/odishatv-khabar/media/post_attachments/uploadimage/library/16_9/16_9_0/Loot_CCTV_1639753327.jpg)
Loot CCTV
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ଦୁର୍ବୃତ୍ତମାନେ ବେଫିକର ହୋଇ ରାଜଧାନୀ ରାସ୍ତାରେ ବୁଲୁଛନ୍ତି । ଅପରାଧ ଘଟାଇବାକୁ ତିଳେ ମାତ୍ର ଭୟ କରୁନାହାନ୍ତି । ଠିକ୍ ଏମିତି କିଛି ଅପରାଧ ଘଟିଛି ଦିଲ୍ଲୀ ଶାଲିମାର ମାର୍ଗ ଅଞ୍ଚଳରେ । କିଛି ଦୁର୍ବୃତ୍ତ ଦିବାଲୋକରେ ଜଣେ ବ୍ୟକ୍ତିଙ୍କଠାରୁ ଲୁଟ୍ କରିଛନ୍ତି । ଏହାର ସିସିଟିଭି ଫୁଟେଜ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ସମସ୍ତଙ୍କୁ ଚକିତ କରିଛି ।
ଏହି ଭାଇରାଲ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଦୁଇ ଜଣ ଦୁର୍ବୃତ୍ତ ଏକ ସ୍କୁଟିରେ ରାସ୍ତର ରଙ୍ଗ ସାଇଟ୍ରେ ଆସିଲେ । ସ୍କୁଟି ପଛରେ ବସିଥିବା ବ୍ୟକ୍ତି ହଠାତ୍ ଜଣେ ମହିଳାଙ୍କ ହାତରୁ ଫୋନ୍ ଝାମ୍ପି ନେଇ ଫେରାର ହେବାକୁ ଚେଷ୍ଟା କରିଥିଲେ ।
ଏହି ସମୟରେ, ଯୁବତୀ ଜଣଙ୍କ ଚିତ୍କାର କରିବା ସହ ଲଟେରାଙ୍କ ପିଛା କରିଥିଲେ । ସ୍କୁଟି ପଛରେ ବସିଥିବା ଲୁଟେରାର ଜ୍ୟାକେଟ୍କୁ ସେ ଜୋର କରି ଧରି ପକାଇଥିଲେ । ଫଳରେ ଲୁଟେରାମାନେ ଯୁବତୀଙ୍କୁ ପ୍ରାୟ ୧୫୦ ମିଟର ରାସ୍ତାରେ ଘୋଷାଡ଼ି ନେଇଥିଲେ । ଏହି ପୁରା ଘଟଣା ସିସିଟିଭିରେ କଏଦ ହୋଇଛି ।
ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଯୁବତୀଙ୍କ ଜୀବନ ବଞ୍ଚାଇଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯୁବତୀ ଜଣକ ଦିଲ୍ଲୀର ଶଲିମାର ବାଗ ଅଞ୍ଚଳର ଫୋର୍ଟିସ୍ ହସ୍ପିଟାଲରେ କାମ କରନ୍ତି । ଯେତେବେଳେ ଯୁବତୀଙ୍କ ସହ ଏହି ଘଟଣା ଘଟିଥିଲା, ସେତେବେଳେ ଡାକ୍ତରଖାନାରୁ ଡ୍ୟୁଟି ସାରି ଘରକୁ ଫେରୁଥିଲେ ।
#WATCH | A mobile-snatching incident was reported in the Shalimar Bagh area, on December 16, at 1735 hours, where 2 men on a scooty dragged the victim on the road while snatching her phone: Delhi Police
(Source: CCTV Footage) pic.twitter.com/GYZDw6Uj0J
— ANI (@ANI) December 17, 2021
ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୁଟେରାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ଖୁବ୍ଶୀଘ୍ର ଲୁଟେରାଙ୍କୁ ଧରିବ ବୋଲିସ ପୋଲିସ ପ୍ରତିଶ୍ରୁତି ଦେଇଛି । ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆଗକୁ ବଢ଼ିବ ବୋଲି ମଧ୍ୟ ପୋଲିସ ପକ୍ଷରୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)