Advertisment

ମାନ୍ଦାବସ୍ଥା ସୁଧାରିବାକୁ କଣ ମ୍ୟାଜିକ୍ କରିବେ ରିଷି ?

ଲୋକଙ୍କ ଆଶା, କେବଳ ସେ ହିଁ ବ୍ରିଟେନ୍ ଅର୍ଥନୀତି ପାଇଁ ସାଜିପାରିବେ ସଂକଟମୋଚକ।

author-image
Chandan Shishu
ଅଦ୍ୟତନ ହୋଇଛି
Rishi Sunak

Rishi Sunak Creates History

ଓଲଟି ଯାଇଛି ଇତିହାସ ବ୍ରିଟେନ୍‌ରେ ଆରମ୍ଭ ହୋଇଛି ଜଣେ ଭାରତୀୟଙ୍କ ରାଜ୍। ବ୍ରିଟିଶ ସାମ୍ରାଜ୍ୟବାଦ୍ କବଳରୁ ମୁକ୍ତି ପାଇବାର ୭୫ ବର୍ଷ ପରେ ଏଭଳି ଘୁରିଛି ସମୟର ଚକ୍ର ଯେ ସାରା ବିଶ୍ୱ ଚକିତ ହୋଇଛି। ଯେଉଁ ଭାରତୀୟଙ୍କ ଉପରେ ବ୍ରିଚିଶ ୨ଶହ ବର୍ଷ ଧରି ଶାସନ କରିଥିଲେ, ଏବେ ସେମାନଙ୍କ ମଧ୍ୟରୁ ଜଣେ ସାଜିଛନ୍ତି ବ୍ରିଟିଶବାସୀଙ୍କ ଭାଗ୍ୟ ବିଧାତା।

Advertisment

କୁହାଯାଏ ସମୟର ଗତି କେତେବେଳେ ବଦଳିଯିବ କେହି କହିପାରିବେ ନାହିଁ ଯେଉଁ ବ୍ରିଟେନ୍ ଦିନେ ସମଗ୍ର ବିଶ୍ୱରେ ସାମ୍ରାଜ୍ୟ ବିସ୍ତାର କରିଥିଲା, ଯେଉଁ ସାମ୍ରାଜ୍ୟର ସୂର୍ଯ୍ୟ କେବେ ଅସ୍ତ ଯାଉନଥିଲେ ଏବେ ସେଇ ସାମ୍ରାଜ୍ୟର ଅଧିପତି ହୋଇଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ। ସେ ପୁଣି ଜଣେ ପୋଖତ ହିନ୍ଦୁ। ଋଷି ସୁନକ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହେବା ସହ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଏଥିସହିତ ପ୍ରମାଣିତ ହୋଇଛି ଯେ, ସଫଳତା ରାସ୍ତାରେ ଜାତିି, ବର୍ଣ୍ଣ ଓ ଧର୍ମଗତ ବିବେଚନା ଗୁରୁତ୍ୱ ରଖେ ନାହିଁ। ଦକ୍ଷତା ବଳରେ ମଣିଷ ଯେ କୌଣସି ଉଚ୍ଚତାରେ ବି ପହଞ୍ଚିପାରେ ସୁନକଙ୍କ କ୍ଷେତ୍ରରେ ତାହା ହିଁ ପ୍ରମାଣିତ ହୋଇଛି। ସ୍ଥିତି ଏମିତି ହୋଇଥିଲା ଯେ ସୁନକଙ୍କୁ ପ୍ରଧାନମନ୍ତ୍ରୀ କରିବା ବଦଳରେ  କଞ୍ଜର୍ଭେଟିଭ୍ ପାର୍ଟି ପାଖରେ ଚାରା ନାହିଁ।

ଅଧିକ ପଢ଼ନ୍ତୁ: ରିଷି ସୁନକ କିଏ ?

ବ୍ରିଟେନବାସୀଙ୍କ ଆଗରେ ଏବେ ଏକମାତ୍ର ତ୍ରାଣକର୍ତ୍ତା ଋଷି ସୁନକ୍। ଲୋକଙ୍କ ଆଶା, କେବଳ ସେ ହିଁ ବ୍ରିଟେନ୍ ଅର୍ଥନୀତି ପାଇଁ ସାଜିପାରିବେ ସଂକଟମୋଚକ। ଲୋକଙ୍କ ବିଶ୍ୱାସ ଓ ଭରସା ରକ୍ଷା କରିବା ସୁନକଙ୍କ ପାଇଁ ହେବ ବଡ଼ ଚ୍ୟାଲେଞ୍ଜ। ପୂର୍ବତନ ଅର୍ଥମନ୍ତ୍ରୀ ଭାବେ ସୁନକ୍ ଦକ୍ଷତାର ସହ କର୍ତ୍ତବ୍ୟ ସଂପାଦନ କରିବା ସହିତ, କୋଭିଡ୍ କାଳରେ ବ୍ରିଟିଶ୍ ଅର୍ଥନୀତିକ ସଫଳ ପରିଚାଳନା କରିଥିଲେ। ମହାମାରୀର ଚାପ ଭିତରେ ଜନସାଧାରଣଙ୍କ ସ୍ବାର୍ଥ ରକ୍ଷା ସହ ବ୍ରିଟିଶ ଅର୍ଥନୀତି କିଭଳି ଲାଇନଚ୍ୟୁତ ନହେବ ତା ଉପରେ ସତର୍କ ଦୃଷ୍ଟି ରଖିଥିଲେ ସୁନକ୍।

Advertisment

ବୋରିସ ଜନସନ୍ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବା ପରେ ସୁନକ୍ ରେସର ଆଗରେ ଥିଲେ। ଏହାସତ୍ତ୍ୱେ କଂଜର୍ଭେଟିଭ୍ ପାର୍ଟି ସଦସ୍ୟ ଲିଜ୍ ଟ୍ରସଙ୍କ ଉପରେ ଭରସା କରିଥିଲା। ଏହାକୁ ନେଇ ସୁନକ୍ ନିରାଶ ହେଲେ ମଧ୍ୟ ହତୋତ୍ସାହିତ ହୋଇନଥିଲେ। କାରଣ ସେ ଜାଣିଥିଲେ ଉଚ୍ଚ ମୁଦ୍ରାସ୍ଫୀତି ଓ ଆର୍ଥିକ ମାନ୍ଦାବସ୍ଥା କାଳରେ ସମ୍ଭ୍ରାନ୍ତଙ୍କ ଟିକସ କାଟ ନିଷ୍ପତ୍ତି ବୁମେରାଂ ହେବ। ଏହା ନକରିବା ଲାଗି ସେ ଟ୍ରସଙ୍କୁ ଚେତାଇ ବି ଦେଇଥିଲେ। ମାତ୍ର ଟ୍ରସ୍ ନିଜ ପ୍ରତିଶ୍ରୁତି ମୁତାବକ ଟିକସ ହ୍ରାସ ନେଇ ଘୋଷଣା କରିବା ମାତ୍ରେ ବ୍ରିଟିଶ ଅର୍ଥ ବଜାରରେ ସୃଷ୍ଟି ହୋଇଥିଲା ହଇଚଇ। ଡଲାର ତୁଳନାରେ ମାଟିକାମୁଡ଼ି ପଡ଼ିଥିଲା ବ୍ରିଟିଶ ପାଉଣ୍ଡ୍। ଯାହାକୁ ନେଇ ଯୁବ୍ଧ ହୋଇଥିଲେ ବ୍ରିଟେନବାସୀ। ଟ୍ରସ୍ ତୁରନ୍ତ ଇସ୍ତଫା ଦେବାକୁ ଦାବି ଜୋର ଧରିଥିଲା। ଫଳରେ ଦାୟିତ୍ୱ ନେବାର ମାତ୍ର ୪୫ ଦିନ ମଧ୍ୟରେ ପଦରୁ ହଟି ଯାଇଥିଲେ ଟ୍ରସ୍।

ଅଧିକ ପଢ଼ନ୍ତୁ: ରିଷି ସୁନକଙ୍କ ରାଜନୈତିକ ଯାତ୍ରା ଓ ରୋଚକ କଥା

ଦୀର୍ଘ ୪୫ ଦିନର ଅସ୍ଥିରତା ମଧ୍ୟରେ ସଂପୂର୍ଣ୍ଣ ନିରବ ରହିଥିଲେ ସୁନକ୍। ଏମିତିକି ଟ୍ରସଙ୍କ ବିରୋଧରେ ଶବ୍ଦଟିଏ ବି କହିନଥିଲେ, କି ନିଜ ଚେତବାନୀ ବିଷୟରେ ଉଲ୍ଲେଖ କରିନଥିଲେ। ଅନ୍ୟପକ୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଓ ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ପେନି ମୋର୍ଡାଣ୍ଟ ରେସରୁ ଓହରି ଯିବା ପରେ ବ୍ରିଟିଶ  ଶାସନର ଡୋରି ଧରିବା ଲାଗି ପରିଷ୍କାର ହୋଇଯାଇଥିଲା ସୁନକଙ୍କ ରାସ୍ତା। ତେବେ ତାଙ୍କ ପାଇଁ ଅତି କଷ୍ଟକର ହେବାକୁ ୟାଉଛି ଆଗାମୀ ଦୁଇ ବର୍ଷର ଯାତ୍ରା। କାରଣ ବ୍ରିଟେନ୍‌ର ଅର୍ଥନୀତି ମାନ୍ଦାବସ୍ଥା ବା ରିସେସନ୍ ମୁହାଁ ହୋଇସାରିଛି। ଅର୍ଥନୀତିକୁ ଟ୍ରାକକୁ ଫେରାଇବା ସହ ବ୍ରିଟିଶ ନାଗରିକଙ୍କ ମନ ଜିଣିବାକୁ ହେଲେ ସୁନକଙ୍କୁ କିଛି ମ୍ୟାଜିକ୍ ଦେଖାଇବାକୁ ପଡ଼ିବ। 

Rishi Sunak
Advertisment
Advertisment