Advertisment

୧୫ ଫୁଟ୍ ବୋର୍‌ୱେଲ୍‌ ଗାତରୁ ଉଦ୍ଧାର ହେଲା ବର୍ଷକର ଶିଶୁ, ୯ ଘଣ୍ଟା ଧରି ଚାଲିଥିଲା ଉଦ୍ଧାର କାର୍ଯ୍ୟ...

କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଅର୍ଥାତ୍‌ ଯାହାକୁ ଭଗବାନ ରଖିବେ, ତାର କିଏ ବା କ’ଣ କରିପାରେ। ୧୫ ଫୁଟ୍ ବୋର୍‌ୱେଲ୍‌ ଗାତରୁ ଜଣେ ଶିଶୁ କନ୍ୟାକୁ ସୁରକ୍ଷିତ ଭାରବେ ଉଦ୍ଧାର କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
1 yr Old Girl Rescued

1 yr Old Girl Rescued

ଭୋପାଳ: କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଅର୍ଥାତ୍‌ ଯାହାକୁ ଭଗବାନ ରଖିବେ, ତାର କିଏ ବା କ’ଣ କରିପାରେ। ୧୫ ଫୁଟ୍ ବୋର୍‌ୱେଲ୍‌ ଗାତରୁ ଜଣେ ଶିଶୁ କନ୍ୟାକୁ ସୁରକ୍ଷିତ ଭାରବେ ଉଦ୍ଧାର କରାଯାଇଛି। ପ୍ରାୟ ୯ ଘଣ୍ଟାର ରେସ୍କ୍ୟୁ ଅପରେସନ୍ ପରେ ବର୍ଷକର କୁନି ଝିଅକୁ ଉଦ୍ଧାର କରାଯାଇଛି।

Advertisment

ସୂଚନା ଅନୁସାରେ, ଗତକାଲି ଅପରାହ୍ଣରେ ମଧ୍ୟପ୍ରଦେଶର ଛତରପୁର ଗାଁରେ ଖୋଳା ଯାଇଥିବା ବୋର୍‌ୱେଲ୍‌ ଗାତରେ କୁନି ଝିଅଟି ପଡ଼ି ଯାଇଥିଲା। ଏହାପରେ କୁନି ଝିଅଟିକୁ ଉଦ୍ଧାର କରିବା ଲାଗି ଏନ୍‌ଡିଆର୍‌ଏଫ୍‌ ଟିମ୍‌, ଅଗ୍ନିଶମ ବାହିନୀ ଲଗାତାର ପ୍ରାୟ ୯ ଘଣ୍ଟା ପ୍ରୟାସ କରିଥିଲେ। ଏପରିକି ୧୫ ଫୁଟ୍ ତଳକୁ ଅକ୍ସିଜେନ୍ ପହଞ୍ଚା ଯାଇଥିଲା।

ଗୁରୁବାର ଅପରାହ୍ଣ ସାଢ଼େ ୪ଟାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ରାତି ସାଢ଼େ ୧୨ଟା ଯାଏ ଚାଲିଥିଲା। ନିରନ୍ତର ପ୍ରୟାସ ପରେ କୁନି ଝିଅଟିକୁ ୬ ଘଣ୍ଟା ପରେ ୧୫ ଫୁଟ୍‌  ବୋର୍‌ୱେଲ୍‌ ଗାତରୁ ଉଦ୍ଧାର କରାଯାଇଥିଲା।

Advertisment

ଉଦ୍ଧାର ପରେ ଶିଶୁଟିକୁ ଭୋପାଳର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ଏବେ ସେ ଅକ୍ସିଜେନ୍ ସପୋର୍ଟରେ ରହିଛି। ଗତକାଲି ଅପରାହ୍ଣରେ ଶିଶୁଟି ଘର ପାଖରେ ଖେଳୁଥିବା ବେଳେ ଅସାବଧାନତା ଯୋଗୁ ପିଲାଟି ଗାତ ଭିତରେ ଖସି ପଡ଼ିଥିଲା। 

Madhya Pradesh Baby Girl Rescued Borewell
Advertisment
Advertisment