Advertisment

ପୁଣି ବଢ଼ିଲା ସୁନା ଦର

ପୁଣି ବଢ଼ିଲା ସୁନା ଦର। MCXରେ ଆଜି ସୁନା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ସୁନା ୧୧୧ଟଙ୍କା ବୃଦ୍ଧି ପାଇ ୪୮,୭୦୦ ଟଙ୍କାରେ କାରବାର ଚାଲିଥିବା ଦେଖିବାକୁ ମିଳିଛି।

author-image
Rajalaxmi Sahoo
Gold Price Hike

Gold Price Hike

ନୂଆଦିଲ୍ଲୀ: ପୁଣି ବଢ଼ିଲା ସୁନା ଦର। Multi Commodity Exchange(MCX)ରେ ଆଜି ସୁନା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ତେବେ MCXରେ ଆଜି ରୂପା ଦର ହ୍ରାସ ହୋଇଥିବା ରେକର୍ଡ କରାଯାଇଛି। ସୁନା ୧୧୧ଟଙ୍କା ବୃଦ୍ଧି ପାଇ ୪୮,୭୦୦ ଟଙ୍କାରେ କାରବାର ଚାଲିଥିବା ଦେଖିବାକୁ ମିଳିଛି। ସେହିପରି ରୂପା ୭୦ ଟଙ୍କା ହ୍ରାସ ପାଇ ୬୨,୧୪୮ ଟଙ୍କାରେ କାରବାର ଚାଲିଛି। 

Advertisment

Goldprice.org ଅନୁସାରେ, ସୁନା ୦.୩୫% ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ରୂପା ୦.୦୯% ହ୍ରାସ ପାଇଛି। ଗୁରୁବାର ସୂନା, ରୂପା ଦରରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା। ଗୁରୁବାର ଦିଲ୍ଲୀ ସର୍ରାଫା ବଜାରରେ ସୁନା ୪୭,୪୦୫  ଟଙ୍କା ଥିବାବେଳେ ରୂପା ୬୧୭ ଟଙ୍କା ବୃଦ୍ଧି ପାଇ ୬୦,୧୭୯ ଟଙ୍କା ପ୍ରତି କିଲୋ ଥିଲା। 

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୮,୭୨୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୨,୩୦୦ ଟଙ୍କା ରହିଛି। ଗତକାଲି ସୁନା ପ୍ରତି ୧୦ ଗ୍ରାମକୁ ୪୮,୩୫୦ ଟଙ୍କା ଥିବାବେଳେ ରୂପା ପ୍ରତି କିଲୋକୁ ୬୧,୪୦୦ଟଙ୍କା ଥିଲା। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୫,୭୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୦,୦୫୦ ଟଙ୍କା ରହିଛି। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Silver Price Gold Price Today
Advertisment
Advertisment