/odishatv-khabar/media/post_attachments/uploadimage/library/16_9/16_9_0/s_1646720348.jpg)
India's Permanent Representative to the UN Ambassador T S Tirumurti
ୟୁକ୍ରେନର ସୁମିରେ ଫସିଥିବା ଛାତ୍ରଙ୍କ ପାଇଁ ଜାତିସଂଘରେ ଭାରତ ଉଦ୍ବେଗ ପ୍ରକାଶ କରିଛି। UN ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଟିଏସ୍. ତିରୁମୂର୍ତ୍ତି ଜାତିସଂଘରେ ଉଦ୍ବେଗ ପ୍ରକାଶ କରିଛନ୍ତି। ସାଧାରଣ ନାଗରିକଙ୍କୁ ଉଦ୍ଧାର ପାଇଁ ପ୍ରସ୍ତାବ ବାସ୍ତବରେ କାର୍ଯ୍ୟକାରୀ ହେଉନଥିବା ସେ ଜଣାଇଛନ୍ତି।
ସାଧାରଣ ନାଗରିକଙ୍କୁ ଉଦ୍ଧାର ପାଇଁ ଋଷିଆ ଓ ୟୁକ୍ରେନ ପୁରାମାତ୍ରାରେ ସହଯୋଗ କରୁ ନ ଥିବା ତିରୁମୂର୍ତ୍ତି କହିଛନ୍ତି। ବିନା ବାଧାରେ ଭାରତୀୟଙ୍କ ସମେତ ଅନ୍ୟମାନଙ୍କୁ ଉଦ୍ଧାର ବ୍ୟବସ୍ଥା ଆବଶ୍ୟକ ରହିଛି। ଯୁଦ୍ଧ ବନ୍ଦ ପାଇଁ ସରକାର ଋଷିଆ ଓ ୟୁକ୍ରେନକୁ ବାରମ୍ବାର କହୁଛନ୍ତି ବୋଲି ଜାତିସଂଘରେ ଭାରତୀୟ ରାଷ୍ଟ୍ରଦୂତ ଟି. ଏସ୍. ତିରୁମୂର୍ତ୍ତି କହିଛନ୍ତି।
ତୃତୀୟ ଥର ପାଇଁ ଋଷିଆ ୟୁକ୍ରେନରେ ଅସ୍ତ୍ରବିରତି ଘୋଷଣା କରିଛି। ୫ ସହର କିଭ୍, ଚେରନିଭ୍, ସୁମି, ମାରିଉପଲ, ଖାରକିଭରେ ସାମୟିକ ଯୁଦ୍ଧ ବିରତି ଘୋଷଣା ହୋଇଛି। ଭାରତୀୟ ସମୟାନୁସାରେ ଆଜି ଦିନ ୧୨ଟା ୩୦ରୁ ଯୁଦ୍ଧ ବିରତି ଆରମ୍ଭ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)