Advertisment

SCO ସମ୍ମୀଳନୀରେ ଭାରତୀୟ ପକ୍ଷରୁ ଯୋଗ ଦେଲେ CDS ମୁଖ୍ୟ ବିପିନ୍ ରାୱତ୍

ଭାରତୀୟ ସେନା ଏସସିଓର(SCO) ଷଷ୍ଠ ସଂସ୍କରଣର ଉଦଘାଟନୀ ସମାରୋହରେ ଭାଗ ନେଇଛି। ଭାରତର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତ ଏନେଇ ଋଷିଆ ଆସଛନ୍ତି। ସିଡିଏସ୍ ଦାୟିତ୍ୱ ଗ୍ରହଣ କରିବା ପରେ ଜେନେରାଲ୍ ବିପିନ ରାୱତଙ୍କର ଏହା ହେଉଛି ପ୍ରଥମ ବିଦେଶ ଗସ୍ତ। ତାଙ୍କର ଏହି ଗସ୍ତ ସମୟରେ ସେ ଋଷିଆରେ ଚାଲିଥିବା SCO ଶାନ୍ତି ମିଶନ ଡ୍ରିଲରେ ଅଂଶଗ୍ରହଣ କରୁଥିବା ଭାରତୀୟ ସଶସ୍ତ୍ର ବାହିନୀର କାର୍ଯ୍ୟକଳାପର ପର୍ଯ୍ୟବେକ୍ଷଣ କରିବେ।

author-image
Otv Khabar Bureau
SCO 2021

SCO 2021

ନୂଆଦିଲ୍ଲୀ: ଆତଙ୍କବାଦର ମୁକାବିଲା ନେଇ ଭାରତୀୟ ସେନାର ଶାନ୍ତିପୂର୍ଣ୍ଣ ଅଭ୍ୟାସ। ଭାରତୀୟ ସେନା ଏସସିଓର(SCO) ଷଷ୍ଠ ସଂସ୍କରଣର ଉଦଘାଟନୀ ସମାରୋହରେ ଭାଗ ନେଇଛି। ଏକ ଟୁଇଟର ପୋଷ୍ଟରେ ଭାରତୀୟ ସେନା ଅଧିକାରୀ କହିଛନ୍ତି ଯେ ଉଦଘାଟନୀ ସମାରୋହରେ ଅଂଶଗ୍ରହଣକାରୀ କଣ୍ଟିଜେଣ୍ଟ ଏବଂ ଋଷିଆର ସଶସ୍ତ୍ର ବାହିନୀର କମାଣ୍ଡରଙ୍କ ଦ୍ୱାରା ସେମାନଙ୍କୁ ସମ୍ବୋଧିତ କରାଯାଇଥିଲା। ଭାରତୀୟ ସେନା ଏବଂ ଭାରତୀୟ ବାୟୁସେନା ପକ୍ଷରୁ ୨୦୦ ଜଣ ସୈନ୍ୟବାହିନୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଏବଂ ସାମରିକ ବାହିନୀର ଏହି ଅଭ୍ୟାସ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ।

Advertisment
SCO SCO

ଭାରତୀୟ ଦୂତାବାସ ସୂଚନା ଅନୁଯାୟୀ ଶାହାଙ୍ଗ ସହଯୋଗ ସଂଗଠନ (SCO) ଶାନ୍ତି ମିଶନ ଅଭ୍ୟାସର ଷଷ୍ଠ ଅଧିବେଶନରେ ଯୋଗଦେବା ପାଇଁ ଭାରତର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତ ଋଷିଆ ଆସଛନ୍ତି। ସିଡିଏସ୍ ଦାୟିତ୍ୱ ଗ୍ରହଣ କରିବା ପରେ ଜେନେରାଲ୍ ବିପିନ ରାୱତଙ୍କର ଏହା ହେଉଛି ପ୍ରଥମ ବିଦେଶ ଗସ୍ତ। ତାଙ୍କର ଏହି ଗସ୍ତ ସମୟରେ ସେ ଋଷିଆରେ ଚାଲିଥିବା SCO ଶାନ୍ତି ମିଶନ ଡ୍ରିଲରେ ଅଂଶଗ୍ରହଣ କରୁଥିବା ଭାରତୀୟ ସଶସ୍ତ୍ର ବାହିନୀର କାର୍ଯ୍ୟକଳାପର ପର୍ଯ୍ୟବେକ୍ଷଣ କରିବେ।

Bipini RawatBipini Rawat

ଜେନେରାଲ ରାୱତ ଋଷିଆ  SCO ସମ୍ମିଳନୀରେ ଯୋଗଦେଇଛନ୍ତି। ଏହି ସପ୍ତାହ ପୂର୍ବରୁ, ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଥିଲେ ଯେ ଚୀନ୍ ଏବଂ ପାକିସ୍ତାନ ମଧ୍ୟ ଏସସିଓ ସଦସ୍ୟ ଦେଶର ସିଡିଏସ୍ ର୍ୟାଙ୍କ ଅଧିକାରୀଙ୍କ ସମ୍ମିଳନୀରେ ଅଂଶଗ୍ରହଣ କରିବ। ଅଧିକାରୀ କହିବା ଅନୁଯାୟୀ ଏହି ସମ୍ମିଳନୀରେ ଆଞ୍ଚଳିକ ସୁରକ୍ଷା ସମସ୍ୟାର ସମାଧାନ ଉପରେ ଧ୍ୟାନ ଦିଆଯିବ ଏବଂ ଆଫଗାନିସ୍ତାନ ବିଷୟରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।

Advertisment
Bipin RawatBipin Rawat

ଜେନେରାଲ ବିପିନ୍ ରାୱତ ସେଠାରେ ଆର୍ମି ଜେନେରାଲ୍ ଭାଲେରୀ ଜେରାସିମୋଭ୍, ଜେନେରାଲ୍ ଷ୍ଟାଫ୍, ଋଷିଆ ଫେଡେରେଶନର ସଶସ୍ତ୍ର ବାହିନୀ ସହିତ ଯୋଗାଯୋଗ କରିଥିଲେ ଏବଂ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ପ୍ରସଙ୍ଗ ଉପରେ ଆଲୋଚନା ମଧ୍ୟ କରିଥିଲେ।

Bipin RawatBipin Rawat
Chief Of Defence Staff (CDS) General Bipin Rawat SCO 6th Edition
Advertisment
Advertisment