/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632112432.jpg)
China President Xi Jinping
ବେଜିଂ: ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଗୁଜବ ଖବର ଶୁଣିବାକୁ ମିଳୁଛି। ଗତ କିଛିମାସ ହେବ ସେ ବିଦେଶ ଭ୍ରମଣ କରୁ ନଥିବା ସୂଚନା ମିଳିଛି। ତେଣୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ଥାଇପାରେ ବୋଲି ଚର୍ଚ୍ଚା ହେଉଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ(Xi Jinping) ଗତ ୬୦୦ ଦିନରେ ଗୋଟିଏ ଥର ବି ବିଦେଶ ଭ୍ରମଣ କରି ନାହାନ୍ତି। ଶେଷଥର ପାଇଁ ସେ ୨୦୨୦ ମସିହା ଜାନୁଆରୀ ୧୮ରେ ମିଆଁମାର ଯାତ୍ରା କରିଥିଲେ। ଏହାପରେ ସେ ଆଉ ବିଦେଶ ଭ୍ରମଣ କରି ନାହାନ୍ତି।
ୟୁଏସ୍ ଟୁଡେର ରିପୋର୍ଟ ଅନୁସାରେ, ଜିନ୍ପିଙ୍ଗ କୌଣସି ବିଦେଶୀ ନେତାଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ସାକ୍ଷାତ କରୁ ନାହାଁନ୍ତି। ଯଦି ବି କୌଣସି ବିଦେଶୀ ନେତା ଚୀନ ପରିଭ୍ରମଣ କରୁଛନ୍ତି, ତା’ହେଲେ ସେମାନେ ବେଜିଂକୁ ଛାଡ଼ି ଅନ୍ୟ ସହରକୁ ଯାତ୍ରା କରୁଛନ୍ତି। ଫଳରେ ଜିନ୍ପିଙ୍ଗଙ୍କ ସହ ସେମାନଙ୍କର ଭେଟ ହେବାର କୌଣସି ଆବଶ୍ୟକ ହିଁ ରହୁନାହିଁ।
Also Read
ରିପୋର୍ଟ ଅନୁସାରେ, ସ୍ୱାସ୍ଥ୍ୟଗତ କାରଣକୁ ନେଇ ଜିନ୍ପିଙ୍ଗ ଏବେ କୌଣସି ସ୍ଥାନକୁ ଯାତ୍ରା ନକରି ଫୋନ୍ ଯୋଗେ କଥାବାର୍ତ୍ତା ହେଉଛନ୍ତି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍, ,ଜର୍ମାନୀ ଚାନ୍ସଲର ଏଞ୍ଜେଲା ମର୍କେଲ ଓ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନଙ୍କ ସମେତ ପାଖାପାଖି ୬୦ଟି ରାଷ୍ଟ୍ରର ମୁଖ୍ୟଙ୍କ ସହ ଜିନ୍ପିଙ୍ଗ ଫୋନ୍ରେ କଥାବାର୍ତ୍ତା ହୋଇଛନ୍ତି। ଏପରିକି ଜିନ୍ପିଙ୍ଗକୁ ଅନେକ ଥର ଭର୍ଚୁଆଲ୍ ବୈଠକରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ୨୦୨୧ ସେପ୍ଟେମ୍ବର ୯ରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ସେ ଭର୍ଚୁଆଲ୍ରେ ଉପସ୍ଥିତ ରହି ସମ୍ମିଳନୀରେ ଯୋଗ ଦେଇଥିଲେ।
ଶେନଝେନ୍ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ର ୪୦ତମ ପ୍ରତିଷ୍ଠା ଦିବସ ଅବସରରେ ସେ ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଭାଷଣ ଦେବା ପାଇଁ ମଞ୍ଚରେ ପହଞ୍ଚି ଥିଲେ। ଏହି ସମୟରେ ସେ ଧୀରେ ଧୀରେ କଥା ହେଉଥିବା ଦେଖିବାକୁ ମିଳିଥିଲା। ଏପରିକି ମଝିରେ ତାଙ୍କର ବାରମ୍ବାର କାଶ ମଧ୍ୟ ଆସୁଥିଲା ଓ ସେ ପାଣି ପିଉଥିବା ନଜର ଆସିଥିଲେ। ହୁଏତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥାଇପାରେ ବୋଲି ଚର୍ଚ୍ଚା ହେଉଛି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଜିନପିଙ୍ଗ ଆମେରିକାର ବୈଦେଶିକ ମନ୍ତ୍ରୀ, ସିଙ୍ଗାପୁରର ପ୍ରଧାନମନ୍ତ୍ରୀ, ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସହ ସ୍ଥିର ହୋଇଥିବା ବୈଠକକୁ ସ୍ଥଗିତ ରଖିଛନ୍ତି। ଏନେଇ ସେ କୌଣସି କାରଣ ମଧ୍ୟ ଦର୍ଶାଇ ନାହାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)