Advertisment

ପୁଟିନ୍‌ଙ୍କ ସୁରକ୍ଷା ଘେରା ଭାଙ୍ଗିବା ଅସମ୍ଭବ : ସବୁବେଳେ ଜଗିଥାଆନ୍ତି ଦୁର୍ଦ୍ଦଷ ବଡିଗାର୍ଡ

ପୁଟିନ୍‌ଙ୍କ ଟାଇଟ୍‌ ସିକ୍ୟୁରିଟି। ଗସ୍ତ ପୂର୍ବରୁ ସାମ୍ନାରେ ଯାଏ ଅସ୍ତ୍ରଶସ୍ତ୍ରର ସ୍ୱତନ୍ତ୍ର ଗାଡ଼ି, ଲୁଚିକି ରୁହନ୍ତି ସୁରକ୍ଷାକର୍ମୀ। ରହିବା ସ୍ଥାନରେ ବନ୍ଦ ରହେ ମୋବାଇଲ ଫୋନ୍‌। ଖାଇବା ପୂର୍ବରୁ ୪ ଥର ଖାଇବା ଚାଖନ୍ତି ଖାଦ୍ୟ ବିଶେଷଜ୍ଞ.

author-image
Prangyan Parimita
ଅଦ୍ୟତନ ହୋଇଛି
Special Story

Special Story

ମହାଯୁଦ୍ଧ ଚାଲିଥିବା ସମୟରେ ପୁଟିନ୍‌ଙ୍କୁ ନେଇ ଚର୍ଚ୍ଚା ଜୋର୍‌ । ସେ କେମିତି ରୁହନ୍ତି ? କଣ ଖାଆନ୍ତି ? ତାହାକୁ ନେଇ ଆଲୋଚନା ହେଉଛି । ୟୁକ୍ରେନ-ଋଷିଆ ମହାଯୁଦ୍ଧ ବେଳେ ପୁଟିନଙ୍କ ସୁରକ୍ଷାକୁ ନେଇ ସାମ୍ନାକୁ ଯେଉଁ ଚିତ୍ର ଆସିଛି ତାହା ଚମକାଇଦେବା ପରି । ଶତ୍ରୁଙ୍କ କଡ଼ା ନଜରରୁ ରକ୍ଷା ପାଇବା ପାଇଁ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ପୁଟିନ୍‌ ଯେଉଁ ଖାଦ୍ୟ ଖାଆନ୍ତି, ତାହାକୁ ଚାଖିବା ପାଇଁ ଲୋକ ରଖାଯାଇଥିବା ଜଣାପଡ଼ିଛି। ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ତାଙ୍କୁ ଅନେକ ରାଷ୍ଟ୍ର ମାରିବା ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିବା ପରେ ତାଙ୍କର ସୁରକ୍ଷା ଆହୁରି କଡ଼ାକଡ଼ି କରାଯାଇଛି ।

Advertisment

୪ ସ୍ତରୀୟ ସୁରକ୍ଷାରେ ରୁହନ୍ତି ପୁଟିନ୍‌ । ସେ ଯେଉଁ ଯେଉଁ ରାସ୍ତା ଦେଇ ଯାଆନ୍ତି, ଆଗ ଆଗେ ଚାଲେ ଏକ ଅସ୍ତ୍ରଶସ୍ତ୍ର ସଜ୍ଜିତ ଗାଡ଼ି । ଏହି ଗାଡ଼ିରେ ସମୟରେ ଏକେ-୪୭, ଟ୍ୟାଙ୍କ-ରୋଧୀ ଗ୍ରେନେଡ୍ ଲଞ୍ଚର୍ ଏବଂ ପୋର୍ଟେବଲ୍ ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲ ଉପଲବ୍ଧ ଥାଏ । ପୁଟିନ୍‌ଙ୍କ ଗାଡ଼ିକୁ ଅଙ୍ଗରକ୍ଷୀମାନେ ତାରିଆଡ଼ୁ ଘେରି ରହିଥାଆନ୍ତି । ଆଉ କିଛି ସୁରକ୍ଷାକର୍ମୀ ପାଖଆଖରେ ଲୁଚିଥାଆନ୍ତି । କାରଣ ଯଦି କେବେ ଆକ୍ରମଣ ହୁଏ ତେବେ ସେମାନେ ଶତ୍ରୁଙ୍କୁ ମୁହଁତୋଡ଼ ଜବାବ ଦେଇପାରିବେ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୁଟିନ୍‌ଙ୍କୁ ଯେଉଁ ସୁରକ୍ଷାକର୍ମୀମାନେ ସୁରକ୍ଷା ଦିଅନ୍ତି, ସେମାନଙ୍କୁ ୩୫ ବର୍ଷ ହେବା କ୍ଷଣି ନିଜ କାର୍ଯ୍ୟରୁ ଅବସର ଦିଆଯାଏ । ସେମାନେ ନିଜ କାର୍ଯ୍ୟରୁ ଅବସର ନେବାପରେ ଅନ୍ୟ ପ୍ରଶାସକଙ୍କ କାର୍ଯ୍ୟରେ ସେମାନେ ନିୟୋଜିତ ହୁଅନ୍ତି । ଋଷିଆର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ପୁଟିନ୍‌ଙ୍କ ସୁରକ୍ଷାକୁ ନେଇ ସର୍ବାଧିକ ଅର୍ଥ ମଧ୍ୟ ଖର୍ଚ୍ଚ କରିଥାଆନ୍ତି ଋଷ୍‌ ସରକାର।

Advertisment

ପୁଟିନ୍‌ଙ୍କ ସୁରକ୍ଷା ପରେ ସର୍ବାଧିକ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥାଏ । କାରଣ ପୁଟିନ୍‌ ଦୈନଦିନ ଯେଉଁ ଖାଦ୍ୟ ଖାଆନ୍ତି ତାହାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ୪ ଜଣ ଚାଖିଥାଆନ୍ତି । କୌଣସି ପ୍ରକାର ସନ୍ଦେହ ଜାତ ହେଲେ ତତ୍‌କ୍ଷଣାତ୍‌ ତାହାକୁ ନଷ୍ଟ କରିଦିଆଯାଏ। ପୁଟିନ୍‌ଙ୍କ ଦୈନଦିନ କାର୍ଯ୍ୟରେ ଯେଉଁମାନେ ସଂପୃକ୍ତ ସେମାନେ ଅନେକ ପରୀକ୍ଷାର ସମ୍ମୁଖୀନ ମଧ୍ୟ ହୁଅନ୍ତି। ମନସ୍ତାତ୍ତ୍ୱିକ ସ୍ଥିତି, ଶାରୀରିକ ସହନଶକ୍ତି, ଶୀତର ସାମ୍ନା କରିବା ଏବଂ ଗରମ ଦିନରେ ଝାଳ ନ ବାହାରିବା ଆଦି କ୍ଷମତାକୁ ତଉଲା ଯାଏ।

ସବୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ହିଁ ପୁଟିନ୍‌ଙ୍କ ସହ ସେମାନଙ୍କୁ ଜଡିତ କରାଯାଏ । ପୁଟିନ୍‌ଙ୍କ ଅଙ୍ଗରକ୍ଷୀ ସବୁବେଳେ ବୁଲେଟପ୍ରୁଫ୍ ଜ୍ୟାକେଟ୍ ପିନ୍ଧିବା ସହ ବୁଲେଟପ୍ରୁଫ୍ ବ୍ରିଫକେସ୍ ଓ ରୁଷୀୟ ୯ମିମି ଏସ୍ଆର୍-୧ ଭେକ୍ଟର ବ୍ୟବହାର କରନ୍ତି । ପୁଟିନ୍‌ ଯେଉଁ ସ୍ଥାନରେ ରୁହନ୍ତି, ସେଠାରେ କୌଣସି ନେଟୱାର୍କ ମଧ୍ୟ କାର୍ଯ୍ୟ କରେ ନାହିଁ।

Russia Ukraine Crisis Ukraine Crisis Ukraine Russia War
Advertisment
Advertisment