରାଣ୍ଟ ଛାଡ଼ି ଦୌଡି ପଳାଇଲେ […]

  • Friday, 02 July 2021
gold
କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

ନୂଆଦିଲ୍ଲୀ: କିଛି ଦିନ ଧରି ସୁନା, ରୂପା ଦରରେ ହ୍ରାସ ପରେ ପୁଣିଥରେ Domestic futures marketର Multi Commodity Exchange(MCX)ରେ ସୁନା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଆଜି ପ୍ରାରମ୍ଭରେ MCXରେ କାରବାର ୦.୨% ବୃଦ୍ଧି ପାଇ ସୁନା ପ୍ରତି ୧୦ ଗ୍ରାମକୁ ୫୧,୦୪୭ ଟଙ୍କାରେ ପହଞ୍ଚିଥିଲା। ସେହିପରି ରୂପା ଦର ୦.୬% ବୃଦ୍ଧି ପାଇ ପ୍ରତି କିଲୋଗ୍ରାମକୁ ୬୩,୫୦୫ ଟଙ୍କାରେ ପହଞ୍ଚିଥିଲା। Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି […]

  • Friday, 02 July 2021
usha-thakur
ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

ଭୋପାଳ: ମଧ୍ୟପ୍ରଦେଶ ସଂସ୍କୃତି ମନ୍ତ୍ରୀ ଉଷା ଠାକୁରଙ୍କ ମନ୍ତବ୍ୟକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି। ଦେଶର ସମସ୍ତ ମାଦ୍ରାସାକୁ ବନ୍ଦ କରିବା ଉଚିତ। ସେଠାରେ ଆତଙ୍କବାଦୀ ସୃଷ୍ଟି ହେଉଛନ୍ତି ବୋଲି ଉଷା ଠାକୁର କହିଛନ୍ତି। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଉଷା କହିଛନ୍ତି “ଦେଶର ସମସ୍ତ ଆତଙ୍କାବାଦୀ ମଦ୍ରାଶାରୁ ସୃଷ୍ଟି ହୋଇଛନ୍ତି। ସେମାନେ ଜାମ୍ମୁ ଓ କାଶ୍ମୀରକୁ ଆତଙ୍କବାଦୀର କାରଖାନାରେ ପରିଣତ କରିଦେଇଛନ୍ତି। ସରକାର ମଦ୍ରାଶାଗୁଡ଼ିକୁ ଅର୍ଥଯୋଗାଣ ବନ୍ଦକରିବା ଦେବା ଦରକାର।” ଖାଲି ଏତିକି ନୁହେଁ […]

  • Friday, 02 July 2021
union-minister
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କଲେ କେନ୍ଦ୍ର ସରକାର। ଦେଶର ୩୦ ଲକ୍ଷ କର୍ମଚାରୀଙ୍କୁ ମିଳିବ ବୋନସ୍।  ଏନେଇ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏନେଇ ଅନୁମତି ମିଳିଛି। ଦଶହରା ପୂର୍ବରୁ ଏହି ବୋନସ୍ କର୍ମଚାରୀଙ୍କୁ ମିଳିବ। ଏଥିପାଇଁ କେନ୍ଦ୍ର ତହବିଲ୍‌ରୁ ଖର୍ଚ୍ଚ ହେବ ୩ ହଜାର ୭୩୭ କୋଟି ଟଙ୍କା। ରେଲ୍‌ୱେ, ପୋଷ୍ଟାଲ୍, ସେନା ସମେତ ଅଣଗଜେଟ୍ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏହି ଫାଇଦା ମିଳିବ। ବିଜୟା ଦଶମୀ ପୂର୍ବରୁ ଏକାଥରେ […]

  • Friday, 02 July 2021