Advertisment

କେଉଁ ଦେଶ ପାଖରେ ରହିଛି କେତୋଟି ପୃଥିବୀ ଧ୍ୱଂସକାରୀ ପରମାଣୁ ବୋମା?

ଧ୍ୱଂସ ହୋଇଯିବ କି ବିଶ୍ୱ? ବିଶ୍ୱର ମାତ୍ର ଏତିକି ଦେଶ ପାଖରେ ରହିଛି ଭୟଙ୍କର ପରମାଣୁ ବୋମା...ମାତ୍ର ଏତିକି ପକାଇ ଦେଲେ କ୍ଷଣକ ମଧ୍ୟରେ ଧ୍ୱଂସ ହେବ ପୃଥିବୀ... ଜାଣନ୍ତୁ, କାହା ପାଖରେ କେତୋଟି ଅଛି ପରମାଣୁ ବୋମା?

author-image
Otv Khabar Bureau
Will Ukraine-Russia War Witness Nuclear Attack

Will Ukraine-Russia War Witness Nuclear Attack

ଋଷିଆ ମଧ୍ୟରେ ଚାଲିଥିବା ମହାଯୁଦ୍ଧକୁ ନେଇ ଚିନ୍ତାରେ ପୂରା ବିଶ୍ୱ। ଆଉ ଏହାରି ମଧ୍ୟରେ ପରମାଣୁ ବୋମା ପଡ଼ିବ ବୋଲି ଅନେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ୟୁକ୍ରେନ ଉପରେ ଋଷିଆ ଆକ୍ରମଣ କରିଥିହବାରୁ ନାଟୋ ଦେଶ ଏହାକୁ ନିନ୍ଦା କରିବା ସହ ଯୁଦ୍ଧରୁ ଓହରିଯିବାରୁ ବାରମ୍ବାର ଚେତାବନୀ ଦେଇଥିଲେ। କିନ୍ତୁ ଋଷିଆର ରାଷ୍ଟ୍ରପତି କାହାର କଥାକୁ ଖାତିର କରିନଥିଲେ। ଓଲଟି କହିଥିଲେ, ଏଇ ଯୁଦ୍ଧରେ ଯିଏ ମୁଣ୍ଡ ପୂରାଇବ ତାହାର ପରିସ୍ଥିତି ଭୟଙ୍କର ହେବ। ଆଉ ଏହାପରେ ଋଷିଆ ଉପରେ ପରମାଣୁ ବୋମାର ଆକ୍ରମଣ ହେବ ବୋଲି ଫ୍ରାନ୍ସ କହିଥିଲା। ଯାହାକୁ ନେଇ ବିଶ୍ୱରେ ପରମାଣୁ ଯୁଦ୍ଧ ହେବାର ଆଶଙ୍କା ଉପୁଜିଛି। ତେବେ ଆସନ୍ତୁ ଜାଣିବା ବିଶ୍ୱର କେଉଁ କେଉଁ ଦେଶ ପରମାଣୁ ବୋମାର ପାହାଡ଼ ଉପରେ ବସିଛନ୍ତି ଏବଂ ଏହାର ବ୍ୟବହାର କେମିତି ହୁଏ?

Advertisment

ପରମାଣୁ ବୋମା। ନା ଯେମିତି କାମ ବି ସେମିତି। କେଇ ସେକେଣ୍ଡେର ଧ୍ୱଂସର ତାଣ୍ଡବଳୀଲା ରଚିଥାଏ। କାରଣ ୭୫ ବର୍ଷ ପୂର୍ବେ ଆମେରିକା ଜାପାନ ଉପରେ ଯେଉଁ ପରମାଣୁ ବୋମା ପକାଇଥିଲା ତାହାର ଭୟାଭୟ ଏବେ ବି ଲୋକଙ୍କ ମନରୁ ଯାଇନି। ୧୯୪୫ ମସିହା ଅଗଷ୍ଟ ୬ ତାରିଖରେ ଜାପାନର ହିରୋସିମା ଆଉ ମାତ୍ର ୩ ଦିନ ପରେ ଅଗଷ୍ଟ ୯ ତାରିଖରେ ଆମେରିକା ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା । ଏହି ବୋମା ଏତେ ଭୟଙ୍କର ଥିଲା ଯେ, ଦେଢ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ଏହାସହ ଲକ୍ଷ ଲକ୍ଷ ଲୋକ ବିକଳାଙ୍ଗ ଓ ପଙ୍ଗୁ ହୋଇଯାଇଥିଲେ। ଆଉ ଆଜି ପର୍ଯ୍ୟନ୍ତ ସେଠାରେ ପିଲା ଜନ୍ମ ହେବାପରେ ଦିବ୍ୟାଙ୍ଗ ହେଉଛନ୍ତି। ହେଲେ ଆଜି ବି ଗୋଟିଏ ଦେଶ ଅନ୍ୟ ଦେଶକୁ ପରମାଣୁ ଆକ୍ରମଣର ଦେଉଛି ଧମକ।

ଆଜିର ଦିନରେ ମାତ୍ର ୯ଟି ଦେଶ ପାଖରେ ଏହି ଭୟଙ୍କର ପରମାଣୁ ବୋମା ରହିଛି। ମୋଟ୍ ୧୩ ହଜାର ୪ ଶହ ବୋମା ରହିଥିବା ନେଇ ଜଣାପଡ଼ିଛି। ସେଥିମଧ୍ୟରୁ ପାଖାପାଖି ୪ ହଜାର ବୋମାର ପରୀକ୍ଷା ହୋଇଛି। ଆବଶ୍ୟକ ପଡ଼ିଲେ ଶତ୍ରୁ ଉପରେ ସେମାନେ ପରମାଣୁ ବୋମା ପକାଇପାରନ୍ତି।

Advertisment

ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ୧୯୪୫ ରୁ ୨୦୨୧ ମଧ୍ୟରେ ପ୍ରାୟ ୧ ଲକ୍ଷ ୨୫ ହଜାର ବୋମା ପ୍ରସ୍ତୁତ କରାଯାଇଛି। କିନ୍ତୁ ତାହା ମଧ୍ୟରୁ ଅନେକ ନିଷ୍କ୍ରିୟ ହୋଇସାରିଛି। ହେଲେ ଯେତିକି ବି ପରମାଣୁ ବୋମା ରହିଛି ତାହା ଆଖି ପିଛୁଳାକେ ବିଶ୍ୱକୁ ଧ୍ୱଂସ କରିଦେବ। ଆମେରିକା ପ୍ରଥମ ଦେଶ ଭାବରେ ଏହି ବୋମାର ଆବିଷ୍କାର କରିଥିଲା। ଆଉ ତାହାର ଠିକ୍ ୪ ବର୍ଷ ପରେ ଋଷିଆ ପରମାଣୁ ବୋମା ହାତେଇଥିଲା।

ମାତ୍ର ୭୫ ବର୍ଷରେ ଆମେରିକା ପାଖାପାଖି ୬୭ ହଜାର ପରମାଣୁ ବୋମା ତିଆରି କରିଛି। ତେବେ ଜାପାନ ଉପରେ ଆମେରିକା ଯେଉଁ ପରମାଣୁ ବୋମା ପକାଇଥିଲା ତାହା ୟୁରାନିୟମ ଭିତ୍ତିକ ଥିବା ବେଳେ ନାଁ ଥିଲା ଲିଟିର ବୟ। ଆଉ ଦ୍ୱିତୀୟ ନାଁ ଥିଲା ଫ୍ୟାଟମ୍ୟାନ୍।

ସୂଚନା ଅନୁସାରେ, ବର୍ତ୍ତମାନ ସମୟରେ ଆମେରିକା, ଋଷିଆ, ଭାରତ, ଫ୍ରାନ୍ସ, ଉତ୍ତରକୋରିଆ, ପାକିସ୍ତାନ, ଇଂଲଣ୍ଡ, ଚୀନ ଓ ଇସ୍ରାଏଲ ପାଖରେ ପରମାଣୁ ବୋମା ମହଜୁଦ ରହିଛି।

ଏହାସହ ବର୍ତ୍ତମାନ ଋଷିଆ ପାଖାପାଖି ୧୭ ଶହ ପରମାଣୁ ବୋମା ନିଜ ପାଖରେ ରହିଛି। ୧୯୭୪ ମସିହାରେ ଭାରତ ପ୍ରଥମେ ପରମାଣୁ ବୋମା ପରୀକ୍ଷା କରିଥିଲା କିନ୍ତୁ ଏଥିରେ ସଫଳ ହୋଇନଥିଲା। ହେଲେ ପରବର୍ତ୍ତୀ ସମୟରେ ୧୯୯୮ରେ ଭାରତ ପରମାଣୁ ବୋମାର ସଫଳ ପରୀକ୍ଷଣ କରିଥିଲା। ଆଉ ସେ ସମୟରେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ଅଟଳ ବିହାରୀ ବାଜପେୟୀ। ଭାରତ ପାଖରେ ମୋଟ୍ ୧୫୦ ଟି ପରମାଣୁ ବୋମା ଥିବାବେଳେ ପାକିସ୍ତାନ ପାଖରେ ୧୬୦ ଟି ରହିଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁଠି ଯେଉଁଠି ପରମାଣୁ ବୋମାର ପରୀକ୍ଷା ହୋଇଛି ସେଇଠି ସେଇଠି କ୍ୟାନସର ରୋଗ ଭୟଙ୍କର ଭାବରେ ବଢିଛି। ଗୋଟିଏ ଥର ପରୀକ୍ଷାରେ ସେହି ଅଂଚଳରେ ପ୍ରାୟ ୧୧ ହଜାର ଲୋକ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି। ହେଲେ ଆଜି ବି ଗୋଟିଏ ଦେଶ ଅନ୍ୟ ଦେଶକୁ ଦେଉଛି ପରମାଣୁ ବୋମାର ଧମକ। ଥରେ ଚିନ୍ତା କରନ୍ତୁ ଆଜିକା ଦିନରେ ଯଦି ଗୋଟିଏ ଦେଶ ଅନ୍ୟ ଦେଶ ଉପରେ ପରମାଣୁ ବୋମା ପକାଏ ତେବେ ସ୍ଥିତି କଣ ହେବ?

Special Story
Advertisment
Advertisment