/odishatv-khabar/media/post_attachments/uploadimage/library/16_9/16_9_0/russia_1646632790.jpg)
russia
ଆଜି ୟୁକ୍ରେନ-ରୁଷ ଯୁଦ୍ଧର ଦ୍ୱାଦଶ ଦିନ । ଋଷିଆ ପକ୍ଷରୁ ଲଗାତାର ୟୁକ୍ରେନ୍ ଉପରେ ଆକ୍ରମଣ ହେଉଛି । ତେବେ ୟୁକ୍ରେନର ଚାରୋଟି ସହରରେ ଅସ୍ତ୍ରବିରତି ଘୋଷଣା କରାଯାଇଛି । ୟୁକ୍ରେନର ୪ ସହର ପାଇଁ ସାମୟିକ ଯୁଦ୍ଧ ବିରତି ଘୋଷଣା କରିଛି ଋଷିଆ । କିଭ୍, ସୁମି, ମାରିଓପଲ ଓ ଖାରକିଭ ସହରରେ ଯୁଦ୍ଧ ବିରତି ଘୋଷଣା ହୋଇଛି । ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଭାରତୀୟ ସମୟାନୁସାରେ ଦିନ ୧୨ଟା ୩୦ରୁ ଯୁଦ୍ଧ ବିରତି ଘୋଷଣା ହୋଇଛି ।
ଦ୍ୱିତୀୟ ଥର ପାଇଁ ଋଷିଆ ୟୁକ୍ରେନରେ ଅସ୍ତ୍ରବିରତି ଘୋଷଣା କରିଛି । ପୂର୍ବରୁ ଯୁଦ୍ଧର ଦଶମ ଦିନରେ ଦୁଇଟି ସହରରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା । ଭାରତୀୟ ସମୟ ଦିନ ୧୧ଟା ୩୦ରୁ ସାମୟିକ ଅସ୍ତ୍ରବିରତି ଘୋଷଣା ହୋଇଥିଲା । ସାଢ଼େ ୫ ଘଣ୍ଟା ପାଇଁ ଅସ୍ତ୍ରବିରତି ଘୋଷଣା ହୋଇଥିଲା । କିନ୍ତୁ କିଛି ସମୟ ପରେ ହିଁ ଅସ୍ତ୍ରବିରତି ଉଲ୍ଲଂଘନ ପରେ ବୋମା ବିସ୍ଫୋରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
Russian military declares ceasefire in Ukraine from 0700 GMT to open humanitarian corridors at French President Emmanuel Macron's request: Sputnik
— ANI (@ANI) March 7, 2022
ସେପଟେ ଆଜି ଋଷିଆ ଓ ୟୁକ୍ରେନ ମହାଯୁଦ୍ଧର ଦ୍ୱାଦଶ ଦିନ । ଉଭୟ ଦେଶ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ୟୁକ୍ରେନର ପ୍ରମୁଖ ସହର ଗୁଡିକ ଉପରେ ରୁଷ୍ ସେନା ଘନ ଘନ ଆକ୍ରମଣ କରୁଛନ୍ତି । ଭିନିତ୍ସିଆ ଏୟାରପୋର୍ଟକୁ ଋଷ୍ ସେନା ଉଡ଼ାଇ ଦେଇଛନ୍ତି । ସେପଟେ ଶାନ୍ତି ଫେରାଇ ଆଣିବା ଲାଗି ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ବୈଠକ ବସୁଛି । ପୂୂର୍ବରୁ ଦୁଇ ଦେଶ ମଧ୍ୟରେ ଦୁଇ ଦୁଇଥର ବୈଠକ ବସିଛି । କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)