• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନର ରାଜଧାନୀ କିଭରେ ଯୁଦ୍ଧର ସଙ୍କଟ ଗଭୀର ହେବାରେ ଲାଗିଛି । ଘନଘନ ବୋମା ବିସ୍ଫୋରଣରେ ୟୁକ୍ରେନ୍‌ବାସୀ ଆକ୍ତାମାକ୍ତା ହୋଇପଡ଼ୁଛନ୍ତି । ବର୍ତ୍ତମାନ ୟୁକ୍ରେନ୍‌ରେ ଚାରିଆଡ଼େ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଋଷୀୟ ସେନା ରାଜଧାନୀ କିଭକୁ ଚାରିଆଡ଼ୁ ଘେରି ରହିଛନ୍ତି ଏବଂ କିଭରୁ ଶତ୍ରୁ ସୈନ୍ୟବାହିନୀଙ୍କ ଦୂରତା ଧୀରେ ଧୀରେ ହ୍ରାସ ପାଉଛି । ୟୁକ୍ରେନ ଏବେ ଧ୍ୱଂସ ସ୍ତୁପରେ ପରିଣତ ହେବା ପରି ଲାଗୁଛି । ଏଭଳି ସ୍ଥିତିରେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଟ୍ୱିଟରରେ ନିଜର ତଥା ଦେଶବାସୀଙ୍କ ଯନ୍ତ୍ରଣା ବଖାଣିଛନ୍ତି ।

ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କାଲେବା ଟ୍ୱିଟରରେ ଏକ ବିଶାଳକାୟ ବୋମାର ଫଟୋ ପୋଷ୍ଟ କରିଛନ୍ତି । ଏଭଳି ବୋମା ତାଙ୍କ ଦେଶର ଲୋକଙ୍କ ଜୀବନକୁ ହତ୍ୟା କରୁଥିବା ସେ ଲେଖିଛନ୍ତି । ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ୟୁକ୍ରେନକୁ ଯୁଦ୍ଧ ବିମାନ ଦେବା ପାଇଁ ମଧ୍ୟ ନିବେଦନ କରିଛନ୍ତି ।

ଟ୍ୱିଟରରେ ଫଟୋ ପୋଷ୍ଟ କରି ଦିମିତ୍ରୀ କାଲେବା ଲେଖିଛନ୍ତି, 'ଏହି ଭୟଙ୍କର ୫୦୦ କିଲୋଗ୍ରାମର ଋଷୀୟ ବୋମା ଚେରନିହିବର ଏକ ଘର ଉପରେ ପଡିଛି । ହେଲେ ସୌଭାଗ୍ୟବଶତଃ ଏହା ଫାଟି ନାହିଁ । ଏପଯରି ଅନେକ ବୋମା ବିସ୍ଫୋରଣ ନିରୀହ ପୁରୁଷ, ମହିଳା ଏବଂ ଶିଶୁଙ୍କୁ ହତ୍ୟା କରୁଛି । ୟୁକ୍ରେନ୍‌ ବାସୀଙ୍କୁ ପୁଟିନ୍‌ ସରକାରଙ୍କ ବର୍ବରତାରୁ ରକ୍ଷା କରିବାକୁ ସେ ସାହାଯ୍ୟ ଭିକ୍ଷା କରିଛନ୍ତି । ୟୁକ୍ରେନ୍‌ର ଏୟାରସ୍ପେସ୍‌କୁ ବନ୍ଦ କରି ଯୁଦ୍ଧ ବିମାନ ଦେବାକୁ ଅନୁରୋଧ କରିଛନ୍ତି ।

ସେହିପରି ଗତକାଲି ମଧ୍ୟ ଭାରତ ସରକାରଙ୍କ ସାହାଯ୍ୟ ଭିକ୍ଷା କରିଥିଲେ ଦିମିତ୍ରୀ କାଲେବା । ଋଷିଆ ସହ ଭଲ ଭାରତର ଭଲ ବନ୍ଧୁତା ରହିଛି । ଭାରତ ଋଷିଆକୁ ଆକ୍ରମଣ ରୋକିବାକୁ କହିପାରିବ । ବନ୍ଧୁ ରାଷ୍ଟ୍ର ହୋଇଥିବାରୁ ମୋଦିଙ୍କ କଥାକୁ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଟାଳିବେ ନାହିଁ ବୋଲି ଦିମିତ୍ରୀ କାଲେବା କହିଛନ୍ତି ।