Advertisment

ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ତୀବ୍ର, ବଢ଼ୁଛି ପ୍ରବାସୀ ଭାରତୀୟଙ୍କ ଦୁର୍ଦ୍ଦଶା

କିଭ୍ ଓ ଖାରକିଭ୍‌ରେ ୟୁକ୍ରେନ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗିବା ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରବାସୀ ଭାରତୀୟମାନେ ଏବେ ପଡ଼ୋଶୀ ଦେଶ ରୋମାନିଆ, ହଙ୍ଗେରୀ ଓ ପୋଲାଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି।

author-image
Rajalaxmi Sahoo
Indians Stuck In Ukraine

Indians Stuck In Ukraine

ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ବଢ଼ିଛି ୟୁକ୍ରେନରେ ରହୁଥିବା ଭାରତୀୟଙ୍କ ଦୁର୍ଦ୍ଦଶା। ପ୍ରମୁଖ ସହର କିଭ୍ ଓ ଖାରକିଭ୍‌ରେ ୟୁକ୍ରେନ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗିବା ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରବାସୀ ଭାରତୀୟମାନେ ଏବେ ପଡ଼ୋଶୀ ଦେଶ ରୋମାନିଆ, ହଙ୍ଗେରୀ ଓ ପୋଲାଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି।

Advertisment

ଯେଉଁମାନେ ପଶ୍ଚିମ ୟୁକ୍ରେନରେ ଥିଲେ ସେମାନେ ସହଜରେ ପଡ଼ୋଶୀ ଦେଶରେ ପହଞ୍ଚି ପାରୁଛନ୍ତି। ହେଲେ ଯେଉଁମାନେ କିଭ୍, ଖାରକିଭ୍ ଓ ସୁମି ଭଳି ସହରରେ ରହିଛନ୍ତି ସେମାନେ ୧୨୦୦ରୁ ୧୬୦୦ କିଲୋମିଟର ଦୂର ବୁକାରେଷ୍ଟ, ବୁଦାପେଷ୍ଟ ଯିବାକୁ ପଡୁଛି। ସପ୍ତାହେ ହେଲା ଆକ୍ରମଣ ଜାରି ରହିଥିବାରୁ ୟୁକ୍ରେନରେ ରହୁଥିବା ଭାରତୀୟମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାସହ ଘୋର ଖାଦ୍ୟ ସଙ୍କଟର ସାମ୍ନା କରୁଥିବା ସୂଚନା ମିଳିଛି।

ଏପ୍ରିଲ ୨୫ ସୁଦ୍ଧା ଫେରିବାକୁ ଯୋଜନା କରିଥିବା ଭାରତୀୟମାନେ ଫ୍ଲାଇଟ୍‌ ଟିକେଟ୍‌ କରିବା ସହ ନିଜ ପାଖରେ ରଖିଥିବା ଗଚ୍ଛିତ ଖାଦ୍ୟ ସାରି ଦେଇଥିଲେ।ହେଲେ ହଠାତ୍‌ ୨୪ ତାରିଖ ରାତିରେ ବିମାନ ବାତିଲ ହୋଇଯିବାରୁ ବିନା ଖାଦ୍ୟରେ ଏୟାରପୋର୍ଟରେ ଅଟକି ରହିଛନ୍ତି ଶତାଧିକ ଭାରତୀୟ। ଯେଉଁ ପ୍ରବାସୀ ଭାରତୀୟମାନେ ରୋମାନିଆ ଓ ହଙ୍ଗେରୀରେ ପହଞ୍ଚିଛନ୍ତି ସେମାନେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହଜାର ହଜାର ଭାରତୀୟ ଆସି ବୁକାରେଷ୍ଟ ଓ ବୁଦାପେଷ୍ଟରେ ବିମାନକୁ ଅପେକ୍ଷା କରିଛନ୍ତି। ଦୀର୍ଘ ସମୟ ଧରି ବିମାନ ବନ୍ଦରରେ ଅପେକ୍ଷା କରିଥିବା ଭାରତୀୟ ଖାଦ୍ୟ ପାଇଁ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।

Advertisment

ଖାଲି ଏତିକି ନୁହେଁ, ୟୁକ୍ରେନରୁ ରୋମାନିଆ ସୀମାରେ ପ୍ରବେଶ କରିବା ଲାଗି ବି ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଭାରତୀୟ। ପାସପୋର୍ଟ ଯାଞ୍ଚ, କାଗଜପତ୍ର ଭେରିଫିକେସନ ପାଇଁ ସମୟ ଲାଗୁଛି। ପୋଲାଣ୍ଡ ସୀମାରେ ପହଞ୍ଚିବା ଲାଗି ମାଇନସ୍ ଟେମ୍ପରେଚରରେ ୩୦ରୁ ୩୫ କିଲୋମିଟର ଚାଲିବାକୁ ପଡ଼ୁଥିବା ଭାରତୀୟମାନେ କହିଛନ୍ତି।

ଅନ୍ୟପକ୍ଷେ, ରୋମାନିଆକୁ ଭାରତ ପଠାଇଲା ସହାୟତା। ୟୁକ୍ରେନରୁ ଆସି ରୋମାନିଆରେ ଅଟକି ରହିଥିବା ଭାରତୀୟଙ୍କ ପାଇଁ ଭାରତର ସହାୟତା ପଠାଇଛି। ଭାରତୀୟ ବାୟୁସେନାର C-17 ପରିବହନ ବିମାନ ଖାଦ୍ୟ ସାମଗ୍ରୀ ଏବଂ ଜରୁରୀ ସାମଗ୍ରୀ ପଠାଇଛି ଭାରତ। ରୋମାନିଆର ବୁକାରେଷ୍ଟରେ ଅଟକି ରହିଛନ୍ତି ଭାରତୀୟ ଛାତ୍ରଛାତ୍ରୀ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ଛାତ୍ରଛାତ୍ରୀ ନିବେଦନ କରିଛନ୍ତି।

Russia Ukraine Crisis Ukraine Crisis Ukraine Russia War Russian Ukrainian War
Advertisment
Advertisment