/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632120415.jpg)
Other Unesco And Unicef Says Closed Afghan Girls Schools Violates Fundamental Right To Education
କାବୁଲ : ଆଫଗାନିସ୍ତାନରେ ଝିଅମାନଙ୍କ ପାଇଁ ସ୍କୁଲ୍ବନ୍ଦ ହେବା ଦ୍ୱାରା ଶିକ୍ଷାର ମୌଳିକ ଅଧିକାରର ଉଲଙ୍ଘନ ହେଉଛି । United Nations Educational, Scientific and Cultural Organization (ୟୁନେସ୍କୋ) ଏବଂ United Nations Children's Fund (ୟୁନିସେଫ) ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି । ଆଫଗାନିସ୍ତାନ ବାଳିକା ବିଦ୍ୟାଳୟ ବନ୍ଦ ହେବା ନିଷ୍ପତ୍ତି ଶିକ୍ଷାର ଅଧିକାରକୁ ଉଲ୍ଲଂଘନ କରୁଛି । ୟୁନେସ୍କୋର ମହାନିର୍ଦ୍ଦେଶକ ଆଣ୍ଡ୍ରେ ଅଜୋଲେ ଏକ ବିବୃତ୍ତିରେ କହିଛନ୍ତି, ବାଳିକା ବିଦ୍ୟାଳୟ ବନ୍ଦ ରହିଲେ ବାଳିକା ଓ ମହିଳାଙ୍କ ଶିକ୍ଷାର ମୈଳିକ ଅଧିକାରର ଉଲ୍ଲଂଘନ କରିବ ।
ଝିଅମାନଙ୍କୁ ସ୍କୁଲ ଯିବାକୁ ଅନୁମତି ଦିଆ ନଗଲେ ଏହାର ଅତି ଭୟାଭୟ ପରିଣାମ ହେବ ବୋଲି ୟୁନେସ୍କୋ ଚେତାବନୀ ଦେଇଛି । ଶିକ୍ଷା ଓ ଜୀବନ ସମ୍ପର୍କରେ ସେମାନଙ୍କର କୌଣସି ଜ୍ଞାନ ରହିବ ନାହିଁ । ଭବିଷ୍ୟତ ଜୀବନ ପୂରା ଅନ୍ଧକାରରେ କଟିବ । ଏହାସହ ଝିଅମାନଙ୍କୁ ଶିକ୍ଷାରୁ ସମୂର୍ଣ୍ଣ ଭାବରେ ଦୂରେଇ ରଖିବା ଦ୍ୱାରା ବାଲ୍ୟ ବିବାହର ଆଶଙ୍କା ବଢ଼ିଯିବ । ଯାହା ଦ୍ୱାରା ପୁଅ ଓ ଝିଅ ମଧ୍ୟରେ ଥିବା ଭେଦଭାବ ଅଧିକ ବଢାଇ ।
ଆଫଗାନିସ୍ତାରେ ବାଳିକା ଶିକ୍ଷା କ୍ଷେତ୍ର ପାଇଁ ଅନେକ ଲାଭ ହୋଇଛି, ଯାହାକୁ ବଜାୟ ରଖିବା ରଖିବା ଉଚିତ । ଆଜୋଲେ କହିଛନ୍ତି, ଦେଶର ଝିଅମାନେ ଶିକ୍ଷିତ ହେଲେ ଆଫଗାନ୍ର ଭବିଷ୍ୟତ ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ଆଫଗାନିସ୍ତାନରେ ଥିବା ଉଭୟ ପୁଅ ଓ ଝିଅ ସେମାନଙ୍କର ଶିକ୍ଷା ଅଧିକାରକୁ ସମାନ ଭାବରେ ଲାଭ ଉଠାଇ ପାରିବେ ।
ତେବେ ୟୁନିସେଫ ଆଫଗାନିସ୍ତାନ ବାଳିକା ଶିକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛି । ଏନେଇ ୟୁନିସେଫ୍ ମୁଖ୍ୟ କହିଛନ୍ତି, ବର୍ତ୍ତମାନ ସମୟରେ ଅନେକ ଝିଅଙ୍କୁ ଦେଶକୁ ଫେରିବାକୁ ଅନୁମତି ଦିଆଯାଉନାହିଁ, ଯାହାକୁ ନେଇ ଆମେ ଗଭୀର ଚିନ୍ତିତ । ଶିକ୍ଷା ହେଉ ବା କୌଣସି କ୍ଷେତ୍ରରେ ମଧ୍ୟ ଝିଅମାନଙ୍କୁ ଅଣାଦର କରିବା ନୁହେଁ, ତେଣୁ ସେ ଏହି ସମସ୍ୟାର ସମାଧାନ ପାଇଁ ଆହ୍ୱାନ ଦେଇଛନ୍ତି ।
UNESCO, UNICEF say closed Afghan girls' schools violates fundamental right to education
Read @ANI Story | https://t.co/TkoOadl2IL#Afghanistanpic.twitter.com/b6iEhPFioF
— ANI Digital (@ani_digital) September 19, 2021
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)