Advertisment

ମା-ଝିଅ ସାଙ୍ଗ ହୋଇ ଡେଟ୍‌ରେ ଯାଆନ୍ତି; ନିଅନ୍ତି ଡବଲ ଫାଇଦା

ଯେତେବେଳେ ମା’ଙ୍କୁ ଡେଟିଂ କରିବାକୁ ଯିବାକୁ ପଡେ ସେ ତାଙ୍କ ଝିଅ ସହିତ ଯାଆନ୍ତି ଏବଂ ସେମାନେ ଏହାର ଡବଲ ଫାଇଦା ନିଅନ୍ତି। ମା-ଝିଅ ନିଜ ନିଜ ପାର୍ଟନରଙ୍କ ସହିତ ଫିଲ୍ମ ଦେଖନ୍ତି, ଭ୍ରମଣ କରନ୍ତି ଏକାଠି ମଜ୍ଜାମସ୍ତି ବି କରନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Mother looks just like her daughter

Mother looks just like her daughter

ପ୍ରାୟତଃ ଆମେ ଦେଖିଛୁ ଯେ ପିଲାମାନଙ୍କର ଯତ୍ନ ନେବା ଚକ୍କରରେ ମାଆମାନେ ନିଜ ଚେହେରା ପ୍ରତି ଧ୍ୟାନ ନେବାକୁ ଭୁଲିଯାଇଥାନ୍ତି। ଏନେଇ ପୂର୍ବରୁ ବେଶ୍ ଷ୍ଟାଇଲିସ୍ ଦେଖାଯାଉଥିବା ମହିଳାମାନେ ଶିଶୁର ଜନ୍ମ ପରେ ସଂପୂର୍ଣ୍ଣ ପରିବର୍ତ୍ତନ ହୋଇଯାଆନ୍ତି। କିନ୍ତୁ ବର୍ତ୍ତମାନ ସାମ୍ନାକୁ ଏମିତି ଏକ ମାଆ-ଝିଅ ଯୋଡିଙ୍କ ଫଟୋ ଆସିଛି ଯାହାକୁ ଆପଣ ଦେଖିବା ପରେ ନିଶ୍ଚିତ ପ୍ରେରଣା ପାଇବେ।

Advertisment

ଏହି ମାଆ-ଝିଅ ଯୋଡି ଆମେରିକାର ହୋଇଥିବା ବେଳେ ଆପଣ ଏମାନଙ୍କୁ ଦେଖିଲେ କେବେ ବି ବିଶ୍ୱାସ କରିବେନି ସେମାନେ ମା-ଝିଅ ବୋଲି। ଆପଣ ନିଶ୍ଚିତ ଭାବିବେ ଏମାନେ ଦୁଇ ସାଙ୍ଗ ବା ଦୁ‍ଇ ଭଉଣୀ। ସେମାନେ ମା-ଝିଅ ହୋଇଥିଲେ ବି ଏକା ବୟସର ଲାଗୁଛନ୍ତି। ମା’ ଜଣକ ନିଜର ଏତେ ଯତ୍ନ ନେଉଛନ୍ତି ବୟସ ବି ତାଙ୍କ ପାଖରେ ହାର ମାନିଛି।

୪୪ ବର୍ଷୀୟ ଜୋଲେନ ଡିଆଜଙ୍କର ଗୋଟିଏ ଝିଅ ଅଛି। ତାଙ୍କ ଝିଅର ବୟର ୨୧। କିନ୍ତୁ ଯେତେବେଳେ ସେମାନେ ଉଭୟ ଏକାଠି ହୁଅନ୍ତି, କିଏ ମା କିଏ ଝିଅ ତାହା ସହଜରେ ଜଣେ ଜାଣିପାରିବ ନାହିଁ। ସବୁଠାରୁ କୌତୁହଳର କଥା ହେଉଛି ଯେ ଜୋଲେନ୍‌ ତାଙ୍କ ସୌନ୍ଦର୍ଯ୍ୟର ସୁଯୋଗ ନେଇ ନିଜ ଝିଅ ସହିତ ବି ଡେଟ୍‌ରେ ଚାଲି ଯାଆନ୍ତି ଏବଂ କେହି ଜାଣିପାରନ୍ତି ନାହିଁ ଯେ ସେ ତାଙ୍କ ମା କି ସାଙ୍ଗ ବୋଲି।

Advertisment

ଜୋଲେନ ଡିଆଜ୍‌ କହିଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କଠାରୁ ୧୪ ବର୍ଷ ପୂର୍ବେ ଅଲଗା ହୋଇଯାଇଛନ୍ତି। ସେତେବେଳେ ତାଙ୍କଜ୍ ଝିଅ ମେଲାନିଙ୍କୁ ମାତ୍ର ୧୦ ବର୍ଷ ହୋଇଥିଲା। ସେହି ଦିନଠାରୁ ଜୋଲେନ ଅବିବାହିତ ଜୀବନ ଜୀଉଛନ୍ତି। ସେ କହିଛନ୍ତି ଯେ ତାଙ୍କ ପ୍ରୋଫାଇଲ୍‌ ଡେଟିଂ ସାଇଟରେ ମଧ୍ୟ ପଡିଛି। ଯେଉଁଠାରେ ଲୋକମାନେ ପ୍ରାୟତଃ ତାଙ୍କ ବୟସ ଓ ଚେହେରାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ନ୍ତି।

ଅନେକ ସମୟରେ ଲୋକେ ତାଙ୍କ ପ୍ରୋଫାଇଲ୍‌କୁ ନକଲି ବୋଲି ଭାବନ୍ତି। ଏହି କାରଣରୁ ସେ ମଧ୍ୟ ମଧ୍ୟ ତାଙ୍କ ଆକାଉଣ୍ଟକୁ ବଦଳେଇଛନ୍ତି। ଜୋଲେନ କହିଛନ୍ତି ଯେ ଏହା ତାଙ୍କ ପାଇଁ ଏହା ଖୁବ୍ ମଜାଦାର ହୋଇଥାଏ ଯେ ଯେତେବେଳେ ତାଙ୍କଠାରୁ ସାନ ଯୁବକମାନଙ୍କର ତାଙ୍କ ପାଖକୁ ରିକ୍ୱେଷ୍ଟ ଆସେ। ଅନେକ ସମୟରେ ସେ ଏହାକୁ ଅସହଜ ବୋଲି ମଧ୍ୟ ମନେକରୁଥିବା ସେ କୁହନ୍ତି। ଜୋଲେନଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ୫,୬୫୦୦୦ ଫଲୋର୍ସ ଅଛନ୍ତି, ଯେଉଁମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି।

ଜୋଲେନ କହିଛନ୍ତି ଯେ ତାଙ୍କର ଝିଅ ସହ ବେଶ ମିଶାଳିଆ। ସେମାନଙ୍କ ମଧ୍ୟ ୨୩ ବର୍ଷ ବ୍ୟବଧାନ ଥିଲେ ବି ସେ ନିଜ ଝିଅ ସହିତ ବହୁତ ଜଡିତ। ସେ କୁହନ୍ତି ଯେ ଯେତେବେଳେ ତାଙ୍କୁ ଡେଟିଂ କରିବାକୁ ଯିବାକୁ ପଡେ ସେ ମଧ୍ୟ ତାଙ୍କ ଝିଅ ସହିତ ଯାଆନ୍ତି ଏବଂ ସେମାନେ ଏହାର ଡବଲ ଫାଇଦା ନିଅନ୍ତି। ମା-ଝିଅ ନିଜ ନିଜ ପାର୍ଟନରଙ୍କ ସହିତ ଫିଲ୍ମ ଦେଖନ୍ତି, ଭ୍ରମଣ କରନ୍ତି ଏକାଠି ମଜ୍ଜାମସ୍ତି ବି କରନ୍ତି।

ଏ ବାବଦରେ ତାଙ୍କ ଝିଅ ମଧ୍ୟ ତାଙ୍କ ଠାରୁ ଅନେକ ସମୟରେ ପରାମର୍ଶ ନିଅନ୍ତି। ଏଭଳି ଆକର୍ଷଣୀୟ ଚେହେରା ହେତୁ ଲୋକମାନେ ସେମାନଙ୍କୁ ମା-ଝିଅ ବୋଲି ସ୍ୱୀକାର ବି କରନ୍ତି ନାହିଁ। ଜୋଲେନ ଏହା ମଧ୍ୟ କହିଛନ୍ତି ଯେ ସେ ନିଜ ବୟସ ଠାରୁ ସାନ ଯୁବକମାନଙ୍କ ସହିତ ରୋମାନ୍ସ କରିବାକୁ ଅଧିକ ଆଗ୍ରହୀ ନୁହଁନ୍ତି, କାରଣ ସେ ନିଜ ପାଇଁ ଟୟବୟ ଚାହାଁନ୍ତି ନାହିଁ।

Ajab Gajab
Advertisment
Advertisment