Advertisment

ଋଷ୍‌ର ଏହି ୫ଟି ବିପଦପୂର୍ଣ୍ଣ ଅସ୍ତ୍ରକୁ ଆମେରିକାର ବି ପ୍ରାଣଭୟ

ଆମେରିକା ଋଷ୍ ଉପରେ ଅନେକ ପ୍ରତିବନ୍ଧ ଲଗେଇବା ନେଇ ଘୋଷଣା କରିଥିଲେ ବି ୟୁକ୍ରେନ୍‌କୁ ନିଜ ସେନା ପଠେଇବାକୁ ମନା କରିଦେଇଛି। ୩୦ ଦେଶ ବିଶିଷ୍ଟ ନାଟୋ ମଧ୍ୟ ଋଷ୍‌କୁ ସିଧା ସିଳଖ ଆକ୍ରମଣର ଧମକ ଦେଇପାରୁନି। ତେବେ ଋଷ୍ ପାଖରେ ଏମିତି କି ଶକ୍ତି ଅଛି ଯେ ଯାହାକୁ ଏମାନେ ଡରୁଛନ୍ତି। ଆସନ୍ତୁ ଜାଣିବା…

author-image
Pramod Behera
5 most dangerous weapons of Russia, America also fears

5 most dangerous weapons of Russia, America also fears

ନୂଆଦିଲ୍ଲୀ: ଋଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ବିପଜ୍ଜନକ ମୋଡ ନେଇଛି। ଋଷ୍‌ର ଆକ୍ରମଣ ୟୁକ୍ରେନ୍‌କୁ ଭାରି ପଡିଛି। ତେବେ ୟୁକ୍ରେନ୍‌କୁ ସହଯୋଗ କରୁଥିବା ପଶ୍ଚିମୀ ଦେଶ ସମୂହ ଋଷ୍‌କୁ ବିରୋଧ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଋଷ୍ ଉପରେ ଅନେକ ପ୍ରତିବନ୍ଧ ଲଗେଇବା ନେଇ ଘୋଷଣା କରିଛନ୍ତି ସତ କିନ୍ତୁ ସେ କହିଛନ୍ତି ଯେ ୟୁକ୍ରେନ୍‌କୁ ନିଜ ସେନାକୁ ପଠେଇବେ ନାହିଁ। ୩୦ ଦେଶ ବିଶିଷ୍ଟ ନାଟୋ ମଧ୍ୟ ଋଷ୍‌କୁ ସିଧା ସଳଖ ଆକ୍ରମଣର ଧମକ ଦେଇପାରୁନି।

Advertisment

ଋଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଚେତାବନୀ ଦେଇଛନ୍ତି ଯେ ଯଦି କୌଣସି ଦେଶ ହସ୍ତକ୍ଷେପ କରିବାକୁ ଚେଷ୍ଟା କରନ୍ତି ଏବଂ ଆମ ଦେଶ ପାଇଁ ବିପଦ ସୃଷ୍ଟି କରନ୍ତି, ତେବେ ଋଷ୍‌ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏପରି ପରିଣାମ ଦେଖିବାକୁ ମିଳିବ ଯେ ଯାହା ଇତିହାସରେ ପୂର୍ବରୁ ଅନୁଭୂତ ହୋଇ ନାହିଁ। ଋଷ୍‌ ପାଖରେ ଏପରି କେତେକ ବିନାଶକାରୀ ଅସ୍ତ୍ର ଅଛି ଯାହା ନାଟୋ ଏବଂ ଆମେରିକା ମଧ୍ୟ ଭୟ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ଋଷ୍‌ର ପାଞ୍ଚଟି ବିପଜ୍ଜନକ ଅସ୍ତ୍ର ବିଷୟରେ।

ୟୁକ୍ରେନ୍‌ରେ ହଇଚଇ ସୃଷ୍ଟି କରିଥିବା ଋଷ୍‌ ବିରୁଦ୍ଧରେ ଯିବାକୁ ଆମେରିକା ଏବଂ ନାଟୋ ସାହସ ବାନ୍ଧିବାରେ ଅସମର୍ଥ। ଏହାର ସବୁଠାରୁ ବଡ କାରଣ ହେଉଛି ଋଷ୍‌ର ବିପଜ୍ଜନକ ଅସ୍ତ୍ର। ଏହି ଅସ୍ତ୍ରଶସ୍ତ୍ର ଏତେ ମାରାତ୍ମକ ଯେ ଏହାର ବ୍ୟବହାର କରି ଋଷ୍‌ ଏହାର କୌଣସି ବି ଶତ୍ରୁକୁ ବିନାଶ କରିପାରିବ। ଏହି ଅସ୍ତ୍ରଶସ୍ତ୍ରଗୁଡିକ ବିଷୟରେ ଜାଣି ଶତ୍ରୁ ପକ୍ଷ ଭୟଭୀତ ଅବସ୍ଥାରେ ଅଛନ୍ତି।

Advertisment

ଏପରିକି ଋଷ୍ ପାଖରେ ବିଶ୍ୱର ସବୁଠାରୁ ବଡ ପରମାଣୁ ବୋମା ଅଛି। ୧୯୬୧ରେ ସୋଭିଏତ୍ ୟୁନିଅନ୍ ସୁପର ବିନାଶକାରୀ ହାଇଡ୍ରୋଜେନ୍ ବୋମା ପରୀକ୍ଷା କରିଥିଲା। ଜାପାନର ହିରୋସୀମା ଉପରେ ଆମେରିକା ଯେଉଁ ପରମାଣୁ ବୋମା ପକାଇଥିଲା ତା’ଠାରୁ ଏହି ହାଇଡ୍ରୋଜେନ୍ ବୋମା ୩୩୩୩ ଗୁଣ ଅଧିକ ଶକ୍ତିଶାଳୀ ଥିଲା।

ଋଷ୍‌ର ସବୁଠାରୁ ବିପଦପୂର୍ଣ୍ଣ ଅସ୍ତ୍ର:

୧- ଜାର୍ ବୋମା ହେଉଛି ଦୁନିଆର ସବୁଠୁ ବଡ ପରମାଣୁ ବୋମା। ବିସ୍ଫୋରଣ ହେବା ମାତ୍ରେ ଲକ୍ଷ ଲକ୍ଷ ଲୋକ ମରିପାରନ୍ତି। ଏହା ବ୍ୟତୀତ ଲୋକମାନେ ଚର୍ମ ଏବଂ ଶ୍ୱାସ ରୋଗର ଶିକାର ମଧ୍ୟ ହେବେ।

୨- Russia's ଋଷ୍‌ର କିଞ୍ଜଲ୍ ହାଇପର୍‌ସୋନିକ୍ କ୍ଷେପଣାସ୍ତ୍ର ଅତ୍ୟନ୍ତ ବିପଜ୍ଜନକ ଅଟେ। ଏହି ହାଇପର୍‌ସୋନିକ୍ ଆଣବିକ କ୍ଷେପଣାସ୍ତ୍ର ଋଷ୍‌ର ମିଗ୍ ୩୧ ଯୁଦ୍ଧ ବିମାନରେ ସ୍ଥାପିତ ହୋଇଛି।

୩- ଋଷ୍‌ ପାଖରେ 2S7 Pion ତୋପ ଅଛି, ଏହା ସ୍ୱଳ୍ପ ଦୂରଗାମୀ ପରମାଣୁ ଆକ୍ରମଣ କରିପାରିବ। ଏହି ତୋପ ମାଧ୍ୟମରେ ୨୦୩ ଏମ୍‌ଏମ୍‌ର ପରମାଣୁ ବୋମାର ଆକ୍ରମଣ କରାଯାଇପାରେ।

୪- ଋଷ୍‌ ପାଖରେ ବେଲ୍‌ଗୋରୋଡ୍ ପରମାଣୁ ସବ୍‌ମରିନ୍‌ ଅଛି ଯାହାକୁ ବିଶ୍ୱର ସର୍ବବୃହତ ସବ୍‌ମରିନ୍‌ କୁହାଯାଏ। ପୋସାଇଡନ୍ ଟାର୍‌ପିଡୋରେ ସଜ୍ଜିତ ଏହି ସବ୍‌ମରିନ୍‌ ରେଡିଓଆକ୍ଟିଭ୍ ସୁନାମି ସୃଷ୍ଟି କରିପାରିବ।

୫- ଏଗୁଡିକ ବ୍ୟତୀତ, ଋଷ୍‌ରେ ଟି -୧୪ ଅର୍ମାଟା ଟ୍ୟାଙ୍କ୍‌ ଅଛି ଯାହା ଅତ୍ୟନ୍ତ ବିପଜ୍ଜନକ। ଏହା ରିମୋଟ୍ କଣ୍ଟ୍ରୋଲ୍ ଦ୍ୱାରା ପରିଚାଳିତ। ଏହି ଟ୍ୟାଙ୍କ୍‌ କ୍ରୁ ସଦସ୍ୟଙ୍କ ବିନା ସଠିକ୍ ଭାବରେ ଏହାର ଲକ୍ଷ୍ୟକୁ ପୂରଣ କରିପାରେ। ଏହା ଏକ ମିନିଟ୍‌ରେ ୧୦ରୁ ୧୨ ରାଉଣ୍ଡ ଗୁଳି ଚାଳନା କରିପାରେ।

Ukraine Russia War
Advertisment
Advertisment