Advertisment

ଦିୱାଲିରେ ବାଇଡେନ ଜାଳିଲେ ଦୀପ, ଚମକିଲା ହ୍ୱାଇଟ ହାଉସ

ଆଲୋକର ପର୍ବ ଦୀପାବଳି । ଭାରତୀୟ ପରମ୍ପରର ପ୍ରତୀକ। ଖୁସି ଆଉ ଆନନ୍ଦର ପର୍ବ ହେଉଛି ଦୀପାବଳି। ଏହି ଖୁସି ଆଉ ଆନନ୍ଦ ଏହି ମାଟି ଆଉ ମନରେ ସୀମିତ ହୋଇ ରହିନାହିଁ। ଖୁସିର ପର୍ବକୁ ବିଦେଶୀ ବି ହସି ହସି ପାଳନ କରୁଛନ୍ତି। ଖୁସି, ଆନନ୍ଦ ଆଉ ଜ୍ଞାନର ଏହି ଦୀପ ଏବେ ଭାରତୀୟଙ୍କ ଘର ଅଗଣାରୁ ଯାଇ ପହଞ୍ଚିଛି ହ୍ୱାଇଟ ହାଉସରେ

author-image
Minati Mishra
ଅଦ୍ୟତନ ହୋଇଛି
diwali festival in white house

diwali festival in white house

ଆଲୋକର ପର୍ବ ଦୀପାବଳି । ଭାରତୀୟ ପରମ୍ପରର ପ୍ରତୀକ। ଖୁସି ଆଉ ଆନନ୍ଦର ପର୍ବ ହେଉଛି ଦୀପାବଳି। ଏହି ଖୁସି ଆଉ ଆନନ୍ଦ ଏହି ମାଟି ଆଉ ମନରେ ସୀମିତ ହୋଇ ରହିନାହିଁ। ଖୁସିର ପର୍ବକୁ ବିଦେଶୀ ବି ହସି ହସି ପାଳନ କରୁଛନ୍ତି। ଖୁସି, ଆନନ୍ଦ ଆଉ ଜ୍ଞାନର ଏହି ଦୀପ ଏବେ ଭାରତୀୟଙ୍କ ଘର ଅଗଣାରୁ ଯାଇ ପହଞ୍ଚିଛି ହ୍ୱାଇଟ ହାଉସରେ। ସୋମବାର ହ୍ୱାଇଟ ହାଉସରେ ପାଳନ କରାଯାଇଛି ଦୀପାବଳି। ଆମେରିକାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନିକ ଅଧିକାରୀ ଏବଂ ଭାରତୀୟ ଆମେରିକୀୟଙ୍କ ଉପସ୍ଥିତିରେ ଏହି ଦୀପାବଳି ପର୍ବ ପାଳନ କରିଛନ୍ତି।

Advertisment

ଦୀପାବଳୀ ପାଳନ ଅବସରରେ ବାଇଡେନ କହିଥିଲେ, ‘ଆପଣଙ୍କ ଗହଣରେ ଏପରି ଦୀପାବଳି ପାଳନ କରୁଥିବାରୁ ନିଜକୁ ସମ୍ମାନିତ ମନେ କରୁଛି ।ହ୍ୱାଇଟ ହାଉସରେ ଏହା ପ୍ରଥମ ଦୀପାବଳି ଉତ୍ସବ ଅଟେ। ଏବେ ଆମ ପାଖରେ ପୂର୍ବ ଅପେକ୍ଷା ଅଧିକ ଏସୀୟ ଆମେରିକୀୟ ଅଛନ୍ତି। ଆମେ ଆପଣଙ୍କ ଦୀପାବଳି ଉତ୍ସବକୁ ଆମେରିକା ସଂସ୍କୃତିର ଏକ ଆନନ୍ଦମୟ ଅଂଶ ଭାବେ ଗ୍ରହଣ କରିଛୁ। ଆଉ ଏଥିପାଇଁ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ। ଯୁକ୍ତରାଜ୍ୟ ଆମେରିକା,ଭାରତ ଏବଂ ସାରା ଦୁନିଆରେ ଏହି ଆନନ୍ଦର ପର୍ବ ଦୀପାବଳି ପାଳୁଥିବା ହିନ୍ଦୁ, ଜୈନ, ଶିଖ ଏବଂ ବୌଦ୍ଧ ଧର୍ମାବଲମ୍ବୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ।’

ଅଧିକ ପଢ଼ନ୍ତୁ: ଗୀତ ଗାଇଲେ, ସୀମାରେ ଯବାନଙ୍କ ସହ ଦୀପାବଳି ପାଳିଲେ ମୋଦି

Advertisment

ଏହି ଉତ୍ସବରେ ଉପରାଷ୍ଟ୍ରପତି କମଲା ହାରିସ ମଧ୍ୟ ଦୀ଼ପାବଳି ଶୁଭେଚ୍ଛା ଜଣାଇଥିଲେ। କମଲା କହିଥିଲେ, ଖରାପ ଉପରେ ଭଲ, ଅଜ୍ଞାନ ଉପରେ ଜ୍ଞାନର ଏବଂ ଅନ୍ଧାର ଉପରେ ଆଲୋକର ବିଜୟର ପର୍ବ ହେଉଛି ଦୀପାବଳି। ବାଇଡେନ ପ୍ରଶାସନ ସାରା ବିଶ୍ୱର ଏକ ବିଲିୟନ ଲୋକଙ୍କୁ ଦୀପ ଜଳାଇବା ନାଁରେ ଏକାଠି କରିଛି। 

ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନ ଏସୀୟ ଆମେରିକୀ ସମୁଦାୟଙ୍କ ପଶଂସା କରି କହିଥିଲେ, ଏହି ଦୀପକୁ ଆପଣ ଏହି ଘର (ହ୍ୱାଇଟ ହାଉସ) ପର୍ଯ୍ୟନ୍ତ ଆଣି ପାରିଥିବାରୁ ମୁଁ ଦୃଢତାର ସହ, ବିଶ୍ୱାସର ସହ ଏବଂ ଶ୍ରଦ୍ଧାର ସହ ଆପଣଙ୍କ ପାଖରେ ଋଣୀ।

ଏଠି କହି ରଖିବୁ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‌ଙ୍କ କାର୍ଯ୍ୟକାଳ ସମୟରେ ମଧ୍ୟ ପ୍ରତି ବର୍ଷ ହ୍ୱାଇଟ ହାଉସରେ ଦୀପାବଳି ପାଳନ କରାଯାଇଥାଏ। ତେବେ ଏଥର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ତାଙ୍କ ପତ୍ନୀ ଜିଲ୍‌ ବାଇଡେନ ଦୀପାବଳି ଉତ୍ସବ ପାଳନ ପାଇଁ ଭାରତୀୟ ଆମେରିକୀୟଙ୍କୁ ସୋମବାର ହ୍ୱାଇଟ ହାଉସକୁ ଆମନ୍ତ୍ରଣ କରିଥିଲେ। ଅନ୍ୟପକ୍ଷେ ବିଦେଶ ମନ୍ତ୍ରୀ ଏଣ୍ଟନି ବ୍ଲିଂକନ ବିଦେଶ ମନ୍ତ୍ରାଳୟରେ ରାଜନୈକ ବ୍ୟକ୍ତିବିଶେଷଙ୍କ ସହ ଆଉ ଏକ ଦୀପାବଳି ଅକ୍ଟୋବର ୨୬ ତାରିଖ ପାଳନର ଆୟୋଜନ କରୁଛିନ୍ତି।

Joe Biden Diwali 2022 US President Joe Biden
Advertisment
Advertisment