• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ଋଷୀୟ ସେନାଙ୍କ ନଜର । ଉଭୟ ଦେଶ ମଧ୍ୟରେ ମହାଯୁଦ୍ଧ ଦ୍ୱାଦଶ ଦିନରେ ପହଞ୍ଚିଥିବା ବେଳେ କିଭକୁ ନିକଟସ୍ଥ ଗ୍ରାମ ଏବଂ ସହରଗୁଡିକରେ ଋଷୀୟ ସୈନ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଗାମୀ କିଛି ଦିନ ମଧ୍ୟରେ ହିଁ କିଭକୁ କବଜା କରିନେବ ବୋଲି ଦାବି କରିଛନ୍ତି ପୁଟିନ୍ ସରକାର । ସେପଟେ ଦେଶ ପାଇଁ ଆଗାମୀ କିଛି ଦିନ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ୟୁକ୍ରେନର ଜଣେ ବରିଷ୍ଠ ଅଧିକାରୀ ।

ଅନ୍ୟପଟେ ଋଷୀୟ ପ୍ରତିରକ୍ଷା ବିଭାଗ ଏକ ଭିଡିଓ ଜାରି କରିଛି । ଯେଉଁଥିରେ ବହୁ ସଂଖ୍ୟକ ମସ୍କୋ ଟ୍ୟାଙ୍କ ଦ୍ରୁତ ଗତିରେ କିଭ୍‌ ଆଡକୁ ଗତି କରୁଥିବା ଦେଖାଯାଉଛି । ବେଲାରୁଷ ସୀମାରୁ ଉତ୍ତରପଟୁ ସ୍ଥଳଭାଗରେ ରୁଷ ସେନା କିଭ୍ ମୁହାଁ ହୋଇଛି । ଯୁଦ୍ଧ ଆରମ୍ଭରୁ କିଭ୍‌ରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଋଷୀୟ ସେନା ଏଥିରେ ସଫଳ ହୋଇପାରୁ ନାହାନ୍ତି । ସେମାନଙ୍କ ଅଗ୍ରଗତି ଏକ ପ୍ରକାର ଠପ୍‌ ରହିଛି । ୟୁକ୍ରେନ୍‌ ସେନା ବିଭିନ୍ନ ଉପାୟରେ ଋଷୀୟ ସେନାକୁ ଅଟକାଉଛି ।

ଏହାପୂର୍ବରୁ କିଭ ଠାରୁ ପ୍ରାୟ ୨୬ କିଲୋମିଟର ଦୂରରେ ଥିବା ଇରପିନ ସହର ଉପରେ ଏକ ମୋର୍ଟାର ମାଡ଼ କରିବାକୁ ଜଣେ ମା ଏବଂ ତାଙ୍କ ତିନି ପିଲାଙ୍କର ମୃତ୍ୟୁ ଘଟିଥିଲା ​​ବୋଲି ବିସିସିଆଇ ରିପୋର୍ଟରୁ ଜଣାପଡ଼ିଥିଲା । ଏଥି ସହିତ ଋଷୀୟ ଏୟାର ଷ୍ଟ୍ରାଇକରେ ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାରକିଭରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଏକ ଆବାସିକ କୋଠା ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି ।