Fire Crackers
ଚେନ୍ନାଇ: ବାଣ ଫୁଟି ଚାଲିଗଲା ଜୀବନ । ଜଣେ ବ୍ୟକ୍ତି ନିଜ ବାଇକ୍ ଯୋଗେ ଏକ ବସ୍ତାରେ ବାଣ ଭର୍ତ୍ତି କରି ନେଉଥିଲେ । ହଠାତ ଗୋଟିଏ ପରେ ଗୋଟିଏ ବାଣ ଫୁଟିବାରେ ଲାଗିଲା । ଆଉ ଶେଷରେ ଚାଲିଗଲା ଏକ ନିରିହ ଜୀବନ । ଏହି ଘଟଣା ତାମିଲନାଡ଼ୁର କରୁର ଜିଲ୍ଲାରେ ଘଟିଛି । ବାଣ ବିସ୍ଫୋରଣରେ ମୃତ ବ୍ୟକ୍ତି ହେଉଛନ୍ତି ଏଲ୍ କୁମାର, ବୟସ ୪୫ । ସ୍ଥାନୀୟ ପୋଲିସର କହିବାନୁଯାୟୀ ସାଇଲେନ୍ସ ପାଇପ୍ ସଂସ୍ପର୍ଷରେ ଆସି ବାଣ ଗୁଡ଼ିକ ଗରମ ହୋଇ ଫୁଟିଯାଇଛି ।
ପୋଲିସ ପକ୍ଷରୁ ଆହୁରି କୁହାଯାଇଛି ଯେ, ଘଟଣାସ୍ଥଳରେ ହିଁ ଏଲ୍ କୁମାରଙ୍କ ମୃତ୍ୟୁ ଘଟିଛି । ଏଲ୍ କୁମାର ତ୍ରିଚିର ମୂଳ ବାସିନ୍ଦା ବୋଲି ଜଣାପଡ଼ିଛି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ଏନେଇ ଏକ ମାମଲା ମଧ୍ୟ ରୁଜୁ କରିଛି । ଅନ୍ୟପଟେ ଏହି ବାଣ ସବୁ କେଉଁଠୁ ଆସିଥିଲା ସେନେଇ ଯାଞ୍ଚ କରୁଛି ପୋଲିସ । କୁହାଯାଉଛି ଯେ, ଏଲ୍ କୁମାର ଅଧିକାଂଶ ବାଣ ସେହି କରୁର ଜିଲ୍ଲାର କୌଣସି ଗୋଦାମରୁ କିଣିଥିଲେ ।
କେବଳ ସବୁଜ ବାଣକୁ ଅନୁମତି
ସୂଚନାଯୋଗ୍ୟ ଯେ, ଉତ୍ତର ଭାରତ ସମେତ ଦେଶର ଅନେକ ସ୍ଥାନରେ ବାୟୁ ପ୍ରଦୂଷଣ ଯୋଗୁଁ ରାଜ୍ୟ ସରକାର ବାଣ ବ୍ୟା କରିଛନ୍ତି । ଗତ ମାସରେ ଦିଲ୍ଲୀ, ୟୁପି, ହରିୟାଣା ଭଳି ରାଜ୍ୟରେ ବାୟୁ ପ୍ରଦୂଷଣର ମାତ୍ରା ଅତ୍ୟଧିକ ବାଣ ଫୁଠାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଲୋକଙ୍କୁ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । |
ଏହି ରାଜ୍ୟ ଗୁଡ଼ିକରେ ବାଣ ବ୍ୟାନ୍
ଦେଶରେ ଦିଲ୍ଲୀ, ପଞ୍ଜାବ, ମହାରାଷ୍ଟ୍ର, ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ ସମେତ ଅନେକ ରାଜ୍ୟରେ ବାଣ ବ୍ୟାନ୍ କରାଯାଇଛି । ଏହି ସବୁ ରାଜ୍ୟ ଗୁଡ଼ିକରେ ବିଶେଷ ଭାବେ ସବୁଜ ବାଣ ପ୍ରତି ଅଧିକ ଗୁରୁତ୍ୱ ମଧ୍ୟ ଦିଆଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)