/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639715897.jpg)
Film Pushpa
ମୁମ୍ବାଇ: ସୁପର ଷ୍ଟାଇଲ୍, ଜବରଦସ୍ତ ଆକ୍ସନ ସହ ବଡ଼ ପରଦାରେ ରିଲିଜ୍ ହୋଇଛି ଷ୍ଟାଇଲିଶ ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’। ଚନ୍ଦନ କାଠ ସ୍ମଗଲିଂକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଫ୍ୟାନ୍। ବିଭିନ୍ନ ଭାଷାରେ ଫିଲ୍ମଟି ରିଲିଜ୍ ହୋଇଥିବାରୁ ଏନେଇ ଫ୍ୟାନ୍ଙ୍କ ମଧ୍ୟରେ ଉତ୍ସାହିତ ବଢ଼ିଛି। ସାରା ଭାରତରେ ଏହି ଫିଲ୍ମକୁ ମିଳିଛି ଜବରଦସ୍ତ ରେସ୍ପନ୍ସ।
ଚନ୍ଦନ କାଠ ଚୋରି ଓ ଏହା ପଛରେ ଥିବା ସ୍ମଗଲରଙ୍କ କ୍ରାଇମ୍କୁ ନେଇ ଫିଲ୍ମ ‘ପୁଷ୍ପା’ର କାହାଣୀ ଆଧାରିତ। ଫିଲ୍ମରେ ଫୁଲ୍ ଅଫ୍ ଥ୍ରିଲ୍ସ ଓ ଆକ୍ସନ୍ ରହିଛି। ଯାହାର ଝଲକ ଦେଖି ଦିୱାନା ହୋଇଥିଲେ ଦର୍ଶକ। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଅଲ୍ଲୁ ଅର୍ଜୁନଙ୍କଙ୍କ ଫ୍ୟାନ୍ ମନାଇଛନ୍ତି ସେଲିବ୍ରେସନ୍। ଆଜି ସକାଳୁ ସକାଳୁ ଦକ୍ଷିଣ ଭାରତର ଏକାଧିକ ଥିଏଟର୍ରେ ଫିଲ୍ମ ‘ପୁଷ୍ପା’ ରିଲିଜ୍ ହୋଇଛି। ଦେଶର ୧୫ ଶହରୁ ଅଧିକ ଥିଏଟର ଓ ୧୭ରୁ ଅଧିକ ଅନ୍ୟ ଦେଶରେ ଫିଲ୍ମ ରିଲିଜ୍ ହୋଇଥିବା ସୂଚନା ମିଳିଛି।
ପ୍ରଥମ ଥର ପାଇଁ ଅଲ୍ଲୁଙ୍କୁ ସାଉଥ୍ ହାର୍ଟ ଥ୍ରୋପ୍ ରଶ୍ମିକା ମନନ୍ଦନା ସହ ନଜର ଆସିଛନ୍ତି। ଦେଶୀ ରୋମାନ୍ସ ଓ ଉଭୟଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ। ଗୀତ ରିଲିଜ୍ ହେଉ ହେଉ ଫ୍ୟାନ୍ ଏଥିରେ ଝୁମିଛନ୍ତି। ପ୍ରତ୍ୟେକ ଫିଲ୍ମରେ ଅଲ୍ଲୁଙ୍କ ଲୁକ୍ସ ଓ ଏକ ନିଆରା ଅନ୍ଦାଜ୍ ଦେଖିବାକୁ ମିଳିଛି। ଏଥିରେ ବି କିଛି ଏପରି ଷ୍ଟାଇଲିଶ ମୁଭ୍ ରହିଛି ଯାହା ସିଗନେଚର୍ ଷ୍ଟେପ୍ ଭାବେ ପରିଚିତ ହୋଇଛି।
ଚନ୍ଦନ କାଠ ସ୍ମଗଲରଙ୍କ ସହ ଜଙ୍ଗଲରେ ରହୁଥିବା ଆଦିବାସୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ଫିଲ୍ମରେ ଦେଖିବାକୁ ମିଳିଛି। ଏହାରି ଭିତରେ ଗ୍ୟାଙ୍ଗୱାର୍କୁ ନେଇ ନେଇ ଫିଲ୍ମର କାହାଣୀ ଗତି କରୁଛି। ତେଲୁଗୁ ସମେତ ତାମିଲ, କନ୍ନଡ଼, ହିନ୍ଦୀରେ ଫିଲ୍ମ ରିଲିଜ୍ ହୋଇଛି। ‘ପୁଷ୍ପା’ର ଏହା ହେଉଛି ପ୍ରଥମ ପାର୍ଟ। ଆସନ୍ତା ବର୍ଷ ଦ୍ୱିତୀୟ ପାର୍ଟ ରିଲିଜ୍ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)