• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ପୁଣି ଷଡ଼ଯନ୍ତ୍ର ରଚୁଛି ଚୀନ୍‌ 

  • ଭାରତୀୟ ସୀମାର କରୁଛି ରାତ୍ରିକାଳୀନ ଯୁଦ୍ଧାଭ୍ୟାସ

ନୂଆଦିଲ୍ଲୀ : ପୁଣି ଷଡ଼ଯନ୍ତ୍ର ରଚୁଛି ଚୀନ୍‌ । ଭାରତୀୟ ସୀମାର ୧୬ ହଜାର ଫୁଟ୍‌ ଉଚ୍ଚରେ ଚୀନ୍‌ର ନିଜ ରାତ୍ରିକାଳୀନ ଯୁଦ୍ଧ୍ୟଭ୍ୟାସ କରୁଛି । ଚୀନ୍‌ର ପିପୁଲ ଲିବରେସନ୍‌ ଆର୍ମି (ପିଏଲ୍ଏ) ଭାରତ ସୀମା ନିକଟସ୍ଥ ସିନଜିଆଙ୍ଗରେ ୧୬ ଫୁଟରୁ ଅଧିକ ଉଚ୍ଚ ସ୍ଥାନରେ ନିଜ ସେନାର ଯୁଦ୍ଧ୍ୟଭ୍ୟାସ କରିଛି । ଚୀନ୍‌ ତାର ପଶ୍ଚିମ ଥିଏଟର୍‌ କମାଣ୍ଡର ସାମରିକ ଶକ୍ତି ବଢାଇବା ପାଇଁ ଏପରି ରାତ୍ରୀ ଯୁଦ୍ଧ୍ୟଭ୍ୟାସ କରିଥିବାର ସୂଚନା ମିଳିଛି ।

ଚୀନ୍‌ର ଏହି ପଶ୍ଚିମ ଥିଏଟର କମାଣ୍ଡ ଜିନଜିଆଙ୍ଗ, ତିବ୍ଦତ ଅଞ୍ଚଳ ତଥା ଭାରତର ସୀମା ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ଚଳିତ ବର୍ଷ ଆରମ୍ଭରେ ଚୀନ୍, ତିବ୍ଦତ ସେନାକୁ ମିଲିଟାରୀ ଅଞ୍ଚଳରୁ ଜିନଜିଆନ୍ ଅଞ୍ଚଳକୁ ସ୍ଥାନାନ୍ତର କରିଥିଲା। ସେମାନେ ଏବେ ଦକ୍ଷିଣ ଉତ୍ତରାଖଣ୍ଡର କରାକୋରାମ ପାସ୍ ଅଞ୍ଚଳର ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ଏହାସହ ସେମାନେ ବହୁ ସଂଖ୍ୟକ ଦୂରଗାମୀ ଆର୍ଟିଲାରି ବନ୍ଧୁକ ମଧ୍ୟ ନିୟୋଜିତ କରିଥିବାବେଳେ ଜୋରସୋରରେ ତିବ୍ଦତୀୟ ମାଳଭୂମିରେ ଭିତ୍ତିଭୂମି ନିର୍ମାଣ କରୁଛନ୍ତି ।ୟ

Also Read

ଏହି ସେନାକୁ ଆଣିବା ପରେ PLA ଏହି ଅଞ୍ଚଳରେ ସାମରିକ ଅଭ୍ୟାସ କରିବା ଆରମ୍ଭ କରିଛି । ଏଥିସହ ଚାଇନା ତିବ୍ଦତୀୟରେ ଥିବା ଏୟାରଫିଲ୍ଡକୁ ନବୀକରଣ କରିଛି ଯେଉଁଠାରେ ଦୁଇ ଇଞ୍ଜିନ୍ ବିଶିଷ୍ଟ ଯୁଦ୍ଧ ବିମାନ ନିୟୋଜନ ହୋଇପାରିବ । ବର୍ତ୍ତମାନ ସେମାନେ ସେନା ପରିବହନ ପାଇଁ ଜିନଜିଆନ୍ ଏବଂ ତିବ୍ଦତରେ ନିର୍ମିତ ଥିବା ଏବଂ ନିର୍ମାଣାଧୀନ ୩୦ ବିମାନବନ୍ଦରର ଉନ୍ନତିକରଣ କାମରେ ଲାଗିଛନ୍ତି।