ଭାଇରାଲ୍ ହେଉଛି ବାଇଡେନ୍ଙ୍କ ଭାଷଣ ଭିଡିଓ । ମହିଳାଙ୍କୁ ଉଦ୍ଦେଶ୍ୟରେ କହିଲେ ଏମିତି କଥା ।
ସଫଳତାର ସହ ଗ୍ରହାଣୁ ଡିମୋରଫସ୍କୁ ଧକ୍କା ଦେଇଛି ନାସାର ସ୍ପେସକ୍ରାଫ୍ଟ୍ ।
ପରିଶ୍ରମର ମୂଲ୍ୟ କେବେ ବ୍ୟର୍ଥ ଯାଏ ନାହିଁ। ଦିନେ ନା ଦିନେ ତାହାର ଫଳ ତୁମକୁ ମିଳିଥାଏ । ନିଜର ଉଦ୍ୟମ, ନିଷ୍ଠା ଉପରେ ଭରସା ଥିବା ବ୍ୟକ୍ତି ନିଜ ରାସ୍ତା ନିଜେ ତିଆରି କରିଥାଏ। ଏଥିପାଇଁ ସେ ସମୟ, ସୁଯୋଗକୁ ଅପେକ୍ଷା କରି ନ ଥାଏ। ବେଳେବେଳେ ଭାଗ୍ୟ ସାଥ ନ ଦେଲେ ମଣିଷ ଅବଶ୍ୟ ଲକ୍ଷ୍ୟସ୍ଥଳରୁ ଦୂରେଇ ଯାଏ । କିନ୍ତୁ ଜିଦ୍ଖୋର ମଣିଷଙ୍କ ପାଖରେ ଏସବୁର ମାନେ କିଛି ନ ଥାଏ। ଯେମିତି ବି ହେଉ, ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାନ୍ତି। ଏହି କଥାର ସତ୍ୟତା କେତେ, ତାହାର ଉଦାହରଣ ହେଉଛନ୍ତି ଏହି ବ୍ୟକ୍ତି ଜଣକ। ନିଜ ଉଦ୍ୟମ ଫଳରେ ନିଜର ସ୍ୱପ୍ନ ପୂରଣ କରି ସେ ଆଜି ସାଜିଛନ୍ତି ଅନ୍ୟପାଇଁ ପ୍ରେରଣା।
ମହାଳୟରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଯାଉଥିବାବେଳେ ଭୟଙ୍କର ନୌକା ଦୁର୍ଘଟଣାରେ ୨୪ ଜଣ ଲୋକଙ୍କର ଜୀବନ ଯାଇଛି। ଆହୁରି ଅନେକ ଶ୍ରଦ୍ଧାଳୁଙ୍କର ଏ ଯାଏ ପତ୍ତା ମିଳୁନି। ଏପରି ଛାତିଥରା ଘଟଣା ଘଟିଛି ବାଂଲାଦେଶର ପଞ୍ଚାଗର ଜିଲ୍ଲାର କରତୋୟା ନଦୀରେ।
ଭବିଷ୍ୟତରେ ମହାକାଶରୁ ଆସୁଥିବା ବିପଦକୁ ମହାକାଶରେ ହିଁ ଧ୍ୱଂସ କରିଦେବା ଲାଗି ନାସା ପକ୍ଷରୁ ଯୋଜନା କରାଯାଇଛି। ଏଥିପାଇଁ ନାସାର ଡବଲ୍ ଏଷ୍ଟ୍ରୋଏଡ୍ ରେଡିଏସନ୍ ଟେଷ୍ଟ ବା DART ମିଶନ୍ ଦ୍ୱାରା ପ୍ରସ୍ତୁତ ହୋଇଛି ଡିମୋର୍ଫୋସ୍ ସ୍ପେସ୍କ୍ରାଫ୍ଟ।
ଇରାନୀ ମହିଳାମାନେ ଏବେ ହିଜାବ ପରିଧାନ ବିରୋଧରେ ରାଜରାସ୍ତାକୁ ଓହ୍ଲାଇ ଆସିଥିବା ବେଳେ ଇରାନ୍ ସରକାର ସେମାନଙ୍କୁ ବଳପୂର୍ବକ ଘଉଡାଇବା ପାଇଁ ସବୁପ୍ରକାର ପ୍ରୟାସ କରୁଛି। ଏମିତି କି ମାଡ ମାରି ହତ୍ୟାକରିବାକୁ ବି ପଛଉ ନାହିଁ। ଏହା କ’ଣ ଇରାନ୍ ସରକାରର ମହିଳା ଦମନ ନୀତି ନୁହେଁ କି?
ଦାବି ହେଉଛି ଯେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ଗିରଫ କରାଯାଇଛି। ଏଥସହ ବରିଷ୍ଠ ବିଜେପି ନେତା ତଥା ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ ସ୍ୱାମୀ ଏ ବିଷୟରେ ଟୁଇଟ୍ କରି ଏକ ସମ୍ବେଦନଶୀଳତା ସୃଷ୍ଟି କରିଛନ୍ତି।
ୟୁକ୍ରେନ-ରଷିଆ ଯୁଦ୍ଧ ଶେଷ ହୋଇ ନ ଥିବାବେଳେ ପୁଟିନଙ୍କ ଆଣବିକ ଯୁଦ୍ଧ ଧମକ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି। ସତରେ ଯଦି ଆଣବିକ ଯୁଦ୍ଧ ହୁଏ ତେବେ କ’ଣ ହେବ ସ୍ଥିତି ? ଅବଶ୍ୟ ଯୁଦ୍ଧ ବିଧ୍ୱସ୍ତ ହିରୋସୀମା ଆଉ ନାଗାସାକିର ସ୍ଥିତି ଦେଖିବା ପରେ ଏପରି ଭୟ ମନକୁ ଆସିବା ସ୍ୱାଭାବିକ। ହେଲେ ଏହି ଯୁଦ୍ଧ ଧମକ ଶୁଣି ଛାନିଆ ହୋଇ ପଡ଼ିଛନ୍ତି ଜଣେ ଆମେରିକୀୟ ମହିଳା।
ଅସ୍ତ୍ରୋପଚାର ସମୟରେ ପେଟରେ ଭୁଲ୍ରେ ଛୁଞ୍ଚି, କଇଞ୍ଚି ରହିଯିବା, ଗଜକନା ରହିଯିବା, ଯନ୍ତ୍ରଣା ହେବା ପରେ ଏକ୍ସ-ରେରୁ ଜଣାପଡିବା ଏବଂ ପୁଣି ଅସ୍ତ୍ରୋପଚାର ପରେ ଏହାକୁ ବାହାର କରିବା ପରି ଘଟଣା ଆପଣ ଅନେକ ଶୁଣିଥିବେ। ହେଲେ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ହୁଏତ ବିଶ୍ୱାସ କରିପାରିବେନି। କଥାଟି ଏମିତି। ଜଣେ ବ୍ୟକ୍ତିଙ୍କ ଲଙ୍ଗସ୍ରେ ରିଂ ଆପେ ଆପେ ପଶିଗଲା। ଦୀର୍ଘ ୫ ବର୍ଷ କାଳ ରହିବା ପରେ ତାହାକୁ ପୁଣି ଅସ୍ତ୍ରୋପଚାର ପରେ ବାହାର କରାଯାଇଛି। ଏମିତି କଥା ବିଶ୍ୱାସଯୋଗ୍ୟ ନ ହେଲେ ବି ସତ।
ଯୁଦ୍ଧକୁ ନେଇ ହରଡ଼ଘଣାରେ ପୁଟିନ୍। ରିଜର୍ଭ ଫୋର୍ସ ମୁତୟନ ଲାଗି ଘୋଷଣା ପରେ ଛନକା। ତୁଚ୍ଛାଟାରେ ଯୁଦ୍ଧ ନ ଲଢ଼ିବାକୁ ଦେଶ ଛାଡୁଛନ୍ତି ଋଷୀୟ ନାଗରିକ।
ଟଏଲେଟ୍ର କିଛି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସମ୍ପୃକ୍ତ କମ୍ପାନୀର ବସ୍ଙ୍କ ସର୍ମ୍ପକରେ ବିଭିନ୍ନ ପ୍ରକାରର ଆଲୋଚନା ଆରମ୍ଭ ହୋଇଯାଇଛି। କମ୍ପାନୀର ବସ୍ଙ୍କ ଏଭଳି ନିଷ୍ପତ୍ତି ପଛରେ ମଧ୍ୟ ଏକ କାରଣ ରହିଛି।
ଗୁରୁତ୍ୱପୂର୍ଣ୍ଣ ଭାଷଣର ଭିଡିଓ ଯେତିକି ମାତ୍ରାରେ ଭାଇରାଲ ହୋଇନାହିଁ କିମ୍ବା ଲୋକ ଗ୍ରହଣ କରି ନାହାନ୍ତି, ତାଠାରୁ ଅଧିକ ଭାଇରାଲ ହୋଇଛି ଏହି ଭିଡିଓ ।
ସ୍ୱାମୀ ନା ସଇତାନ୍ । ସ୍ୱପ୍ନ ପାଇଁ ପତ୍ନୀକୁ ଛୁରୀରେ ଆକ୍ରମଣ ।
ଆଠ ବର୍ଷ ପୂର୍ବରୁ କରିଥିବା ଅପରାଧ ପାଇଁ ଏବେ ସଜା ମିଳିବ ।
୧୯୮୫ ଓ ୨୦୧୭ ପରେ ଚଳିତ ସେପ୍ଟେମ୍ବର ୧୯ରେ ପୁଣି ଥରିଲା ମେକ୍ସିକୋ
ବିଶେଷଜ୍ଞଙ୍କ ମତରେ ତାଇଓ୍ୱାନ୍ ପ୍ରଶାନ୍ତ ମହାସାଗରୀୟ ଅଗ୍ନିବଳୟ ଉପରେ ରହିଛି ।
ଦେଶବାସୀଙ୍କୁ ଟେଲିଭିଜନ ବାର୍ତ୍ତା ଦେଇ ଚେତାଇଲେ ପୁଟିନ୍
ବ୍ରିଟେନର ମହାରାଣୀ ଯେମିତି ଖାସ୍ ଥିଲେ ତାଙ୍କ କଫିନର ମଧ୍ୟ ରହିଛି ସେଭଳି ଅନେକ ସ୍ୱତନ୍ତ୍ରତା ରହିଛି । କୁହାଯାଉଛି ୩ ଦଶନ୍ଧି ତଳୁ ତିଆରି ହୋଇ ରହିଥିଲା ଏହି କଫିନ୍ ।
ସମଗ୍ର ୟୁକ୍ରେନ୍କୁ ରୁଷିଆ ମୁକ୍ତ କରିବା ଆମର ଲକ୍ଷ୍ୟ । ଯେକୌଣସି ପରିସ୍ଥିତିରେ ଏହା କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଜେଲେନସ୍କି ।
ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଏବେ ବଢୁଛି ହୀରା ଫେରାଇବାର ଦାବି। କୋହିନୂର ହୀରା ଫେରାଇବା ପାଇଁ ଭାରତ ଦାବି କରୁଥିବାବେଳେ ଏହି ତାଲିକାରେ ଏବେ ଆହୁରି ଅନେକ ଦେଶର ନାଁ ଯୋଡ଼ି ହୋଇଯାଇଛି। ଏବେ ଦକ୍ଷିଣ ଆଫ୍ରିକା ବି ଦାବି କରିଛି ତା‘ର ହୀରାକୁ ଫେରାଇବା ପାଇଁ।
ଏଭଳି ଭୟଙ୍କର ଝଡ଼ ହେବା ନେଇ ଆକଳନ କରିଥିଲା ଜାପାନ ପାଣିପାଗ ବିଭାଗ।
ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ଆଜି ଶେଷ ବିଦାୟ। ଆଜି ମହାରାଣୀଙ୍କ ସମ୍ପନ୍ନ ହେବ ଶେଷକୃତ୍ୟ । ମହାରାଣୀଙ୍କ ଅନ୍ତିମ ସଂସ୍କାର କାମରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଅଭିମୁଖେ ଯାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ୨ ଦିନିଆ ସରକାରୀ ଗସ୍ତରେ ଯାଇ ଶନିବାର ଲଣ୍ଡନରେ ପହଞ୍ଚିଛନ୍ତି।
ଦିନକୁ ଦିନ ବିଗୁଡୁଛି ଚୀନ-ତାଇବାନ ସ୍ଥିତି। ଦୁଇ ଦେଶ ମଧ୍ୟରେ ପରିସ୍ଥିତ ଉତ୍ତେଜନାପୂର୍ଣ୍ଣ ଥିବାବେଳେ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ ଯେମିତି ନିଆଁ ଲଗାଇ ଦେଇଛି। ରବିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ ସାକ୍ଷାତକାରରେ କହିଛନ୍ତି, ଯଦି ଚୀନ ତାଇବାନ ଉପରେ ଆକ୍ରମଣ କରେ ତେବେ ଆମେରିକା ସେନା ତାଇବାନକୁ ସୁରକ୍ଷା ଯୋଗାଇବେ।
ଆଜି ବ୍ରିଟେନ୍ର ଦିବଙ୍ଗତ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ରାଜକୀୟ ପରମ୍ପରା ହେବ। ଲଣ୍ଡନର ୱେଷ୍ଟମିନ୍ଷ୍ଟର ହଲ୍ରେ ରଖାଯାଇଥିବା ମହାରାଣୀଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେବାକୁ ଜନତାଙ୍କ ଲମ୍ବା ଲାଇନ୍ ଲାଗିଛି।
ବକିଂହାମ୍ ପ୍ୟାଲେସ୍ ପକ୍ଷରୁ ପ୍ରାୟ ୫ଶହ ବିଦେଶୀ ଅତିଥିଙ୍କୁ ଶେଷକୃତ୍ୟରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି।