• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Covovax Vaccine
ପୁଣି ଆଉ ଗୋଟିଏ ଭାରତୀୟ ଟିକାକୁ WHO ର ମଞ୍ଜୁରୀ

ଆାଉ ଏକ କରୋନା ଟିକାକୁ ମିଳିଲା WHO ପକ୍ଷରୁ ମଞ୍ଜୁରୀ । କୋଭିସିଲ୍ଡ ପ୍ରସ୍ତୁତକାରୀ ଭାରତୀୟ କମ୍ପାନୀ ସେରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଛି ଅନୁମତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା WHO ପକ୍ଷରୁ କୋଭୋଭାକ୍ସ ଟିକାକୁ ଅନୁମତି ଦିଆଯାଇଛି ।

Omicron
ବ୍ରିଟେନରେ ହୁ ହୁ ହୋଇ ମାତୁଛି ଓମିକ୍ରନ

ବ୍ରିଟେନ୍‌ରେ ବଢିଚାଲିଛି ଓମିକ୍ରିନ୍ ଭାରିଆଣ୍ଟ ସଂକ୍ରମଣ । ଗତକାଲି ଗୋଟିଏ ଦିନରେ ବ୍ରିଟେନ୍‌ରେ ୯୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଭାରତରେ ମଧ୍ୟ ଓମିକ୍ରନ ସଂକ୍ରମଣ ଶହେ ଟପି ସଂଖ୍ୟା ୧୧୩ ଛୁଇଁଛି । ଭାରତର ୧୧ ରାଜ୍ୟକୁ ଛୁଇଁ ସାରିଲାଣି କରୋନାର ଏହି ନୂଆ ରୂପ ।

Mansa Varanasi
Miss World 2021ରେ କରୋନା କହର ! ସ୍ଥଗିତ ହେଲା ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମ, ୧୭ ସୁନ୍ଦରୀ ପଜିଟିଭ୍

ଦିଲ୍ଲୀ-ମୁମ୍ବାଇ ଭଳି ସହରରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍‌ ବଢ଼ିଯାଇଛି । ଯାହାର ପ୍ରଭାବ ଏବେ ମିସ୍‌ ୱାର୍ଲ୍ଡ ୨୦୨୧ର ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମ ଉପରେ ପଡିଛି ।

Loot CCTV
ଧିରେ ଧିରେ ସ୍କୁଟିରେ ଆସିଲେ, ମୋବାଇଲ ଝାମ୍ପିଲେ ! ଯୁବତୀଙ୍କୁ ଘୋଷାଡ଼ି ନେଲେ, ଦେଖନ୍ତୁ ଭିଡିଓ..

ଏହି ଭାଇରାଲ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଦୁଇ ଜଣ ଦୁର୍ବୃତ୍ତ ଏକ ସ୍କୁଟିରେ ରାସ୍ତର ରଙ୍ଗ ସାଇଟ୍‌ରେ ଆସିଲେ । ସ୍କୁଟି ପଛରେ ବସିଥିବା ବ୍ୟକ୍ତି ହଠାତ୍‌ ଜଣେ ମହିଳାଙ୍କ ହାତରୁ ଫୋନ୍‌ ଝାମ୍ପି ନେଇ ଫେରାର ହେବାକୁ ଚେଷ୍ଟା କରିଥିଲେ ।

Kim Jong
ପୁଣି କିମ୍‌ଙ୍କ ଅଜବ ନିୟମ ! ହସିବା-ମଦ ପିଇବା, ଏମିତିକି କେହି ମରିଗଲେ ବି କାନ୍ଦିବା ମନା..

କେତେବେଳେ ଚୁଟି କଟାକୁ ନେଇ ତ କେତେବେଳେ ଡ୍ରେସ୍ ପିନ୍ଧାକୁ ନେଇ ସେ ଅଜବ ଗଜବ ନିୟମ କାନୁନ ଆଣିଥାନ୍ତି । ଯାହାକି ଉତ୍ତର କୋରିଆବାସୀ ଚାହୁଁନଥିଲେ ମଧ୍ୟ ମାନିବାକୁ ବାଧ୍ୟ ହୋଇଥାନ୍ତି ।

Facebook, Instagram, Messenger, and WhatsApp down again for some users
ନୂଆ ଖବର ! ହ୍ୱାଟ୍ସଆପ୍‌ରେ ଆସୁଛି ଆଉ ଏକ ବଡ଼ ଫିଚର, ଆଡ୍‌ମିନ୍‌କୁ କରିବ ପାୱାରଫୁଲ୍‌

ଏଥିରେ ଅନେକ ଫିଚର ରହିଛି । ଯାହାକୁ ବ୍ୟବହାରକାରୀ ଅତ୍ୟନ୍ତ ସଜହରେ ବ୍ୟବହାର କରିପାରୁଛି । ତେବେ ଏଥିରେ ଖୁବ୍‌ଶୀଘ୍ର ଆଉ ଏକ ନୂଆ ଫିଚର ଯୋଡ଼ି ହେବାକୁ ଯାଉଛି ।

CAVE VILLAGE, IRAN
୧୦ ହଜାର ବର୍ଷ ପୁରୁଣା 'ଗୁମ୍ଫାର ଗାଁ'

ପାହାଡ, ପର୍ବତ ଓ ନିଜର ପ୍ରାକୃତିକ ସୁନ୍ଦରତା ପାଇଁ ବେସ୍‌ ଜଣାଶୁଣା ଇରାନ୍‌। ଏଠାକାର ଜନସଂଖ୍ୟାର ଏକ ବଡ ଭାଗ ମୈଦାନ ଅଂଚଳରେ ବସବାସ କରନ୍ତି । କିନ୍ତୁ ଏଠାକାର କିଛି ଜନସଂଖ୍ୟା ଗୁମ୍ଫା ଗୁଡିକରେ ମଧ୍ୟ ରୁହନ୍ତି । ସେହିକ୍ରମରେ ଇରାନରେ ରହିଛି ଏକ ନିଆରା ଗାଁ । ଯାହାକୁ କୁହାଯାଏ ‘ଗୁମ୍ଫାର ଗାଁ’ ।

luv
ଡରାଇଲାଣି ଓମିକ୍ରନ୍‌ ! ଦେଶରେ ୧୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଏନେଇ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ଏବେ ସୁଦ୍ଧା ଦେଶର ୧୧ ରାଜ୍ୟରେ ମୋଟ ୧୦୧ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

vicky and katrina
ଭିକ୍ଟ୍ରିନାଙ୍କ ଗ୍ରାଣ୍ଡ ରିସେପସନ୍‌, କୋଭିଡ ନେଗେଟିଭ୍ ରିପୋର୍ଟ ବିନା ଏଣ୍ଟ୍ରୀ ନାହିଁ

ନିକଟରେ ହାତକୁ ଦିହାତ ହୋଇଛନ୍ତି ବଲିଉଡ଼ର ଷ୍ଟାର କପଲ୍ ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ । ରାଜସ୍ଥାନରେ ବିବାହ କରି ସାରିବା ପରେ ମୁମ୍ବାଇ ଫେରି ଆସିଛନ୍ତି ନବ ଦମ୍ପତ୍ତି ଭିକି-କ୍ୟାଟ୍ରିନା । ବର୍ତ୍ତମାନ ଦୁହେଁ ମୁମ୍ବାଇରେ ଖୁବ୍‌ ଶୀଘ୍ର ବଲିଉଡ ସେଲିବ୍ରିଟିଙ୍କୁ ଏକ ଗ୍ରାଣ୍ଡ ରିସେପସନ ପାର୍ଟିରେ ଆୟୋଜିତ କରିବାକୁ ଯାଉଛନ୍ତି ଭିକି-କ୍ୟାଟ୍ରିନା । କିନ୍ତୁ ଏହି ପାର୍ଟିରେ ସାମିଲ ହେବାକୁ ଥିବା ଅତିଥିଙ୍କୁ ଆରଟିପିସିଆର ପରୀକ୍ଷା କରିବାକୁ ପଡ଼ିବ । ଏଥିସହ କୋଭିଡ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିବାକୁ ପଡ଼ିବ ।

Gold Price Hike
ପୁଣି ବଢ଼ିଲା ସୁନା ଦର

ପୁଣି ବଢ଼ିଲା ସୁନା ଦର। MCXରେ ଆଜି ସୁନା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ସୁନା ୧୧୧ଟଙ୍କା ବୃଦ୍ଧି ପାଇ ୪୮,୭୦୦ ଟଙ୍କାରେ କାରବାର ଚାଲିଥିବା ଦେଖିବାକୁ ମିଳିଛି।

Why Christmas is celebrated know the amazing secret of santa claus and its three colors
ଯୀଶୁଙ୍କ ଜନ୍ମ ଦିନକୁ କାହିଁକି ଖ୍ରୀଷ୍ଟମାସ କୁହାଯାଏ ? କଣ ରହିଛି ପୁରା କାହାଣୀ ? ଜାଣନ୍ତୁ...

ପ୍ରତ୍ୟେକ ବର୍ଷ ୨୫ ଡିସେମ୍ବରରେ ସମସ୍ତେ ଏକତ୍ରିତ ହୋଇ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ଖ୍ରୀଷ୍ଟମାସ ଦିବସ ଭାବରେ ପାଳନ କରିଥାନ୍ତି । ଖ୍ରୀଷ୍ଟମାସରେ ତିନୋଟି ରଙ୍ଗର ବିଶେଷ ମହତ୍ତ୍ୱ ରହିଛି । ଏହି ରଙ୍ଗ ଯୀଶୁଙ୍କ ରକ୍ତର ପ୍ରତୀକ ବୋଲି କୁହାଯାଏ । ଏହା ବ୍ୟତୀତ ଅନ୍ୟମାନଙ୍କ ପ୍ରତି ତାଙ୍କର ସର୍ତ୍ତବିହୀନ ପ୍ରେମ ପାଇଁ ଲାଲ ରଙ୍ଗର ବ୍ୟବହାର କରାଯାଇଥାଏ ।

Coronavirus
ଦିନକରେ ୧୦ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ, ବଢ଼ିଲା ଚିନ୍ତା...

ଦିନକୁ ଦିନ ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଆଜି ନୂଆଦିଲ୍ଲୀରେ ୧୦ ନୂଆ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି। 

modi
ମୋଦିଙ୍କୁ ଅନ୍ତର୍ଜାତୀୟ ସମ୍ମାନ ! ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ମାନିତ କରିବ ଭୁଟାନ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ । ବର୍ଷ ବର୍ଷ ଧରି ଭୁଟାନକୁ ଭାରତର ସମର୍ଥନ ଏବଂ କରୋନା ବିପତ୍ତି ବେଳେ ସାହାଯ୍ୟ ସହଯୋଗ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଉଛି ।

Merry Christmas
ଡିସେମ୍ବର ୨୫ ନୁହେଁ ଏଠି ଜାନୁଆରୀ ୭ରେ ପାଳନ କରାଯାଏ ଖ୍ରୀଷ୍ଟମାସ, କଣ ରହଛି କାରଣ ?

ଖ୍ରୀଷ୍ଟମାସ ପର୍ବ ପ୍ରତିବର୍ଷ ୨୫ ଡିସେମ୍ବରରେ ଦେଶ ତଥା ବିଶ୍ୱରେ ପାଳନ କରାଯାଏ । ଏହି ପର୍ବ ମୁଖ୍ୟତ ଖ୍ରୀଷ୍ଟିଆନ ଧର୍ମର ଅଟେ, କିନ୍ତୁ ପ୍ରାୟ ସମସ୍ତ ଧର୍ମର ଲୋକ ଏହି ପର୍ବ ପାଳନ କରନ୍ତି । ଏହି ପର୍ବ ଖ୍ରୀଷ୍ଟିୟାନ ମାନଙ୍କ ପାଇଁ ବହୁତ ମହତ୍ୱ ରଖିଥାଏ । ପ୍ରତିବର୍ଷ ଖ୍ରୀଷ୍ଟମାସ ୨୫ ଡିସେମ୍ବରରେ ପାଳନ କରାଯାଏ କିନ୍ତୁ କଣ ଆପଣ ଜାଣନ୍ତି ଦୁନିଆରେ ଏମିତି ଅନେକ ସ୍ଥାନ ବା ଦେଶ ରହିଛି ଯେଉଁଠି ଖ୍ରୀଷ୍ଟମାସ ୨୫ ଡିସେମ୍ବର ନୁହେଁ ବରଂ ଜାନୁୟାରୀ ୭ରେ ପାଳନ କରାଯାଏ । ହେଲେ କାହିଁକି, କଣ ରହିଛି ଏହା ପଛର କାରଣ ?

Manasa Varanasi
Miss World 2021 ପ୍ରତିଯୋଗିତାରେ ପଶିଲା କରୋନା, ଭାରତୀୟ ସୁନ୍ଦରୀ ମାନସା ପଜିଟିଭ୍‌

ମହାମାରୀ କରୋନା ପାଇଁ ମିସ୍‌ ୱାର୍ଲ୍ଡ ୨୦୨୧(Miss World 2021) ପ୍ରତିଯୋଗିତାକୁ ସ୍ଥଗିତ କରାଯାଇଛି। ଏଥିରେ ଭାଗ ନେଇଥିବା ଏକାଧିକ ପ୍ରତିଯୋଗୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। 

Newborn will get Aadhaar number
ଜନ୍ମ ସମୟରେ ହସ୍ପିଟାଲରେ ନବଜାତକଙ୍କୁ ମିଳଯିବ ଆଧାର ନମ୍ବର

ଆଉ ବାପାମା’ଙ୍କୁ ହଇରାଣ ହେବାକୁ ପଡ଼ିବ ନାହିଁ । ଜନ୍ମ ସମୟରେ ହସ୍ପିଟାଲରେ ନବଜାତକଙ୍କୁ ମିଳଯିବ ଆଧାର ନମ୍ବର ।

Congress MLA ramesha kumar
କଂଗ୍ରେସ ବିଧାୟକଙ୍କ ବିବାଦୀୟ ବୟାନ୍ ! ଦୁଷ୍କର୍ମରୁ ବର୍ତ୍ତି ନପାରିଲେ, ଶୋଇପଡ଼ି ମଜା ନିଅ

କର୍ଣ୍ଣାଟକା ବିଧାନସଭାରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ଚାଲିଥିଲା। ଆଉ ସେହି ସମୟରେ ବିବାଦୀୟ ବୟାନ୍ ଦେଇଛନ୍ତି କଂଗ୍ରେସ ବିଧାୟକ ।

1 yr Old Girl Rescued
୧୫ ଫୁଟ୍ ବୋର୍‌ୱେଲ୍‌ ଗାତରୁ ଉଦ୍ଧାର ହେଲା ବର୍ଷକର ଶିଶୁ, ୯ ଘଣ୍ଟା ଧରି ଚାଲିଥିଲା ଉଦ୍ଧାର କାର୍ଯ୍ୟ...

କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଅର୍ଥାତ୍‌ ଯାହାକୁ ଭଗବାନ ରଖିବେ, ତାର କିଏ ବା କ’ଣ କରିପାରେ। ୧୫ ଫୁଟ୍ ବୋର୍‌ୱେଲ୍‌ ଗାତରୁ ଜଣେ ଶିଶୁ କନ୍ୟାକୁ ସୁରକ୍ଷିତ ଭାରବେ ଉଦ୍ଧାର କରାଯାଇଛି।

Film Pushpa
ସୁପର ଷ୍ଟାଇଲ୍, ଜବରଦସ୍ତ ଆକ୍ସନ ସହ ବଡ଼ ପରଦାରେ ରିଲିଜ୍‌ ହେଲା ଫିଲ୍ମ ‘ପୁଷ୍ପା’

ସୁପର ଷ୍ଟାଇଲ୍, ସାନଦାର ଆକ୍ସନ ସହ ବଡ଼ ପରଦାରେ ରିଲିଜ୍‌ ହୋଇଛି ଷ୍ଟାଇଲିଶ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’। ଚନ୍ଦନ କାଠ ଚୋରି ଓ ଏହା ପଛରେ ଥିବା ସ୍ମଗଲରଙ୍କ କ୍ରାଇମ୍‌କୁ ନେଇ ଫିଲ୍ମ ‘ପୁଷ୍ପା’ର କାହାଣୀ ଆଧାରିତ।

Mother looks just like her daughter
ମା-ଝିଅ ସାଙ୍ଗ ହୋଇ ଡେଟ୍‌ରେ ଯାଆନ୍ତି; ନିଅନ୍ତି ଡବଲ ଫାଇଦା

ଯେତେବେଳେ ମା’ଙ୍କୁ ଡେଟିଂ କରିବାକୁ ଯିବାକୁ ପଡେ ସେ ତାଙ୍କ ଝିଅ ସହିତ ଯାଆନ୍ତି ଏବଂ ସେମାନେ ଏହାର ଡବଲ ଫାଇଦା ନିଅନ୍ତି। ମା-ଝିଅ ନିଜ ନିଜ ପାର୍ଟନରଙ୍କ ସହିତ ଫିଲ୍ମ ଦେଖନ୍ତି, ଭ୍ରମଣ କରନ୍ତି ଏକାଠି ମଜ୍ଜାମସ୍ତି ବି କରନ୍ତି।

Woman found pregnant with baby in liver
ଅଜବ, ମହିଳାଙ୍କ ଲିଭର୍‌ରେ ବଢୁଛି ପିଲା!

ଲିଭରରେ ପିଲା ବଢିବା କଥା ଶୁଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ଏମିତି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି।

Dog saves sick baby girl life
କୁକୁର ସାଜିଲା ରକ୍ଷକ; ବଞ୍ଚେଇଦେଲା ଝିଅର ଜୀବନ

ବେଳେବେଳେ ପଶୁମାନେ ବି ଏମିତି କାମ କରନ୍ତି ଯାହା ମଣିଷଠାରୁ ବି ଆଶା କରାଯାଏ ନାହିଁ। ଏମାନେ ଅନେକ ସମୟରେ ମୂଲ୍ୟବାନ ଜୀବନକୁ ବି ବଞ୍ଚେଇ ଦିଅନ୍ତି। ସେମାନଙ୍କ ଏଭଳି କାମ ତାଙ୍କୁ ପଶୁଠାରୁ ଉର୍ଦ୍ଧ୍ୱକୁ ନେଇଯାଏ।

Girls Marriage
ଝିଅଙ୍କ ବିବାହ ବୟସ ବଢ଼ିଲା, ସୋନାଲି ଭାରି ଖୁସି !

ସରକାରଙ୍କ ନୂଆ ନିଷ୍ପତିକୁ ସ୍ୱାଗତ କରିଛନ୍ତି ସୋନାଲି । ସେ କହିଛନ୍ତି, ତାଙ୍କ ପାଇଁ ନହେଲା ନାଇଁ, ଅନ୍ୟ ଝିଅମାନେ ଏବେ ଆଗକୁ ବଢିପାରିବେ । ଏ କଥା କହିଛନ୍ତି ସୁପ୍ରିୟା ସୁନା ।

Dr Bijay Mohapatra On Omicron Variant
‘ଡେଲ୍ଟାଠାରୁ ଅଧିକ ଶକ୍ତିଶାଳୀ ହେଲେ କ୍ଷତିକାରକ ନୁହେଁ ଓମିକ୍ରନ୍‌’

ନ୍ୟୁଜ୍ ଏଜେନ୍ସି ଆଇଏନ୍‌ଏସ୍‌କୁ ସେ କହିଛନ୍ତି, ଦ୍ୱିତୀୟ ଲହରରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବହୁତ ଅଧିକ ହୋଇଯାଇଥିଲା । ସେତେବେଳେ ଟୀକାକରଣ ସଂଖ୍ୟା ମଧ୍ୟ ଖୁବ୍‌ କମ୍ ଥିଲା । ଯାହା ଫଳରେ ଆମ ଭିତରୁ ଅନେକ ଲୋକ ଭାଇରସ୍‌ ଦ୍ୱାରା ସଂକ୍ରମିତ ମଧ୍ୟ ହୋଇଥିଲେ ।

Fire Crackers
ବାଇକ୍‌ରେ ବାଣ ନେଇ ଯାଉଥିଲେ ଯୁବକ, ଏକାଥରେ ସବୁ ଫୁଟିଗଲା ! ଚାଲିଗଲା ଜୀବନ..

ପୋଲିସ ପକ୍ଷରୁ ଆହୁରି କୁହାଯାଇଛି ଯେ, ଘଟଣାସ୍ଥଳରେ ହିଁ ଏଲ୍‌ କୁମାରଙ୍କ ମୃତ୍ୟୁ ଘଟିଛି । ଏଲ୍‌ କୁମାର ତ୍ରିଚିର ମୂଳ ବାସିନ୍ଦା ବୋଲି ଜଣାପଡ଼ିଛି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।