/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646648300.jpg)
Ukraine Soldiers Marriage
ଯୁଦ୍ଧ ଭୂଇଁରେ ବିବାହ । ହଁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବିଲକୁଲ୍ ସତ ଘଟଣା । ୟୁକ୍ରେନ୍ରେ ଭୟର ବାତାବରଣ ଛାଇ ରହିଥିବା ବେଳେ ହାତକୁ ଦି ହାତ ହୋଇଛନ୍ତି ଦୁଇ ଯବାନ । ସ୍ୱେଚ୍ଛାକୃତ ଭାବେ ୟୁକ୍ରେନ୍ ସେନାରେ ସାମିଲ ହୋଇଥିବା ଲିଜେ, ଭେଲେରୀ ବିବାହ କରିଛନ୍ତି । କିଭ୍ ସୀମାରେ ଇହୁଦି ଧର୍ମ ଅନୁସାରେ ଉଭୟ ଜଣେ ଆଉ ଜଣଙ୍କୁ ନିଜ ଜୀବନ ସାଥି ଭାବେ ଗ୍ରହଣ କରିଛନ୍ତି ।
ସେନା ପୋଷାକରେ ଥାଇ ହିଁ ଉଭୟଙ୍କ ବିବାହ ସମ୍ପର୍ଣ୍ଣ କରାଯାଇଛି । ଅତିଥି ଭାବେ ସହଯୋଗୀ ଯବାନ ଓ ସେନାଧିକାରୀ ମାନେ ଯୋଗ ଦେଇଥିଲେ । ଗୋଟେ ହାତରେ ଦେଶ ସୁରକ୍ଷା ପାଇଁ ବନ୍ଧୁକ ଓ ଅନ୍ୟ ହାତରେ ସହଯୋଗୀର ବିବାହ ପାଇଁ ଫୁଲ ଧରିଥିଲେ ଯବାନ । ଯାହା ଏକ ଭିନ୍ନ ଚିତ୍ର ଦର୍ଶାଇଥିଲା ।
ଲିଜେ, ଭେଲେରୀ ଗତ ଦୁଇ ଦଶଦ୍ଧି ଧରି ସମ୍ପର୍କରେ ଥିଲେ । ଚଳିତ ବର୍ଷ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ, ହେଲେ ଯୁଦ୍ଧ ପାଇଁ ବିବାହକୁ ଘୁଞ୍ଚାଇ ସେନାରେ ସାମିଲ ହୋଇଥିଲେ । ତେବେ ଏଭଳି ପରିସ୍ଥିତିରେ ମଧ୍ୟ ସେ ନିଜର ଭଲ ପାଇବାରେ କୌଣସି ଊଣା ଦେଖାଇନାହାନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)