• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତିନି ତିନି ଥର ବୈଠକ ବସିଲାଣି, ହେଲେ ସମାଧାନର ବାଟ ବାହାରିପାରୁନି । ୟୁକ୍ରେନ ଓ ଋଷ ମଧ୍ୟରେ ଗତକାଲି ବସିଥିବା ତୃତୀୟ ପର୍ଯ୍ୟାୟ ବୈଠକରୁ ମଧ୍ୟ ଆାଶାନୁରୂପ ଫଳାଫଳ ମିଳିନଥିବା ଜଣାପଡିଛି । ଗୋଟିଏ ପଟେ ଯୁଦ୍ଧ ଦ୍ୱାଦଶ ଦିନ ପାର୍ କରିଥିବା ବେଳେ ଋ଼ଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଶାନ୍ତି ପ୍ରସ୍ତାବ ନେଇ ତୃତୀୟ ରାଉଣ୍ଡ ଆଲୋଚନା ହୋଇଥିଲା । ବେଲାରୁଷ-ପୋଲାଣ୍ଡ ସୀମାନ୍ତରେ ଉଭୟ ରାଷ୍ଟ୍ରର ପ୍ରତିନିଧି ବୈଠକ କରିଥିଲେ । ତେବେ ଏଥିରେ ବଡ ଧରଣର ରେଜଲ୍ଟ ମିଳିନଥିବା ବେଳେ ଯୁଦ୍ଧ ଭୂଇଁରୁ ଲୋକଙ୍କୁ ଉଦ୍ଧାର ପାଇଁ ମାନବୀୟ କରିଡର ଉପରେ ଉଭୟ ପକ୍ଷ ବିଶେଷ ଗୁରୁତ୍ୱ ଦେଇଥିବା ୟୁକ୍ରେନ୍ ପ୍ରତିନିଧି କହିଛନ୍ତି ।

ଋଷ ପ୍ରତିନିଧିଙ୍କ ପକ୍ଷରୁ ଅନେକ ଡକ୍ୟୁମେଣ୍ଟ ଏବଂ ଏଗ୍ରିମେଣ୍ଟ ପେପର ଅଣାଯାଇଥିବା ବେଳେ ସେଥିରେ ଦସ୍ତଖତ କରିବାକୁ ମନା କରିଦେଇଥିଲା ୟୁକ୍ରେନ୍ । ସମୀକ୍ଷା ପାଇଁ ୟୁକ୍ରେନ୍ ପ୍ରତିପକ୍ଷ ସେହି ଦସ୍ତାବିଜକୁ ଆଣିଛନ୍ତି । ପାଖାପାଖି ୩ ଘଣ୍ଟା ଧରି ବସିଥିବା ଏହି ବୈଠକରେ ଆଶାନୁରୂପ ଫଳାଫଳ ମିଳିନଥିବାରୁ ପୁଣି ଥରେ ବୈଠକ ବସିପାରେ ବୋଲି ୟୁକ୍ରେନ୍ ପ୍ରତିନିଧି କହିଛନ୍ତି । ସେପଟେ ଋଷ ପକ୍ଷରୁ ମଧ୍ୟ ବୈଠକ ବିଫଳ ହୋଇଥିବା କୁହାଯାଇଛି ।

ଏହାପୂର୍ବରୁ ଦୁଇ ଦୁଇ ଥର ଶାନ୍ତିପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ତଥାପି କୌଣସି ସୁଫଳ ପାଇନଥିଲା ୟୁକ୍ରେନ୍ । ବରଂ ଦିନକୁ ଦିନ ଆକ୍ରମଣ କରିବା ସହ ୟୁକ୍ରେନ ଦଖଲ କରିବାରେ ଲାଗିଛି ଋଷ୍ । ସେପଟେ ଆଜି ୧୩ ଦିନରେ ପହଞ୍ଚିଛି ୟୁକ୍ରେନ୍‌ ଓ ଋଷିଆ ମହାଯୁଦ୍ଧ । ଏବେ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ଋଷୀୟ ସୈନ୍ୟଙ୍କ ନଜର । କିଭ୍‌ ଦଖଲ କରିବାକୁ ଦଳବଳ ଭାବେ ଆଗେଇ ଚାଲିଛନ୍ତି ସୈନ୍ୟ । ଆଗାମୀ କିଛି ଦିନ ୟୁକ୍ରେନ୍‌ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।