/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646712001.jpg)
Ukraine Crisis
ତୃତୀୟ ଥର ପାଇଁ ଋଷିଆ ୟୁକ୍ରେନରେ ଅସ୍ତ୍ରବିରତି ଘୋଷଣା କରିଛି । ୟୁକ୍ରେନରେ ପୁଣି ଯୁଦ୍ଧ ବିରତି ଘୋଷଣା କରିଛି ରୁଷିଆ । ୫ ସହର କିଭ୍, ଚେରନିଭ୍, ସୁମି, ମାରିଉପଲ, ଖାରକିଭରେ ସାମୟିକ ଯୁଦ୍ଧ ବିରତି ଘୋଷଣା ହୋଇଛି । ଭାରତୀୟ ସମୟାନୁସାରେ ଆଜି ଦିନ ୧୨ଟା ୩୦ରୁ ଯୁଦ୍ଧ ବିରତି ଆରମ୍ଭ ହେବ । ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପୁଟିନ୍ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ମାନବ କରିଡର ଜରିଆରେ ଲୋକଙ୍କୁ ଉଦ୍ଧାର କରାଯିବ । ବେଲାରୁଷରେ ତୃତୀୟ ପର୍ଯ୍ୟାୟ ଆଲୋଚନା ପରେ ରୁଷିଆ ଏପରି ପଦକ୍ଷେପ ନେଇଛି ।
ଗତକାଲି ମଧ୍ୟ ୟୁକ୍ରେନର ଚାରୋଟି ସହରରେ ଅସ୍ତ୍ରବିରତି ଘୋଷଣା କରାଥିଲା ଋଷିଆ । ୟୁକ୍ରେନର ୪ ସହର କିଭ୍, ସୁମି, ମାରିଓପଲ ଓ ଖାରକିଭ ସହରରେ ଯୁଦ୍ଧ ବିରତି ଘୋଷଣା କରିଥିଲେ ପୁଟିନ୍ ସରକାର । ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଭାରତୀୟ ସମୟାନୁସାରେ ଦିନ ୧୨ଟା ୩୦ରୁ ଯୁଦ୍ଧ ବିରତି ଘୋଷଣା ହୋଇଥିଲା ।
ସେପଟେ ତିନି ତିନି ଥର ବୈଠକ ବସିଲାଣି, ହେଲେ ସମାଧାନର ବାଟ ବାହାରିପାରୁନି । ୟୁକ୍ରେନ ଓ ଋଷ ମଧ୍ୟରେ ଗତକାଲି ବସିଥିବା ତୃତୀୟ ପର୍ଯ୍ୟାୟ ବୈଠକରୁ ମଧ୍ୟ ଆାଶାନୁରୂପ ଫଳାଫଳ ମିଳିନଥିବା ଜଣାପଡିଛି । ଗୋଟିଏ ପଟେ ଯୁଦ୍ଧ ଦ୍ୱାଦଶ ଦିନ ପାର୍ କରିଥିବା ବେଳେ ଋ଼ଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଶାନ୍ତି ପ୍ରସ୍ତାବ ନେଇ ତୃତୀୟ ରାଉଣ୍ଡ ଆଲୋଚନା ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)