Advertisment

ୟୁକ୍ରେନରେ ଋଷିଆର ଘନଘନ ଆକ୍ରମଣ: ମିଜାଇଲ ମାଡ଼ରେ ଭୁଶୁଡ଼ିଲା ପୋଲିସ୍‌ ବିଲ୍ଡିଂ

ୟୁକ୍ରେନ ଉପରେ ଆକ୍ରମଣ ଜୋରଦାର କରିଛି ଋଷିଆ। ଆଜି ସକାଳୁ ୟୁକ୍ରେନର ଅନ୍ୟତମ ବୃହତ୍ତମ ଓ ଗୁରୁତ୍ୱପୂର୍ଣ୍ଣ ସହର ଖାରକିଭ୍‌ରେ ବୋମା ବର୍ଷଣ କରିଛି ଋଷିଆ।

author-image
Rajalaxmi Sahoo
 Police Dept Building Attacked In Ukraine

Police Dept Building Attacked In Ukraine

ୟୁକ୍ରେନ ଉପରେ ଆକ୍ରମଣ ଜୋରଦାର କରିଛି ଋଷିଆ। ଆଜି ସକାଳୁ ୟୁକ୍ରେନର ଅନ୍ୟତମ ବୃହତ୍ତମ ଓ ଗୁରୁତ୍ୱପୂର୍ଣ୍ଣ ସହର ଖାରକିଭ୍‌ରେ ବୋମା ବର୍ଷଣ କରିଛି ଋଷିଆ। ବିଲ୍ଡିଂ ଗୁଡ଼ିକୁ ଟାର୍ଗେଟ୍‌ କରି ଏହି ବୋମା ବର୍ଷଣ କରାଯାଇଛି। ଯେଉଁଠି ଲୋକମାନେ ରହୁଥିଲେ। ଏହାସହ ହସ୍ପିଟାଲ, ପ୍ରାଶାସନିକ ଦପ୍ତର କୋଠା ଓ ପୋଲିସ୍‌ ବିଲ୍ଡିଂ ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ଖାରକିଭ୍‌ରେ ଥିବା ଆଞ୍ଚଳିକ ପୋଲିସ୍‌ ବିଭାଗର ଏକ ବିଲ୍ଡିଂ ଉପରେ ଆଜି ଆକ୍ରମଣ ହୋଇଛି। ମିଜାଇଲ ମାଡ଼ରେ ପୋଲିସ୍‌ ବିଲ୍ଡିଂ ପୁରା ଭୁଶୁଡ଼ି ଯାଇଥିବା ଦେଖିବାକୁ ମିଳିଛି।

Advertisment

ମିଶାଇଲ୍, ବୋମା ଓ ମୋର୍ଟାର ମାଡ଼ରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଛି ପୋଲିସ୍‌ ବିଲ୍ଡିଂ ଓ ହସ୍ପିଟାଲ। ଗତକାଲି ୟୁକ୍ରେନରେ ଥିବା ସରକାରୀ କାର୍ଯ୍ୟାଳୟକୁ ଧ୍ୱଂସ କରିଥିଲା ଋଷିଆ। ସକାଳେ କିଭ୍ ସହରରେ ଥିବା ୟୁକ୍ରେନର ଏକ ପ୍ରମୁଖ ଟିଭି ଚ୍ୟାନେଲର ଟାଓ୍ୱାରକୁ ଉଡ଼ାଇ ଦେଇଥିଲା ଋଷିଆ।

ଆଜିର ଆକ୍ରମଣରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧୨ ଜଣ ଆହତ ହୋଇଛନ୍ତି। ତେବେ ୬ ଦିନର ଯୁଦ୍ଧରେ ୬ ହଜାର ରୁଷ୍‌ ସୈନ୍ୟ ପ୍ରାଣ ହରାଇଛନ୍ତି ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି। ସେପଟେ ଋଷିଆ ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନର ଖେରସନ ସହରକୁ ରୁଷ୍‌ ସୈନ୍ୟମାନେ କବ୍‌ଜା କରିଛନ୍ତି। ଟେଲିଭିଜନ ବାର୍ତ୍ତାରେ ରୁଷ୍ ପ୍ରତିରକ୍ଷା ମନ୍ତ୍ରୀ ଏନେଇ ସ୍ପଷ୍ଟ କରିଛନ୍ତି।

Advertisment

ୟୁକ୍ରେନର ଦକ୍ଷିଣରେ ଥିବା ବାଣିଜ୍ୟିକ ସହରର ରିଜିଓନାଲ୍ ହେଡକ୍ୱାର୍ଟର୍ସକୁ ମଧ୍ୟ ରୁଷ୍‌ ସେନା କବ୍‌ଜା କରିଛି ବୋଲି ରୁଷ୍ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ, ଜୀବନ ରକ୍ଷା ପାଇଁ ସପ୍ତାହକ ଭିତରେ ପ୍ରାୟ ୭ ଲକ୍ଷ ୟୁକ୍ରେନବାସୀ ଦେଶ ଛାଡ଼ି ଅନ୍ୟ ଦେଶକୁ ପଳାଇଲେଣି। ଟ୍ୱିଟର ମଧ୍ୟ ଋଷିଆ ରୋଧରେ ପଦକ୍ଷେପ ନେଇଛି। ଋଷିଆର ୨ ଗଣମାଧ୍ୟମ ସଂସ୍ଥା RT ଓ ସ୍ପୁଟନିକର ପ୍ରତ୍ୟେକ ପୋଷ୍ଟକୁ ଯାଞ୍ଚ କରାଯିବା ସହ ନିୟନ୍ତ୍ରଣ କରିବାକୁ ଟ୍ୱିଟର ନିଷ୍ପତ୍ତି ନେଇଛି। ଋଷିଆ ଉପରେ ୟୁରୋପୀୟ ସଂଘ ପ୍ରତିବନ୍ଧକ ଲଗାଇଥିବାରୁ ତାହାକୁ ମାନି ଟ୍ୱିଟର ଏଭଳି ନିଷ୍ପତ୍ତି ନେଇଥିବା ଟ୍ୱିଟର କହିଛି। 

Russia Ukraine Crisis Ukraine Crisis Ukraine Russia War Russian Ukrainian War
Advertisment
Advertisment