• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କରୋନା ଭାଇରସ୍‌ର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌ ଏବେ ଦ୍ରୁତ ଗତିରେ ମାଡ଼ିବାରେ ଲାଗିଛି । ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୦୦ ଟିପିଛି । ଦିଲ୍ଲୀ-ମୁମ୍ବାଇ ଭଳି ସହରରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍‌ ବଢ଼ିଯାଇଛି । ଯାହାର ପ୍ରଭାବ ଏବେ ମିସ୍‌ ୱାର୍ଲ୍ଡ ୨୦୨୧ର ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମ ଉପରେ ପଡିଛି । ଏହି ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରୁଥିବା ପ୍ରତିଯୋଗୀ ତଥା ମଡେଲ ମନସା ବାରାଣାସୀ ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ମାନସା ବାରାଣାସୀଙ୍କ ବ୍ୟତୀତ ଅନ୍ୟ ୧୭ ଜଣ ପ୍ରତିଯୋଗୀ ଏବଂ କିଛି କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଯେଉଁଥିପାଇଁ ମିସ୍ ୱାର୍ଲ୍ଡ ୨୦୨୧ର ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି ।

ସୂଚନାଯୋଗ୍ୟ, କାର୍ଯ୍ୟକ୍ରମ ଆରମ୍ଭ ହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ ମିସ୍‌ ଇଣ୍ଡିଆ ଆର୍ଗାନାଇଜେସନ୍‌ ପକ୍ଷରୁ ଏହାର ଆଫିସିଆଲ୍‌ ପେଜ୍‌ରେ ଆସିଲା ଏକ ବଡ଼ ଖବର । ଆଉ ତାହା ଥିଲା ‘ମିସ୍ ୱାର୍ଲ୍ଡ ଗ୍ରାଣ୍ଡ ଫିନେଲେ କାର୍ଯ୍ୟକ୍ରମକୁ ଅସ୍ଥାୟୀ ଭାବେ ସ୍ଥଗିତ ରାଖାଯାଇଛି । କାରଣ ଅନେକ ପ୍ରତିଯୋଗୀ କରୋନା ସଂକ୍ରମିତ ହେବା ସହ କିଛି କର୍ମଚାରୀ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତେଣୁ ମିସ୍‌ ୱାର୍ଲ୍ଡ ସଂସ୍ଥା ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।’

 

ଅନେକ ପରିଶ୍ରମ ଓ ନିଷ୍ଠା ସତ୍ତ୍ୱେ, ମନସା ବାରାଣସୀ କରୋନା ଯୋଗୁଁ ବିଶ୍ୱ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିପାରିବେ ନାହିଁ ! ଏହାକୁ ତାଙ୍କ ପ୍ରଶଂସକମାନେ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି । ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ମନସା ଯଥାଶୀଘ୍ର କରୋନାରୁ ମୁକ୍ତ ହୋଇ ପୁଣି ମଞ୍ଚ ଉପରେ ଚଢ଼ନ୍ତୁ ।

ମିସ୍ ୱାର୍ଲ୍ଡ ୨୦୨୧ର ସବୁ ପ୍ରତିଯୋଗୀଙ୍କୁ, ଆର୍ଥାତ୍‌ ଯେଉଁମାନେ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କୁ ପ୍ୟୁର୍ଟୋ ରିକୋରେ ଆଇସୋଲେସନରେ ରଖାଯାଇଛି । ଏଠାରେ ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମ ଆୟୋଜନ ହେବାର ଥିଲା । ତେବେ ମିଳିଥିବା ସୂଚନା ଅନୁଯାୟୀ, କରୋନା ଆକ୍ରାନ୍ତ ପ୍ରତିଯୋଗୀମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହିଁ, ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମ ପାଇଁ ପୁଣି ଥରେ ନୂଆ କାର୍ଯ୍ୟସୂଚି ପ୍ରସ୍ତୁତ କରାଯିବ । କେବଳ ସେତିକି ନୁହେଁ, ସଂକ୍ରମିତ ପ୍ରତିଯୋଗୀମାନଙ୍କୁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁମତି ମିଳିବା ପରେ ହିଁ ସେମାନଙ୍କୁ ଘରକୁ ଛଡ଼ାଯାଇ ପାରିବ ।

ଅନ୍ୟପଟେ କହିବାକୁ ଗଲେ ହରନାଜ୍ ସନ୍ଧୁ ମିସ୍ ୟୁନିଭର୍ସ ୨୦୨୧ ଟାଇଟଲ୍ ଜିତିବା ପରେ, ଏବେ ସମସ୍ତଙ୍କ ନଜର ମିସ୍ ୱାର୍ଲ୍ଡ ୨୦୨୧ରେ ଭାଗ ନେଉଥିବା ଭାରତର ପ୍ରତିଯୋଗୀ ମନସା ବାରାଣସୀଙ୍କ ଉପରେ ରହିଛି । ଏଭଳି ସ୍ଥିତିରେ, ସେ କରୋନା ପଜିଟିଭ୍ ହେବା ତାଙ୍କ ପ୍ରଶଂସକଙ୍କୁ ସାମାନ୍ୟ ନିରାଶ କରିଥାଇପାରେ ।