Advertisment

ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କିଙ୍କ ସହ କଥା ହେବେ। ଫୋନ୍‌ରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ। ସାମ୍ପ୍ରତିକ ଯୁଦ୍ଧ ସ୍ଥିତି ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
PM Modi To Speak With Ukrainian President

PM Modi To Speak With Ukrainian President

ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ୟୁକ୍ରେନର ପ୍ରମୁଖ ସହର ଗୁଡିକ ଉପରେ ରୁଷ୍‌ ସେନା ଘନ ଘନ ଆକ୍ରମଣ କରୁଛନ୍ତି। ଭିନିତ୍‌ସିଆ ଏୟାରପୋର୍ଟକୁ ରୁଷ୍‌ ସେନା ଉଡ଼ାଇ ଦେଇଛନ୍ତି। ସେପଟେ ଶାନ୍ତି ଫେରାଇ ଆଣିବା ଲାଗି ୟୁକ୍ରେନ୍ ଓ ରୁଷ୍‌ ମଧ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ବୈଠକ ବସୁଛି। ପୂୂର୍ବରୁ ଦୁଇ ଦେଶ ମଧ୍ୟରେ ଦୁଇ ଦୁଇଥର ବୈଠକ ବସିଛି। କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରିନାହିଁ।

Advertisment

ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କିଙ୍କ ସହ କଥା ହେବେ। ଫୋନ୍‌ରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ। ସାମ୍ପ୍ରତିକ ଯୁଦ୍ଧ ସ୍ଥିତି ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଉଭୟ ନେତା ପୂର୍ବରୁ ଫେବୃଆରୀ ୨୬ରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଜି ପୁଣି ଦୁଇ ନେତା ଆଲୋଚନା କରିବେ ବୋଲି ସୂଚନା ମିଳିଛି।

‘ଅପରେସନ୍ ଗଙ୍ଗା’ ଜରିଆରେ ୟୁକ୍ରେନରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଜାରି ରହିଛି। ପ୍ରତିଦିନ ସ୍ୱତନ୍ତ୍ର ବିମାନରେ ଶହ ଶହ ଭାରତୀୟ ସ୍ୱଦେଶ ଫେରୁଛନ୍ତି। ୟୁକ୍ରେନର ପୂର୍ବାଞ୍ଚଳ ସହର ସୁମିରୁ ଉଦ୍ଧାର ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି। ସ୍ୱତନ୍ତ୍ର ବସ୍ ଯୋଗେ ଛାତ୍ରଛାତ୍ରୀ ଅନ୍ୟ ଭାରତୀୟଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଥିବା କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ହଙ୍ଗେରୀରେ ରହି ହରଦୀପ ସିଂ ପୁରୀ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି।  

Advertisment
Russia Ukraine Crisis Ukraine Crisis Ukraine Russia War
Advertisment
Advertisment