• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଏକା ସାଙ୍ଗରେ ୬୦୦ ବ୍ରାଣ୍ଡକୁ ବନ୍ଦ କଲା ଆମାଜନ୍

  • କଂପାନୀର ରିଭ୍ୟୁ ପଲିସିରେ ହେରଫେର୍ ଅଭିଯୋଗ

ବେଜିଂ:ଚୀନକୁ ଆମାଜନର ଝଟକା । ମାତ୍ର ଗୋଟିଏ ଭୁଲ୍ ପାଇଁ ଏକା ସାଙ୍ଗରେ ଅନେକ ବ୍ରାଣ୍ଡକୁ ବନ୍ଦ କଲା କଂପାନୀ । ଏନେଇ ଚିନ୍ତାରେ ପଡିଯାଇଛି ଡ୍ରାଗନ୍ । ମିଛ ଅଭିଯୋଗ ଆଣି ଆମାଜନକୁ ବଦନାମ୍ କରିବାକୁ ଚେଷ୍ଟା କରିଥିବା ବେଳେ ଆମାଜନ୍ କଂପାନୀ ପକ୍ଷରୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଅନଲାଇନ୍ ସପିଂ ୱେବ୍ ସାଇଟ୍ ଆମାଜନ୍ ୬୦୦ ଚୀନ୍ ବ୍ରାଣ୍ଡକୁ ବ୍ୟାନ୍ କରିଛି । ନୀୟମ ଉଲଂଘନ କରୁଥିବାରୁ ଏହି ୬୦୦ଟି ଚୀନ ବ୍ରାଣ୍ଡକୁ ବ୍ୟାନ୍ କରାଯାଇଥିବା କଥା କହିଛି ଆମାଜନ୍ । ବ୍ୟାନ୍ ହୋଇଥିବା ବ୍ରାଣ୍ଡ୍ ଗୁଡିକ କଂପାନୀର ରିଭ୍ୟୁ ପଲିସିରେ ହେରଫେର୍ କରିଥିବା ନଜରକୁ ଆସିଥିଲା । ଯାହା କି ଆମାଜନ୍‌ର ନିୟମକୁ ଉଲ୍ଲଘଂନ କରିଥିଲା । ତେଣୁ ଆମାଜନ୍ ଏଭଳି ପଦକ୍ଷେପ ନେବା ପାଇଁ ବାଧ୍ୟ ହୋଇଥିବା ଦର୍ଶାଇଛି । ନିଜ ସାମଗ୍ରୀ ଉପରେ ଭଲ ରିଭ୍ୟୁ ଦେବାକୁ ଚୀନ କଂପାନୀ ଲୋକଙ୍କୁ ଆମାଜନ୍ ଗିଫ୍ଟ ଦେଉଥିଲେ । ଯାହାକୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ କରିଛି ଆମାଜନ୍ ।

ଆମାଜନ୍ ସବୁବେଳେ ଭଲ ସାମଗ୍ରୀ ପହଞ୍ଚାଇବାକୁ ଚେଷ୍ଟା କରିଥାଏ । ତେବେ ପ୍ରତି ସାମଗ୍ରୀକୁ ନେଇ ଯେଉଁ ସବୁ ରିଭ୍ୟୁ ଆସିଥାଏ ତାହା କଂପାନୀ ପାଇଁ ବେସ୍ ଗୁରୁତ୍ୱ ବହନ କରିଥାଏ । କାରଣ ଏହି ରିଭ୍ୟୁ ପଲିସିକୁ ଦେଖି ଲୋକେ ସାମଗ୍ରୀ କିଣିଥାନ୍ତି । ତେଣୁ ଗ୍ରାହଙ୍କୁ ମିଛ ରିଭ୍ୟୁ ଦେଇ ଫସାଇ ଦେଇଥିବାରୁ ଆମାଜନ୍ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କଂପାନୀ ପକ୍ଷରୁ କୁହାଯାଇଛି । କେବଳ ଚୀନକୁ ଦୃଷ୍ଟିରେ ରଖି ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ,ଯିଏ ବି ଏମିତି କରିବ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆମାଜନ୍ କହିଛି । ତେବେ ଏହା ଏକ ଷଡ଼ଯନ୍ତ୍ର ବୋଲି ଚାଇନା ଅଭିଯୋଗ କରିଥିବା ବେଳେ ଆମାଜନ୍ କହିଛି ଏହା ଭାବିବା ସଂପୂର୍ଣ୍ଣ ଭୁଲ୍।

ସାରା ବିଶ୍ୱର କଂପାନୀ ପାଇଁ ଆମାଜନ୍ ଯେଉଁ ନିୟମ କରିଛି ତାହା ଚୀନ୍ କଂପାନୀ ପାଇଁ ଲାଗୁ ହୋଇଛି । ଯିଏ ବି କଂପାନୀ ପଲିସିକୁ ଉଲ୍ଲଘଂନ କରିବ ତା ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୌଣସୀ ନିର୍ଦ୍ଦିଷ୍ଟ ଦେଶକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯିବ ନାହିଁ ବୋଲି କହିଛି ଆମାଜନ୍ । ସହଜ ଓ ସୁବିଧାରେ ମନ ମୁତାବକ୍ ଜିନିଷ ଆମାଜନରେ ଅର୍ଡର କରିଥାନ୍ତି ଲୋକେ । ବିଭିନ୍ନ ବ୍ରାଣ୍ଡର ଭଳି କି ଭଳି ସାମଗ୍ରୀ ଓ ତାହା ସାଙ୍ଗରେ ଗ୍ରାହକଙ୍କୁ ଭଲ ଅଫର୍ ଦେଇ ଆମାଜନ୍ ବେସ୍ ଲୋକପ୍ରିୟ ହୋଇପାରିଛି । ତେଣୁ ଏହି ୱେବ୍ ସାଇଟରେ କିଛି ଖରାପ ଜିନିଷ ବିକ୍ରୀ ହେଉ ତାହା ଚାହୁଁ ନାହିଁ ଆମାଜନ୍ କଂପାନୀ । ସେଥିପାଇଁ ଆମାଜନ୍ ନିଜ ନିୟମକୁ ନେଇ ବେସ୍ କଠୋର ହୋଇଥିବା ଦେଖାଦେଇଛି । କୌଣସୀ କଂପାନୀ ନିୟମର ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପଛାଇ ନଥାଏ ଆମାଜନ୍ ।