• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ସାରା ବିଶ୍ୱରେ ସଙ୍କଟ ସୃଷ୍ଟି କରିଛି । ବିଶେଷ କରି ଅଶୋଧିତ ତୈଳ ଯୋଗାଣ ଉପରେ ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି, ଯେଉଁଥି ପାଇଁ ଅଶୋଧିତ ତୈଳ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ବିଶ୍ୱ ବଜାରରେ ବର୍ତ୍ତମାନ ଅଶୋଧିତ ତୈଳ ଦରର ମୂଲ୍ୟ ବ୍ୟାରେଲ୍ ପିଛା ୧୩୦ ଡଲାର ଅତିକ୍ରମ କରିଛି । ଦୁଇ ଦିନ ଭିତରେ ଅଶୋଧିତ ତଳ ଦର ୧୦ ପ୍ରତିଶତ ବୃଦ୍ଧି ପାଇ ୧୩୯.୧୩ ଡଲାରରେ ପହଞ୍ଚିଛି ।

୨୦୧୪ ପରେ ପ୍ରଥମ ଥର ପାଇଁ ବିଶ୍ୱ ବଜାରରେ ତୈଳ ଦର ସର୍ବାଧିକ ସ୍ତରରେ ପହଞ୍ଚିଛି । ୟୁକ୍ରେନ ଉପରେ ରୁଷର ଆାକ୍ରମଣକୁ ନେଇ ୟୁରୋପୀୟ ରାଷ୍ଟ୍ର ଓ ଆମେରିକା ରୁଷରୁ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଅଭାବ ପରଲକ୍ଷିତ ହୋଇଛି । ଏହି କାରଣରୁ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି ।

ତେବେ ୨୦୦୮ରେ ଅନ୍ତର୍ଜାତୀୟ ବଜାରରେ ଆର୍ଥିକ ସଂକଟ ସମୟରେ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୪୭ ଡଲାର ଅତିକ୍ରମ କରିଥିଲା । ଗତ ବର୍ଷ ତୁଳନାରେ ଅଶୋଧିତ ତୈଳ ବର୍ତ୍ତମାନ ୧୨୮ ପ୍ରତିଶତ ବୃଦ୍ଧି ସହିତ ଟ୍ରେଣ୍ଟ୍‌ କରୁଛି । ଆମେରିକାର ଅଶୋଧିତ ତୈଳ WTI ମଧ୍ୟ ବ୍ୟାରେଲ ପିଛା ୧୩୦.୫୦ ଡଲାରରେ ପହଞ୍ଚିଛି ।

ଏବେ ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାର ପ୍ରଭାବିତ ହୋଇଛି । ଭାରତର ସେୟାର ବଜାରରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଆଜି କାରବାର ଆରମ୍ଭ ହେଉ ହେଉ ସେନସେକ୍ସ ୧୭ ଶହ ପଏଣ୍ଟରୁ ଅଧିକ ଖସିଲାଣି ।