Advertisment

ଫ୍ରାନ୍ସକୁ ଧମକ ଦେଲା ଋଷିଆ : ସିଧାସଳଖ ଯୁଦ୍ଧ କରିବାକୁ ଚେତାବନୀ

ମୋଟ୍‌ ଉପରେ ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଯେତିକି ତୀବ୍ର ହେଉଛନ୍ତି ବିଶ୍ୱ ରାଜନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ମଧ୍ୟ ସେହି ଅନୁସାରେ ବଢିବାରେ ଲାଗିଛି । ଆଉ ଏହାରି ମଧ୍ୟରେ ୟୁକ୍ରେନରେ ଦମନଲୀଳା କରୁଥିବା ରୁଷ ଏବେ ଫ୍ରାନ୍ସକୁ ପ୍ରକୃତ ଯୁଦ୍ଧ ବା ରିୟର ୱାରର ଧମକ ଦେଇଛି

author-image
Prangyan Parimita
ଅଦ୍ୟତନ ହୋଇଛି
Dmitry Medvedev

Dmitry Medvedev

ଫ୍ରାନ୍ସକୁ ଧମକ ଦେଲା ଋଷିଆ । ସିଧାସଳଖ ଯୁଦ୍ଧ କରିବାକୁ ଚେତାବନୀ । ଋଷିଆର ଏପରି ମନ୍ତବ୍ୟ ପରେ ଫ୍ରାନ୍ସ ଓ ଋଷିଆ ମଧ୍ୟରେ ଆହୁରି ବଢିଛି ତିକ୍ତତା । କାରଣ ତିନିଦିନ ତଳେ ଋଷିଆ ଉପରେ ପରମାଣୁ ବୋମା ପକାଇବ ବୋଲି ଫ୍ରାନ୍ସ କହିଥିଲା । ଆଉ ତାହାର ପ୍ରତି ଉତ୍ତରରେ ଏମିତି ଜବାବ ଦେଇଛି ଋଷିଆ । ଋଷର ପୂର୍ବତନ ରାଷ୍ଟ୍ରପତି ତଥା ବର୍ତ୍ତମାନ ରୁଷ ସୁରକ୍ଷା ପରିଷଦର ଉପ ମୁଖ୍ୟ ଦିମିତ୍ରି ମେଡଭେଡେଭ ଗତକାଲି ଟ୍ୱିଟ କରି ଫ୍ରାନ୍ସକୁ ଏମିତି ଧମକ ଦେଇଛନ୍ତି । ଯାହା ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

Advertisment

ମୋଟ୍‌ ଉପରେ ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଯେତିକି ତୀବ୍ର ହେଉଛନ୍ତି ବିଶ୍ୱ ରାଜନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ମଧ୍ୟ ସେହି ଅନୁସାରେ ବଢିବାରେ ଲାଗିଛି । ଆଉ ଏହାରି ମଧ୍ୟରେ ୟୁକ୍ରେନରେ ଦମନଲୀଳା କରୁଥିବା ରୁଷ ଏବେ ଫ୍ରାନ୍ସକୁ ପ୍ରକୃତ ଯୁଦ୍ଧ ବା ରିୟର ୱାରର ଧମକ ଦେଇଛି । ଫ୍ରାନ୍ସ ଅର୍ଥମନ୍ତ୍ରୀ ରୁଷର ଦମନଲୀଳା ବିରୋଧରେ ଅର୍ଥନୈତିକ ଯୁଦ୍ଧ ଆରମ୍ଭ ହେବ ବୋଲି କହିଥିବାରୁ ଏହାର ଜବାବରେ ମେଡଭେଡେଭ ପ୍ରକୃତ ୱାର କଥା କହିଥିବା ଜଣାପଡ଼ିଛି।

Advertisment

ସେ ଟ୍ୱିଟ କରି କହିଛନ୍ତି, “ଫ୍ରାନ୍ସ ମନ୍ତ୍ରୀ ରୁଷ ବିରୋଧରେ ଅର୍ଥନୀତିକ ଯୁଦ୍ଧ ଡାକରା ଦେଇଛନ୍ତି । ଦୟା କରି ନିଜ ଜିଭ ଉପରେ ନିୟନ୍ତ୍ରଣ କର । ମାନବ ଇତହାସରେ ଅର୍ଥନୈତିକ ୱାର ସବୁବେଳେ ରିୟଲ ୱାରର ରୂପ ନେଇଥାଏ ବୋଲି ଆଦୌ ଭୁଲ ନାହିଁ।”

ଫ୍ରାନ୍ସ ଅର୍ଥମନ୍ତ୍ରୀ ପୂର୍ବରୁ କହିଥିଲେ, ରୁଷ ଅର୍ଥନୀତିକୁ ନଷ୍ଟ କରିବା ପାଇଁ ନାଟୋ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିବ। ରୁଷ ଉପରେ ଲାଗୁଥିବା ସବୁ କଟକଣା ପାଇଁ ପ୍ରଭାବିତ ହେବେ ଋଷ ନାଗରିକ। ରୁଷ ବିରୋଧରେ ଏବେ ଅର୍ଥନୀତିକ ଯୁଦ୍ଧ ଆରମ୍ଭ ହୋଇଥିବା କଥା ବି ସେ କହିଥିଲେ। ଏହାର ଜବାବରେ ମେଡଭେଡେଭ ପ୍ରକୃତ ଯୁଦ୍ଧର ଧମକ ଦେଇଛନ୍ତି ।

Russia Ukraine Crisis Ukraine Crisis Ukraine Russia War
Advertisment
Advertisment