• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶକ୍ତିଶାଳୀ ଋଷିଆର ପରବର୍ତ୍ତୀ ଟାର୍ଗେଟ କିଏ ? ପୁଟିନ୍‌ ସରକାରଙ୍କ ଟାର୍ଗେଟରେ ୩୧ ଦେଶ । ୟୁକ୍ରେନ୍‌-ଋଷିଆ ମହାଯୁଦ୍ଧ ମଧ୍ୟରେ ଶତ୍ରୁ ଦେଶଙ୍କ ତାଲିକା ଜାରି କରିଛି ଋଷିଆ । ଏଥିରେ ଆମେରିକା, ୟୁକ୍ରେନ ସମେତ ମୋଟ୍‌ ୩୧ଟି ଦେଶ ସାମିଲ ଅଛନ୍ତି । ଋଷିଆ ନିଜ ଶତ୍ରୁ ଦେଶ ତାଲିକା ବାହାର କରିଥିବା ନେଇ ଦାବି କରିଛି ଚୀନର ଗଣମାଧ୍ୟମ CGTN । ୟୁକ୍ରେନ ବ୍ୟତୀତ ଆମେରିକା, ବ୍ରିଟେନ, ଜାପାନ ଏବଂ ୟୁରୋପୀୟ ସଂଘର ସଦସ୍ୟ ଦେଶ ଏହି ତାଲିକାରେ ଅନ୍ତର୍ଭୁକ୍ତ । କେବଳ ୟୁରୋପୀୟ ସଂଘର ୨୭ଟି ଦେଶ ଏଥିରେ ସାମିଲ ଅଛନ୍ତି ।

ଆଜି ଅନ୍ତରାଷ୍ଟ୍ରିୟ ଅଦାଲତ (ଆଇସିଜେ)ରେ ଋଷିଆ ଏବଂ ୟୁକ୍ରେନକୁ ନେଇ ଶୁଣାଣି କରୁଛି। ତେବେ ଏଥିରୁ ଋଷିଆ ନିଜକୁ ଦୂରେଇ ରଖିଛି । ଋଷିଆର କୌଣସି ପ୍ରତିନିଧି ଏଠାରେ ପହଞ୍ଚି ନାହାଁନ୍ତି । ସେପଟେ ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ଦ୍ୱାଦଶ ଦିନ । ଲଗାତାର ୟୁକ୍ରେନ୍‌ ଉରେ ଆକ୍ରମଣ କରାଯାଉଛି । ତେବେ ଯୁଦ୍ଧରେ ୟୁକ୍ରେନ ମଧ୍ୟ ପଛରେ ନାହିଁ , ପାଲଟା ଜବାବରେ ଋଷିଆକୁମଧ୍ୟ ବହୁତ କ୍ଷତି ପହଞ୍ଚିଛି ।

ଅନ୍ୟପଟେ ୟୁକ୍ରେନର ଚାରୋଟି ସହରରେ ଅସ୍ତ୍ରବିରତି ଘୋଷଣା କରାଯାଇଛି । ୟୁକ୍ରେନର ୪ ସହର ପାଇଁ ସାମୟିକ ଯୁଦ୍ଧ ବିରତି ଘୋଷଣା କରିଛି ଋଷିଆ । କିଭ୍, ସୁମି, ମାରିଓପଲ ଓ ଖାରକିଭ ସହରରେ ଯୁଦ୍ଧ ବିରତି ଘୋଷଣା ହୋଇଛି । ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଭାରତୀୟ ସମୟାନୁସାରେ ଦିନ ୧୨ଟା ୩୦ରୁ ଯୁଦ୍ଧ ବିରତି ଘୋଷଣା ହୋଇଛି ।