• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ତାଲିବାନ ସରକାରରେ ମହିଳାଙ୍କୁ ନା ।

  • ତାଲିବାନର ମଧ୍ୟବର୍ତ୍ତିକାଳୀନ ସରକାରରେ ସାମିଲ ହେଲେ ଆଉ କିଛି ମନ୍ତ୍ରୀ ।

  • ଡେପୁଟି ମିନିଷ୍ଟରଙ୍କ ନୂଆ ତାଲିକାରେ ଜଣେ ହେଲେ ମହିଳାଙ୍କୁ ସ୍ଥାନ ମିଳିନି ।

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ ଆଫ୍‌ଗାନିସ୍ତାନରେ ତାଲିବାନ ଶାସନକୁ ନେଇ ଚର୍ଚ୍ଚା କରୁଛି । ଆଫ୍‌ଗାନବାସୀଙ୍କୁ କେମିତି ଶାସନ କରିବ ତାଲିବାନ ? ତା ପରେ ଏବେ ସମସ୍ତଙ୍କ ନଜର । ଏହାରି ଭିତରେ ତାଲିବାନ ସରକାର ମଧ୍ୟ ଅନେକ କିଛି ଘଟଣା ଓ ଦୁର୍ଘଟଣା ଦେଖିବାକୁ ମିଳିଛି । ସେଥିରେ ଏମିତି ବି କିଛି ଘଟଣା ରହିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଅନ୍ୟପଟେ ଏବେ ଆଫଗାନିସ୍ତାନରେ ତାଲିବାନର ମଧ୍ୟବର୍ତ୍ତିକାଳୀନ ସରକାରରେ ଆଉ କିଛି ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି । ଆଫଗାନିସ୍ତାନରେ ସରକାର ରୂପରେଖ ଉପରେ ସାରା ବିଶ୍ୱର ନଜର ଥିବା ବେଳେ ଆଜିର ନୂଆ ତାଲିକାରେ ମଧ୍ୟ କୌଣସି ମହିଳାଙ୍କୁ ସ୍ଥାନ ମିଳିନି । ବିଶେଷକରି ମହିଳା ଓ ଶୁଶୁଙ୍କ ଲାଗି ନୂଆ ସରକାରର ଆଭିମୁଖ୍ୟ ଉପରେ ନଜର ରଖାଯାଇଛି ।

କାବୁଲରେ ଆଜି ଆଉ କିଛି ନୂଆ ଡେପୁଟି ମିନିଷ୍ଟରଙ୍କ ତାଲିକା ପ୍ରକାଶ କରାଯାଇଥିବା ବେଳେ ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ମଧ୍ୟ ଉପସ୍ଥିତ ଥିଲେ । ସେ ତାଲିବାନ ସରକାର ସଂପ୍ରସାରଣକୁ ସମର୍ଥନ କରିଥିବା ବେଳେ ଏଥିରେ ହାଜରାସ୍ ଭଳି କିଛି ଆଦିମ ସଂଖ୍ୟାଲଘୁ ଗୋଷ୍ଠୀର ସଦସ୍ୟଙ୍କୁ ସ୍ଥାନ ମିଳିଥିବା କହିଛନ୍ତି । ତେବେ ମହିଳାମାନଙ୍କୁ ପରବର୍ତ୍ତି ସମୟରେ ସ୍ଥାନ ମିଳିପାରେ ବୋଲି ସେ ସୂଚନା ଦେଇଛନ୍ତି ।

ସେପଟେମ୍ବର ୭ ତାରିଖରେ ଆଫଗାନିସ୍ତାନରେ ମଧ୍ୟବର୍ତ୍ତୀକାଳୀନ ସରକାର ଘୋଷଣା କରିଥିଲା ତାଲିବାନ । ପ୍ରଥମେ ତାଲିବାନର ପ୍ରତିଷ୍ଠାତା ସଦସ୍ୟ ମହମ୍ମଦ ହସନ୍ ଅଖୁନ୍ଦଙ୍କ ନେତୃତ୍ୱରେ ଏହି ସରକାର ଚାଲିବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ପରେ କଠୋରପନ୍ଥୀ ହକ୍କାନୀ ନେଟଓ୍ୱର୍କର ବହୁ ସଦସ୍ୟ ଏଥିରେ ସାମିଲ ହୋଇଥିଲେ ।

ଅନ୍ୟପଟେ ଦେଖିବାକୁ ଗଲେ ତାଲିବାନ୍ ଏବେ ଭଷ୍ମାସୁର ପାଲଟିଛି । ଅଣ୍ଟି ଛୁରୀ ତଣ୍ଟି କାଟେ ଭଳି ନିଜ ଲୋକଙ୍କୁ ହତ୍ୟା କରୁଛି । ଚଉକି ମୋହରେ ମୁଖିଆଙ୍କ ଜୀବନ ନେଇଗଲେ ତାଲିବାନୀ । ଆଫଗାନିସ୍ତାନରେ କ୍ଷମତା ହାସଲ କରିବା ପରେ ନିଜ ଭିତରେ ରକ୍ତାକ୍ତ ସଂଘର୍ଷ ତାଲିବାନୀ ସଂଗଠନକୁ ବଡ଼ ଝଟକା ଦେଇଛି । ବ୍ରିଟିଶ ମାଗାଜିନ ଅନୁସାରେ ତାଲିବାନ୍ ସରକାରଙ୍କ ସର୍ବେସର୍ବା ହିବତୁଲ୍ଲା ଅଖୁନ୍ଦଦାଙ୍କୁ ହତ୍ୟା କରିବା ସହ ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦରଙ୍କୁ ବନ୍ଧକ ରଖିଛନ୍ତି ତାଲିବାନୀ । କ୍ଷମତା ପାଇଁ ତାଲିବାନୀ ସଂଗଠନ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ମାଗାଜିନରେ ଆହୁରି କୁହାଯାଉଛି, ହକ୍କାନୀ ନେଟୱର୍କ ସହ ଏହି ଝଗଡ଼ାରେ ମୁଲ୍ଲା ବରାଦରଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଛି ।