Advertisment

ୟୁକ୍ରେନ ପରେ ସ୍ୱିଡ଼େନ୍‌,ଫିନଲ୍ୟାଣ୍ଡ ଉପରେ ଆକ୍ରମଣ ଆଶଙ୍କା, ନାଟୋ ଦେଶରେ ସାମିଲ ନହେବାକୁ ପୁଟିନ୍‌ଙ୍କ ଚେତାବନୀ

ୟୁକ୍ରେନ ଆକ୍ରମଣ ପରେ ଶାନ୍ତିରେ ବସିନାହାନ୍ତି ପୁଟିନ୍‌ । ଅନ୍ୟ ଦେଶ ଉପରେ ସାମରିକ ଆକ୍ରମଣ କରିବାକୁ କରୁଛନ୍ତି ପ୍ଲାନ। ଯାହାକୁ ନେଇ ଆମେରିକା ରାଷ୍ଟ୍ରପତି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ନିଜର ସୁରକ୍ଷା ଓ ଶକ୍ତି ପ୍ରଦର୍ଶନ ଲାଗି ଅନ୍ୟ ଦେଶ ଉପରେ ଆକ୍ରମଣ କରିବା ଆଦୌ ଠିକ୍‌ ନୁହେଁ ବୋଲି ବାଇଡେନ କହିଛନ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
ukrine

ukrine

ୟୁକ୍ରେନ ଆକ୍ରମଣରେ ପରେ ଫିନଲ୍ୟାଣ୍ଡ-ସ୍ୱିଡ଼େନ୍‌ ଉପରେ ଆକ୍ରମଣ କରିପାରେ ଋଷ୍ । ଉଭୟ ଦେଶ ନାଟୋରେ ସାମିଲ ହେଲେ, ୟୁକ୍ରେନ ଭଳି ଦଶା ଭୋଗିବାକୁ ପଡ଼ିବ ବୋଲି ଋଷ୍ ସରକାର ଚେତାବନୀ ଦେଇଛନ୍ତି । ତେବେ ଋଷର ଏହି ମନ୍ତବ୍ୟ ପରେ ପୁଣି ଚର୍ଚ୍ଚାରେ ପୁଟିନ୍‌ । ଗୋଟିଏ ପଟେ ୟୁକ୍ରେନ ଉପରେ ଆକ୍ରମଣ କରିଥିବାରୁ ପୂରା ବିଶ୍ୱ ଋଷକୁ ନିନ୍ଦା କରୁଛି। ଏମିତିକି ଋଷ ଉପରେ ଫ୍ରାନ୍ସ ପରମାଣୁ ଆକ୍ରମଣ କରିବ ବୋଲି ଧମକ ବି ଦେଇଛି । ଏହାସହ ଆମେରିକା ସମେତ ଅନେକ ନାଟୋ ରାଷ୍ଟ୍ର ଋଷିଆ ଉପରେ ପ୍ରତିବନ୍ଧକ ଲଗାଇବା ସହ ଗୁଗୁଲ ଋଷର ବିଭିନ୍ନ ସୋସିଆଲ ପ୍ଲାର୍ଟଫର୍ମ ଉପରେ ମନିଟାଇଜେସନ ବନ୍ଦ ରଖିଛି। ଆଉ ପୁଣି ଏବେ ଫିନଲ୍ୟାଣ୍ଡ-ସ୍ୱଡ଼େନ ଉପରେ ଆକ୍ରମଣ କରିବାକୁ ଋଷିଆ ଧମକ ଦେଇଛି ।

Advertisment

ୟୁକ୍ରେନ ଆକ୍ରମଣ ପରେ ଶାନ୍ତିରେ ବସିନାହାନ୍ତି ପୁଟିନ୍‌ । ଅନ୍ୟ ଦେଶ ଉପରେ ସାମରିକ ଆକ୍ରମଣ କରିବାକୁ କରୁଛନ୍ତି ପ୍ଲାନ। ଯାହାକୁ ନେଇ ଆମେରିକା ରାଷ୍ଟ୍ରପତି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ନିଜର ସୁରକ୍ଷା ଓ ଶକ୍ତି ପ୍ରଦର୍ଶନ ଲାଗି ଅନ୍ୟ ଦେଶ ଉପରେ ଆକ୍ରମଣ କରିବା ଆଦୌ ଠିକ୍‌ ନୁହେଁ ବୋଲି ବାଇଡେନ କହିଛନ୍ତି । ଋଷ ଯେମିତି ଭାବରେ ଏକଛତ୍ରବାଦୀ ଶାସନ କରିବାକୁ ଚାହୁଁଛି ତାହାକୁ ଗ୍ରହଣ କରାଯିବ ନାହିଁ ଏବଂ ନାଟୋ ପକ୍ଷରୁ ଋଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହ୍ୱାଇଟ୍‌ ହାଉସ କହିଛି।

ସେପଟେ ଏକଥା ଜଣାପଡ଼ିବା ପରେ ବ୍ରିଟେନ ସହ ଅନେକ ରାଷ୍ଟ୍ରର ମୁଖ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେମାନେ କହିଛନ୍ତି, ୟୁକ୍ରେନ, ସ୍ୱିଡ଼େନ କିମ୍ବା ଫିନଲ୍ୟାଣ୍ଡ ନାଟୋରେ ସାମିଲ ହେଲେ ଏହି ସବୁ ଦେଶରେ ନାଟୋ ନିଜର ସୈନ୍ୟ ଓ ସାମରିକ ଶକ୍ତି ବୃଦ୍ଧି କରିବ। ଯାହାଦ୍ୱାରା ଋଷ ପ୍ରତି ବଡ଼ ବିପଦ ଥିବା ପୁଟିନ୍‌ ଜାଣିସାରିଛନ୍ତି। ତେଣୁ କୌଣସି ପରିସ୍ଥିତିରେ ନାଟୋରେ ସାମିଲ ଥିବା ଦେଶଙ୍କ ସଂଖ୍ୟା ବୃଦ୍ଧି ହେବାକୁ ରାଜି ହେଉନାହାନ୍ତି ପୁଟିନ୍‌ । କିନ୍ତୁ ବିଶ୍ୱର ଅନେକ ରାଷ୍ଟ୍ର ଏବେ ଋଷ ବିରୋଧରେ ରହିଛନ୍ତି। ତେଣୁ ପୁଟିନ୍‌ଙ୍କ ମନମାନି ଚଳିବ ନାହିଁ ଏବଂ ଆକ୍ରମଣର ଦୃଢ ଜବାବ ଋଷ ପାଇବ ବୋଲି କୁହାଯାଉଛି।

Advertisment
Russia Ukraine Crisis Ukraine Crisis Ukraine Russia War
Advertisment
Advertisment