Advertisment

ପୁଣି ସାରା ବିଶ୍ୱରେ କରୋନା ବ୍ୟାପିବା ଆଶଙ୍କା ! ସବୁଠୁ ଘାତକ ଭାଇରସ୍‌ ପ୍ରସ୍ତୁତ କଲେ ବୈଜ୍ଞାନିକ

ବୋଷ୍ଟନ ୟୁନିଭର୍ସିଟିର ଲ୍ୟାବ୍‌ ପକ୍ଷରୁ କୃତ୍ରିମ ଉପାୟରେ ଏମିତି ଏକ କୋଭିଡ୍-୧୯ ଭାଇରସ୍ ତିଆରି କରାଯାଇଛି, ଯାହାକି କରୋନାର ସବୁ ପ୍ରଜାତି ତଥା ଭାରିଆଣ୍ଟଠୁ ବି ଅଧିକ ଘାତକ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Artificial COVID19 Virus

Boston University Created Artificial Covid-19 Virus In laboratory

ସାରା ବିଶ୍ୱରେ ପ୍ରାଣଘାତୀ ମହାମାରୀ କରୋନାକୁ ନେଇ ଲାଗି ରହିଥିବା ଆତଙ୍କ ମଧ୍ୟରେ ଆମେରିକାର ବୋଷ୍ଟନ ୟୁନିଭର୍ସିଟିର ଲାବୋରାଟୋରୀର ରିସର୍ଚ୍ଚକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ବୋଷ୍ଟନ ୟୁନିଭର୍ସିଟିର ଲ୍ୟାବ୍‌ ପକ୍ଷରୁ କୃତ୍ରିମ ଉପାୟରେ ଏମିତି ଏକ କୋଭିଡ୍-୧୯ ଭାଇରସ୍ ତିଆରି କରାଯାଇଛି, ଯାହାକି କରୋନାର ସବୁ ପ୍ରଜାତି ତଥା ଭାରିଆଣ୍ଟଠୁ ବି ଅଧିକ ଘାତକ। ଯାହାର ମୃତ୍ୟୁହାର ସମ୍ଭାବନା ୮୦ ପ୍ରତିଶତ ବୋଲି କୁହାଯାଉଛି।

Advertisment

ବୋଷ୍ଟନ ୟୁନିଭର୍ସିଟିର ଏହି ଷ୍ଟଡି ବର୍ତ୍ତମାନ ସାମ୍ନାକୁ ଆସିବା ପରେ ଏନେଇ ବିଶ୍ୱବ୍ୟାପୀ ବିବାଦ ଦେଖାଦେଇଛି। ଲ୍ୟାବ୍‌ରେ ହୋଇଥିବା ଏଭଳି ଭୁଲ୍ ପାଇଁ ସାରା ବିଶ୍ୱରେ ପୁଣି ଏକ ମହାମାରୀ ବ୍ୟାପିବାର ଆଶଙ୍କା କରିଛନ୍ତି ବିଶେଷଜ୍ଞ। ବିଶ୍ୱବ୍ୟାପୀ ଏଭଳି ଉଦ୍‌ବାଗ ପରେ ୟୁଏସ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ:କରୋନାକୁ ମାତ୍‌ ଦେବାକୁ ଆସିଲା ନୂଆ ଅସ୍ତ୍ର, ଭାରତର ପ୍ରଥମ ନାଜାଲ୍ କୋଭିଡ୍ ଟିକାକୁ ମିଳିଲା ମଂଜୁରୀ

Advertisment

ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ହେଲ୍‌ଥ୍‌(NIH) ପକ୍ଷରୁ ମଧ୍ୟ ଏହାର ଯାଞ୍ଚ ଆରମ୍ଭ ହୋଇଛି। ଏହି  ଆର୍ଟିଫିସିଆଲ୍ ଅର୍ଥାତ୍‌ କୃତ୍ରିମ ଭାଇରସ୍ ପ୍ରସ୍ତୁତି ସମୟରେ ଚୀନ୍‌ର ଉହାନ ଲ୍ୟାବ୍‌ରୁ ବାହାରିଥିବା କୋଭିଡ୍-୧୯ର ଓମିକ୍ରନ ପ୍ରଜାତି ସହ ମେଳ କରାଯାଇଥିଲା। ଏହି ସମୟରେ ଜଣାପଡ଼ିଥିଲା, ଆର୍ଟିଫିସିଆଲ୍ ଭାଇରସ୍ ଏହାଠୁ ଅଧିକ ଘାତକ।

ସେହିପରି କିଛି ମୂଷାଙ୍କ ଦେହରେ ମଧ୍ୟ ଏହି ଆର୍ଟିିଫିସିଆଲ୍ ଭାଇରସ୍‌ର ପରୀକ୍ଷଣ କରାଯାଇଥିଲା। ପରୀକ୍ଷଣ ବେଳେ ୮୦% ମୂଷାଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହା କୋଭିଡ୍-୧୯ର ଅସଲି ଷ୍ଟେନ୍ ଭଳି ବ୍ୟାପୁଛି ନା ନାହିଁ, ତାହା ପରୀକ୍ଷଣ ହୋଇନଥିବା ଜଣାପଡ଼ିଛି। NIHର ସୂଚନା ଅନୁସାରେ, ଆର୍ଟିଫିସିଆଲ୍ ଭାଇରସ୍‌ର ରିସର୍ଚ୍ଚ ପାଇଁ ଆମେରିକା ସରକାରଙ୍କ ପକ୍ଷରୁ ଅନୁଦାନ ଯୋଗାଇ ଦିଆଯାଇଛି। ହେଲେ ଥରେ ମଧ୍ୟ ଏହାର ସମୀକ୍ଷା କରାଗଲାନି।

ତେବେ ବୋଷ୍ଟନ ୟୁନିଭର୍ସିଟି ପକ୍ଷରୁ କୁହାଯାଇଛି ଯେ, ବୈଜ୍ଞାନିକ ଏବଂ ସ୍ଥାନୀୟ ସଦସ୍ୟକୁ ନେଇ ଗଠିତ ଇନଷ୍ଟିଚ୍ୟୁସନାଲ୍ ବାଓସେଫ୍ଟି କମିଟି ଏହି ଷ୍ଟଡିର ସମୀକ୍ଷା କରିବା ସହ ମଞ୍ଜୁରୀ ଦେଇଛି। ଏହାସହ ବୋଷ୍ଟନ ହେଲ୍‌ଥ୍‌ କମିଶନ ମଧ୍ୟ ଏହାକୁ ମଞ୍ଜୁରୀ ଦେଇଛନ୍ତି। ସମସ୍ତ ‌ଆବଶ୍ୟକୀୟ ଦାୟିତ୍ୱ ଏବଂ ପ୍ରୋଟୋକଲ୍ ସହ ଆର୍ଟିଫିସିଅାଲ୍ ଭାଇରସ୍ ପ୍ରସ୍ତୁତ କରାଯାଇଛି।

Coronavirus COVID19
Advertisment
Advertisment