ୟୁକ୍ରେନରେ ଉପରେ ଋଷିଆର ଆକ୍ରମଣ ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଏହି ଆକ୍ରମଣରେ ୯ଜଣ ଆହତ ହୋଇଛନ୍ତି । ଋଷର ସ୍ଥଳସେନା ମଧ୍ୟ ବର୍ତ୍ତମାନ ୟୁକ୍ରେନରେ ପ୍ରବେଶ କରିଛି ବୋଲି ସୁରକ୍ଷା କର୍ମୀ କହିଛନ୍ତି
ୟୁକ୍ରେନ୍ରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ୟୁକ୍ରେନ୍ର ଜଣେ ମହିଳା କହିଛନ୍ତି ଯେ, ରୁଷିଆର ସୈନିକମାନେ ଟିଣ୍ଡର (Tinder ) ଆପ୍ରେ ତାଙ୍କୁ Flirt କରୁଛନ୍ତି ।
ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଲୁହାଂସ୍କ ପ୍ରଦେଶରେ ରୁଷୀୟ ଲଢ଼ୁଆ ବିମାନ ମାରି ଖସାଇଥିବା ନେଇ ୟୁକ୍ରେନ ଦାବି କରିଛି
ୟୁକ୍ରେନ ବିରୋଧରେ ଋଷ୍ ଯୁଦ୍ଧ ଘୋଷଣା କରିବା ପରେ ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଛି। କେଉଁଠି ଶେୟାର ମାର୍କେଟ୍ ଡାଉନ୍ ହୋଇଯାଇଛି ତ ଆଉ କେଉଁଠି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି।
ଯୁଦ୍ଧ ଆଶଙ୍କା ମଧ୍ୟରେ ବୁଧବାର ମସ୍କୋ ଯାତ୍ରା କରିଛନ୍ତି ଇମ୍ରାନ । ସାମ୍ପ୍ରତ୍ତିକ ସ୍ଥିତିରେ ପ୍ରଥମ ବିଶ୍ୱ ନେତା ଭାବେ ଇମ୍ରାନଙ୍କ ଋଷରେ ପହଞ୍ଚିଛନ୍ତି । ତେବେ ଇମ୍ରାନଙ୍କ ଏଭଳି ଆଚରଣରୁ ସ୍ପଷ୍ଟ ବାରି ହେଉଛି ଯେ, ଆମେରିକା ସହ ପାକିସ୍ତାନର ସମ୍ପର୍କରେ ଅବନତି ଘଟିଛି ।
ପୁଟିନ୍ଙ୍କ ଯୁଦ୍ଧ ଘୋଷଣା ପରେ ୟୁକ୍ରେନ୍ର କିଭ୍ ଓ ଖାରକିଭ୍ରେ ରୁଷିଆର ମିଜାଇଲ ଆକ୍ରମଣ ହୋଇଥିବା ଦେଖାଯାଇଛି । ବିଭିନ୍ ସ୍ଥାନରେ ବୋମା ବର୍ଷା ହୋଇଥିବା ସ୍ଥିତି ସଙ୍କଟାପନ୍ନ ହୋଇଛି ।
ୟୁକ୍ରେନ ବିରୋଧରେ ରୁଷିଆ ଯୁଦ୍ଧ ଘୋଷଣା କରିବା ପରେ ଏହାର ପ୍ରଭାବ ସିଧାସଳଖ ଭାରତୀୟ ଶେୟାର ମାର୍କେଟ୍ ଉପରେ ପଡ଼ିଛି। ଆଜି କାରବାର ଆରମ୍ଭରୁ ହିଁ ଭାରତୀୟ ବଜାର ଉପରେ ଯୁଦ୍ଧର ସିଧା ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଥିଲା।
ଖାରକିଭ୍ରେ ବିସ୍ଫୋରଣ ଯୋଗୁ କେମିତି ଅନ୍ଧାର ରାତିରେ ସବୁଆଡ଼ ଆଲୋକିତ ହେଉଛି ଓ ଧୂଆଁ ବାହାରୁଛି, ତାହା ଦେଖିବାକୁ ମିଳିଛି। ଏହାବାଦ ଡୋନେସ୍କର ମରିଉପୋଲରେ ମଧ୍ୟ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ଏହାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି ।
ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ମିଟ୍ରୋ କୁଲେବା ଜାତିସଂଘ ସାଧାରଣ ପରିଷଦରେ ତାଙ୍କ ବ୍ୟକ୍ତବ୍ୟ ରଖି କହିଛନ୍ତି ଯେ, ବିଶ୍ୱ ସମୁଦାୟ ଅତୀତର ଭୁଲକୁ ଆଉ ଥରେ ପୁନରାବୃତ୍ତି ନକରିବା ଉଚିତ୍ ।
ସାଟେଲାଇଟ୍ ଇମେଜ୍ରେ ୟୁକ୍ରେନ୍ ସୀମାରେ ଋଷୀୟ ସେନା ରହିଥିବାର ଦେଖିବାକୁ ମିଳିଛି । ଆଉ ମାତ୍ର ୨୦ କିଲୋମିଟର ଅସ୍ତ୍ରଶସ୍ତ୍ର, ଟ୍ୟାଙ୍କ୍ ଓ ଯୁଦ୍ଧ ବିମାନ ସହ ଆଗକୁ ବଢୁଛି ସେନା ।
ୟୁକ୍ରେନ୍ ଉପରେ ଋଷିଆ ନେବ ପଦକ୍ଷେପ। ଏହାପରେ ଆମେରିକାର କୂଟନୈତିକ ଚାପ । ବାଇଡେନ୍ କହିଛନ୍ତି ଋଷ୍ ନ ସୁଧୁରିଲେ କଡା ପଦକ୍ଷେପ ନେବ ଆମେରିକା। ଯଦି ଯୁଦ୍ଧ ହୁଏ ତେବେ ଭାରତ ଉପରେ କେତେ ପ୍ରଭାବ ପଡିବ ଦେଖନ୍ତୁ।
ଘନଉଛି ୟୁକ୍ରେନ୍ ସଂକଟ । ୟୁକ୍ରେନ ସୀମାରୁ ମାତ୍ର ୨୦ କିଲୋମିଟର ଦୂରରେ ରୁଷିଆର ସେନା ଅସ୍ତ୍ରଶସ୍ତ୍ର, ଟ୍ୟାଙ୍କ, ଯୁଦ୍ଧ ବିମାନ ସହିତ ବେଲାରୁଷ ଓ ପଶ୍ଚିମ ରୁଷିଆ ସୀମାରେ ରହିଛନ୍ତି । ୩୦ ଦିନ ପାଇଁ ୟୁକ୍ରେନରେ ଲାଗୁ ହେବ ଜରୁରୀକାଳୀନ ପରିସ୍ଥିତି, ଆବଶ୍ୟକ ହେଲେ ଆଉ ୩୦ ଦିନ ପାଇଁ ଏହା ବୃଦ୍ଧି ହୋଇପାରେ ।
ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ଯେମିତି ହିନସ୍ତା ହୋଇଥିଲେ ବିଶ୍ୱବାସୀ, ସେମିତି ହିନସ୍ତା ଭୋଗିବାକୁ ଯାଉଛି ଦୁନିଆ। କାରଣ ଋଷ-ୟୁକ୍ରେନ୍ ମଧ୍ୟରେ ହେବାକୁ ଯାଉଛି ମହାଯୁଦ୍ଧ। ଯାହାର ପ୍ରଭାବ ହୋଇପାରେ ଭୟଙ୍କର ।
ରୁଷ ପୂର୍ବାପେକ୍ଷା ସୀମାରେ ଆହୁରି ଅଧିକ ଯୁଦ୍ଧାସ୍ତ୍ର, ଯବାନ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ମହଜୁଦ କରିବା ଆରମ୍ଭ କରିଛି ।
ୟୁକ୍ରେନ ପ୍ରସଙ୍ଗକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଉଦବେଗ ପ୍ରକାଶ କରିଛି ଭାରତ। ଆମେରିକା, ୟୁରୋପୀୟ ସଂଘ ଏବଂ ଋଷିଆ ମୁହାଁମୁହିଁ ଛିଡ଼ା ହେବା ଆଦୌ ଶୁଭ ସୂଚନା ନୁହେଁ ବୋଲି ଭାରତ କହିଛି।
ରଷିଆ ସହ ସମସ୍ତ ବ୍ୟବସାୟିକ ସମ୍ପର୍କ, ଆର୍ଥିକ ସହାୟତା ଉପରେ ଆମେରିକା କଟକଣା ଲଗାଇଛି। ଖାଲି ଏତିକି ନୁହେଁ ପଶ୍ଚିମ ଦେଶରୁ ମିଳୁଥିବା ଆର୍ଥିକ କଟକଣା ସହ ପ୍ରତିରକ୍ଷା କ୍ଷେତ୍ରରେ ବି ପ୍ରତିବନ୍ଧକ ଲାଗିବ।
ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ଯେମିତି ହିନସ୍ତା ହୋଇଥିଲେ ବିଶ୍ୱବାସୀ, ସେମିତି ହିନସ୍ତା ଭୋଗିବାକୁ ଯାଉଛି ଦୁନିଆ। କାରଣ ଋଷ-ୟୁକ୍ରେନ୍ ମଧ୍ୟରେ ହୋଇପାରେ ମହାଯୁଦ୍ଧ।
ୟୁକ୍ରେନ୍ ସଙ୍କଟ ମଧ୍ୟରେ ଆମେରିକା, ବ୍ରିଟେନ, ୟୁରୋପୀୟ ରାଷ୍ଟ୍ର, ସଂଘ, ଜର୍ମାନୀ ଓ କାନାଡା ଭଳି ଦେଶ ଏକାଠି ହୋଇଛନ୍ତି।
ରଷିଆ ସହ ସମସ୍ତ ବ୍ୟବସାୟିକ ସମ୍ପର୍କ, ଆର୍ଥିକ ସହାୟତା ଉପରେ ଆମେରିକା କଟକଣା ଲଗାଇଛି। ଖାଲି ଏତିକି ନୁହେଁ ପଶ୍ଚିମ ଦେଶରୁ ମିଳୁଥିବା ଆର୍ଥିକ କଟକଣା ସହ ପ୍ରତିରକ୍ଷା କ୍ଷେତ୍ରରେ ବି ପ୍ରତିବନ୍ଧକ ଲାଗିବ।
ବଢିବାରେ ଲାଗିଛି ୟୁକ୍ରେନ୍ ବିବାଦ। ଆମେରିକା ଓ ଏହାର ସହଯୋଗୀଙ୍କୁ ଚେକ୍ମେଟ୍ ଦେବା ଲାଗି ଋଷ୍ ରାଷ୍ଟ୍ରପତିଙ୍କ ନୂଆ ଷ୍ଟ୍ରାଟେଜି ୟୁକ୍ରେନର ଦୁଇ ବିଦ୍ରୋହୀ ପ୍ରଦେଶକୁ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେଇଛି। ପୁତିନ ଏଥିସହିତ ଏହି ଅଞ୍ଚଳକୁ ସେନା ପଠାଇଛନ୍ତି।
ୟୁକ୍ରେନର ଦୁଇ ବିଦ୍ରୋହୀ ପ୍ରଦେଶକୁ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେଇଛନ୍ତି ପୁତିନ । ୟୁକ୍ରେନର ଦୁଇ ବିବାଦୀୟ ଅଞ୍ଚଳକୁ ରୁଷିଆ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେବା ପରେ ଆମେରିକା ଦେଇଛି ଚେତାବନୀ ।
ଆମେରିକା ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକରେ ଆମେରିକା କହିଛି, ଶାନ୍ତି ବାହିନୀ ନାଁରେ ରୁଷ ୟୁକ୍ରେନରେ ଯେଉଁ ସେନା ମୁତୟନ କରିଛି, ତାହା ଯୁକ୍ତିଯୁକ୍ତ ନୁହେଁ ।
ତିନି ଆଡ଼ୁ ଋଷ ୟୁକ୍ରେନ୍କୁ ଘେରିରହିଥିବା ବେଳେ ସୁରକ୍ଷା ପରିଷଦ ବୈଠକର ଅଧ୍ୟକ୍ଷତା କରିଥିଲେ ୟୁକ୍ରେନ୍ ରାଷ୍ଟ୍ରପତି । ଭୋଲୋଡିମିର ଜେଲେନସ୍କି ଦେଶକୁ ସମ୍ବୋଧିତ କରିବା ସମୟରେ କହିଛନ୍ତି, ୟୁକ୍ରେନ କାହାକୁ ଭୟ କରେ ନାହିଁ
ଯୁଦ୍ଧ ଆଶଙ୍କା ଭିତରେ ଜାତିସଂଘକୁ ଏଭଳି ସତର୍କ କରାଇଦେଇଛି ଆମେରିକା । ଜାତିସଂଘ ମାନବାଧିକାର ହାଇକମିଶନର୍ ମାଇକେଲ୍ ବେଚଲେଟଙ୍କୁ ଏନେଇ ହ୍ୱାଇଟ୍ ହାଉସ ପକ୍ଷରୁ ଚିଠି କରାଯାଇଛି । ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ନେଇ ଆମେରିକା ପାଖରେ ବିଶ୍ୱାସଯୋଗ୍ୟ ତଥ୍ୟ ଓ ପ୍ରମାଣ ରହିଛି ।
ଯଦି ୟୁକ୍ରେନ୍ ନାଟୋରେ ସାମିଲ ହେଉଛି ତେବେ ଏହା ରଷିଆର ସୁରକ୍ଷା ଦିଗରେ ବିପଦ ସୃଷ୍ଟି କରିବ।