Advertisment

ପାକିସ୍ତାନ୍ ପତାକାକୁ ଚିରି ଦେଲା ତାଲିବାନ୍

କେମିତି ବିଶ୍ୱ ସମୁଦାୟ ତାଲିବାନକୁ ସମର୍ଥନ କରିବ ସେଥିପାଇଁ ଅବିରତ ଉଦ୍ୟମ ଚଲାଇଛି ପାକିସ୍ତାନ୍। କିନ୍ତୁ ତାଲିବାନ୍‌ ପାକିସ୍ତାନର ଏହି ଉଦ୍ୟମକୁ ଅଣଦେଖା କରି ପାକିସ୍ତାନକୁ ବାରମ୍ବାର ଧମକାଇବାରେ ଲାଗିଛି।

author-image
Minati Mishra
ଅଦ୍ୟତନ ହୋଇଛି
Taliban Fighter Tore Pakistan Flag

Taliban Fighter Tore Pakistan Flag

କାବୁଲ୍‌: କେମିତି ବିଶ୍ୱ ସମୁଦାୟ ତାଲିବାନକୁ ସମର୍ଥନ କରିବ ସେଥିପାଇଁ ଅବିରତ ଉଦ୍ୟମ ଚଲାଇଛି ପାକିସ୍ତାନ୍। କିନ୍ତୁ ତାଲିବାନ୍‌ ପାକିସ୍ତାନର ଏହି ଉଦ୍ୟମକୁ ଅଣଦେଖା କରି ପାକିସ୍ତାନକୁ ବାରମ୍ବାର ଧମକାଇବାରେ ଲାଗିଛି। ତାଲିବାନ ସରକାର ଏବଂ ତାଙ୍କର ସୈନ୍ୟମାନେ ସେମାନଙ୍କ କାର୍ଯ୍ୟକଳାପ ଓ ବିବୃତ୍ତିରେ କ୍ରମାଗତ ଭାବରେ ଦର୍ଶାଇବାକୁ ଚାହୁଁଛନ୍ତି ଯେ ତାଙ୍କ ଉପରେ କୌଣସି ଦେଶର ଚାପ ନାହିଁ। ନିକଟରେ ତାଲିବାନ୍ ସେନା ଆଫଗାନିସ୍ତାନରେ ରିଲିଫ ସାମଗ୍ରୀ ବଣ୍ଟନ ବେଳେ ଏକ ଟ୍ରକରେ ଲାଗିଥିବା ପାକିସ୍ତାନ ପତାକାକୁ ଫାଡି ଦେଇଛନ୍ତି। ତାଲିବାନ ସେନା ଖୋଲାଖୋଲି ଭାବେ ପାକିସ୍ତାନକୁ ବିରୋଧ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।

Advertisment

କାବୁଲରେ ପାକିସ୍ତାନ୍ ପତାକା ଫାଡିବାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳିଛି ଯେ, ଟ୍ରକ୍‌ରେ ପାକିସ୍ତାନ ପତାକା ଦେଖି ତାଲିବାନୀ ସେନା ରାଗି ଯାଇଥିଲେ।  ତୁରନ୍ତ ସେହି ପତାକାକୁ କ୍ୟାମେରା ଆଗରେ ଚିରିଦେଲେ। ଏହା ପରେ କ୍ରୋଧିତ ସୈନ୍ୟ ଟ୍ରକ ଡ୍ରାଇଭରକୁ ଧମକ ଦେଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ, ଯେଉଁ ଟ୍ରକରୁ ପତାକା ବାହାର କରାଯାଇଥିଲା ସେଥିରେ ପାକ୍-ଆଫଗାନିସ୍ତାନ କୋ-ଅପରେଶନ ଫୋରମ୍ ଲେଖା ଯାଇଥିଲା।

Advertisment

ଗୋଟିଏ ପଟେ ଆଫଗାନିସ୍ତାନରେ ତାଲିବାନ ଶାସନକୁ ପାକିସ୍ତାନ ଦୃଢ ସମର୍ଥନ କରୁଥିବାବେଳେ  ଆଫଗାନର ନୂଆ ସରକାର ପାକ୍‌ ସରକାରକୁ ରେଡ୍ ସିଗନାଲ ଦେଖାଉଛି । ସରକାର ଗଠନ ଦିଗରେ ହସ୍ତକ୍ଷେପ ନକରିବା ପାଇଁ ତାଲିବାନୀ ସଂଗଠନଙ୍କ ପକ୍ଷରୁ ପାକିସ୍ତାନ୍‌କୁ କଡ଼ା ଚେତାବନୀ ମଧ୍ୟ ଦିଆଯାଉଛି।

ଇମ୍ରାନ୍ ଖାନ୍ ଆଫଗାନିସ୍ତାନରେ ସମାବେଶୀ ସରକାର ଗଠନ ପାଇଁ ତାଲିବାନ୍‌କୁ ପରାମର୍ଶ ଦେଇଥିଲେ। କିନ୍ତୁ ଏସବୁ ପ୍ରସଙ୍ଗରୁ ଦୂରେଇ ରହିବା ପାଇଁ ପାକିସ୍ତାନ୍‌କୁ କହିଛି ତାଲିବାନ୍। ଆଫଗାନିସ୍ତାନରେ ସମାବେଶୀ ସରକାର ଦାବି କରିବାରର ଅଧିକାର କୌଣସି ଦେଶର ନାହିଁ ବୋଲି ତାଲିବାନ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସରକାର ଗଠନରେ ପଡୋଶୀ ରାଷ୍ଟ୍ରକୁ ସାମିଲ କରିବାମାନେ ନିଜ ଦେଶରେ ଗୁପ୍ତଚର ପାଳିବା ସହ ସମାନ ବୋଲି ତାଲିବାନ କହିଛି। ଏହା ପାକିସ୍ତାନ୍‌କୁ ଏକ ଶକ୍ତ ଚାପୁଡ଼ା ସଦୃଶ୍ୟ ହୋଇଛି।

Pakistan Taliban Terrorists
Advertisment
Advertisment