Advertisment

ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦି, ବିଭିନ୍ନ ପ୍ରସଙ୍ଗରେ ହୋଇପାରେ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ସମୟ ଭୋର ୪ଟାରେ ଆମେରିକାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ବିମାନ ୱାଶିଂଟନ ଡିସିରେ ଥିବା ଜଏଣ୍ଟ ବେସ୍ ଆଣ୍ଡ୍ରିୟୁସ୍‌ରେ ଅବତରଣ କରିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
PM Modi Arrives In Washington

PM Modi Arrives In Washington

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ସମୟ ଭୋର ୪ଟାରେ ଆମେରିକାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ବିମାନ ୱାଶିଂଟନ ଡିସିରେ ଥିବା ଜଏଣ୍ଟ ବେସ୍ ଆଣ୍ଡ୍ରିୟୁସ୍‌ରେ ଅବତରଣ କରିଥିଲା। ଏହାପରେ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରନଜିତ୍‌ ସିଂ ସାନ୍ଧୁ ଓ ୩ ସେନାର ଅଧିକାରୀ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। 

Advertisment

ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ କ୍ୱାଡ୍ ସମ୍ମିଳନୀରେ ଯୋଗ ଦେବା ସହ କ୍ୱାର୍ଡ ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଭେଟ ହେବାର କାର୍ଯ୍ୟକ୍ରମ ରହିଛି। ଆଜି ଜାପାନ ପ୍ରଧାନମନ୍ତ୍ରୀ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା କରିବେ। ଓ୍ୱାଶିଂଟନରେ ଥିବା ଆମେରିକାର ବିଭିନ୍ନ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା କରିବା ସହ ଆମେରିକା ଉପ-ରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ମଧ୍ୟ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ମୋଦି। 

ଆସନ୍ତାକାଲି ଅର୍ଥାତ୍‌ ୨୪ରେ ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ୍‌ଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତିଙ୍କ ସହ ଭାରତ-ଆମେରିକା ସାମରିକ ସହଯୋଗ, ବାଣିଜ୍ୟ, ସୁରକ୍ଷା ଆଦି ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି ବୋଲି ସୂଚନା ମିଳିଛି। ଏହି ଆଲୋଚନାରେ ଆଫଗାନ ସ୍ଥିତି, ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇପାରେ। ଏହାପରେ ନ୍ୟୁୟର୍କରେ ୭୬ତମ ମିଳିତ ଜାତିସଂଘ ସାଧାରଣ ସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି।

Advertisment

ପ୍ରଧାନମନ୍ତ୍ରୀ ମୋଦି ଆମେରିକାରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟ ତାଙ୍କୁ ବିପୁଳ ସ୍ୱାଗତ କରିଥିଲେ। ୱାଶିଂଟନ ଡିସି ସ୍ଥିତ ଜଏଣ୍ଟ ବେସ୍ ଆଣ୍ଡ୍ରିୟୁସ୍‌ରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ବିମାନ ଅବତରଣ କରିବା ସମୟରେ ଏୟାରପୋର୍ଟ ବାହାରେ ଉପସ୍ଥିତ ରହି ଶତାଧିକ ପ୍ରବାସୀ ଭାରତୀୟ ମୋଦିଙ୍କୁ ସ୍ୱାଗତ କରିଥିଲେ। ବିମାନରୁ ଓହ୍ଲାଇ ସ୍ୱତନ୍ତ୍ର କାରକେଡ୍‌ରେ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କ ପାଖରେ କାର୍‌ ଅଟକାଇ ବାହାରକୁ ଆସିଥିଲେ। ଏହାପରେ ଏୟାରପୋର୍ଟରେ ଉପସ୍ଥିତ ଥିବା ପ୍ରବାସୀ ଭାରତୀୟଙ୍କ ଅଭିନନ୍ଦନ ଗ୍ରହଣ କରିବା ସହ ସେମାନଙ୍କ ସହ ହାତ ମିଳାଇଥିଲେ ପ୍ରଧାନମନ୍ତ୍ରୀ। 

ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ବିମାନ ଭିତରେ ନିଜର ଏକ ଫଟୋ ଟ୍ୱିଟରରେ ଶେଆର କରିଥିଲେ। ବିମାନରେ ଲମ୍ବା ଯାତ୍ରା ବେଳେ ଫାଇଲ ଓ କାଗଜ ପତ୍ର କାମ କରିବା ପାଇଁ ଏହା ଏକ ସୁଯୋଗ ବୋଲି ପ୍ରଧାନମନ୍ତ୍ରୀ ଲେଖିଥିଲେ। 

PM Modi Washington Pm Modi Us Visit
Advertisment
Advertisment